logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

“ଟ୍ରିପଲ ଏସ” ଅନୁଷ୍ଠାନର ବାର୍ଷିକ ଉତ୍ସବ।

“ଟ୍ରିପଲ ଏସ” ଅନୁଷ୍ଠାନର ବାର୍ଷିକ ଉତ୍ସବ।

କେନ୍ଦୁଝର,ତା୩୦/୩- ଗତକାଲି ଜିଲ୍ଲାର ଅଗ୍ରଣୀ କଳା ଅନୁଷ୍ଠାନ “ଟ୍ରିପଲ ଏସ”ର ବାର୍ଷିକ ଉତ୍ସବ ସ୍ଥାନୀୟ ସେଲ ଅଡିଟୋରିୟମ, କେନ୍ଦୁଝରଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଏଚ. ଧନରାଜ ଯୋଗଦେଇ ଭାରତୀୟ କଳା ସଂସ୍କୃତିର ବିକାଶ ପାଇଁ ଶୈଶବାବସ୍ଥାରୁ ଶିଶୁମାନଙ୍କୁ ଅନୁପ୍ରେରିତ କରିବା ଉଚିତ ବୋଲି ପ୍ରକାଶ କରି ଏଥିପାଇଁ ପ୍ରତ୍ଯେକ ଅଭିଭାବକ ଯତ୍ନଶୀଳ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ଓସକା”ର ସମ୍ପାଦିକା ଶ୍ରୀମତୀ ଧରିତ୍ରୀ ରାଉତ ଯୋଗଦେଇ କଳା ପ୍ରତି ନିଷ୍ଠା ରହିଲେ ଓ ବାରମ୍ବାର ଅଭ୍ୟାସ ଦ୍ଵାରା ହିଁ କଳା, ସାହିତ୍ଯ, ସଂସ୍କୃତିର ପୁନରୁଥାନ ସମ୍ଭବ ବୋଲି ପ୍ରକାଶ କରିବା ସହିତ “ଟ୍ରିପଲ ଏସ” ଭଳି ଅଗ୍ରଣୀ ସଂସ୍ଥାମାନଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ । ଏଥିରେ ନୃତ୍ୟ, ଚିତ୍ର ଓ ଚିତ୍ରକଳା ପ୍ରତିଯୋଗୀତା ଅନୁଷ୍ଠିତ ହେବା ସହିତ କିଡସ ଫେସନ ସୋ, ଶିଶୁ ନୃତ୍ୟ ପ୍ରତିଯୋଗୀତା ଏବଂ ଏକ ବିଶେଷ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶିଳ୍ପୀ ରାଜେନ୍ଦ୍ର କୁମାର ସାହୁଙ୍କୁ କଳା ପାଇଁ ସମ୍ମାନିତ କରାଯାଇଥିବା ବେଳେ ସାହିତ୍ୟ ପାଇଁ କବି ମିଲନ କୁମାର ମିଶ୍ରଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ପରେ ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରିଥିଲେ । ପରିଶେଷରେ ଅନୁଷ୍ଠାନ ତରଫରୁ ଶିଶୁମାନଙ୍କୁ ନେଇ ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । “ଟ୍ରିପଲ ଏସ” ସଂସ୍ଥା ପକ୍ଷରୁ ଶ୍ରୀ ଅଜିତ କୁମାର ବାରିକ, ବନ୍ଦିତା ଶୁକ୍ଲା, ପ୍ରଶାନ୍ତ କୁମାର ପଲେଇ ଏବଂ ଅମରେନ୍ଦ୍ର ମହାରଣା କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

8
841 views

Comment