logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରରେ ଗ୍ୟାସ ସିଲିଣ୍ଡର ପାଇବାକୁ ପୁଣି ରାସ୍ତାରୋକ ହେଲା।

କେନ୍ଦୁଝରରେ ଗ୍ୟାସ ସିଲିଣ୍ଡର ପାଇବାକୁ ପୁଣି ରାସ୍ତାରୋକ ହେଲା।

ଯୁଦ୍ଧକାଳୀନ ଭିତ୍ତିରେ ସିଲିଣ୍ଡର ଯୋଗାଣ ଲାଗି ନାଗରିକ ମଞ୍ଚର ଦାବି।

କେନ୍ଦୁଝର, ତା୩୦/୩- ଘରୋଇ ଗ୍ୟାସ୍‌ ସିଲିଣ୍ଡର ପାଇବା ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି କେନ୍ଦୁଝର,ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗ୍ୟାସ ଗୋଦାମରେ ତାଲା ପଡ଼ିଥିବା ବେଳେ କର୍ମଚାରୀ ଆସିବାରେ ବିଳମ୍ବ, ଦୀର୍ଘ ବହୁ ସମୟ ଧରି ଅପେକ୍ଷା କରିବା ସହ ଦୀର୍ଘ ଦିନ ଧରି ଗ୍ୟାସ ମିଳୁ ନ ଥିବାରୁ କଳାବଜାର ହେଉଥିବା ଆଶଙ୍କା କରି ପ୍ରତିବାଦ କରିଛନ୍ତି। ଘରକୁ ଗ୍ୟାସ୍‌ ଯୋଗାଣ କରାଯାଉ ନ ଥିବାରୁ ବହୁ ବରିଷ୍ଠ ନାଗରିକ, ମହିଳାମାନେ ଦୀର୍ଘ ୮ କିମି ଯାଇ ଆଣିବାକୁ ପଡୁଥିବାରୁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି
ସରକାର ଗ୍ୟାସ ଅଭାବ ନ ଥିବା କହୁଥିବା ବେଳେ କେନ୍ଦୁଝରରେ ଦୀର୍ଘ ମାସ ହେଲା ଉପଭୋକ୍ତା ଅସନ୍ତୋଷ ଲାଗି ରହିଥିବା ବେଳେ ପୁଞ୍ଜିଭୂତ ଅସନ୍ତୋଷ ଅନେକ ସମୟରେ ଉଗ୍ରରୂପ ଧାରଣ କରି ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେଉଛନ୍ତି। ଏହାର ସମାଧାନ ନ ହେଲେ ଗ୍ୟାସ ଧରି ଜିଲାପାଳଙ୍କ ଅଫିସ ଆଗରେ ପ୍ରଦର୍ଶନ କରିବେ ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି।
ସୂଚନାଯୋଗ୍ୟ, ଗ୍ୟାସ ବିତରଣରେ ଅନିୟମିତତା ପାଇଁ ଓ ଏହାକୁ ନେଇ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇବା ପରେ ତୈଳ ବିତରଣ କମ୍ପାନୀ ଯୋଗାଣ କରି ଆସୁଥିବା ବ୍ରହ୍ମେଶ୍ୱର ଗ୍ୟାସ ଏଜେନ୍ସିକୁ ବନ୍ଦ କରି ଅନ୍ୟ ଏକ ସଂସ୍ଥାକୁ ଦେଇଛନ୍ତି। ଏପରିକି ବିତରଣ କମ୍ପାନୀର ଅଧିକାରୀ ଏହାର ତଦାରଖ କରୁଛନ୍ତି। ଏହା ସତ୍ତ୍ୱେ ଘରକୁ ଗ୍ୟାସ୍‌ ପହଞ୍ଚାଇବା କମ୍ପାନୀର ନିୟମ ଥିଲେ ଦିଆଯାଉନାହିଁ। ଫଳରେ ଲୋକଙ୍କୁ ଗ୍ୟାସ୍‌ ଧରି ଦୀର୍ଘ ବହୁ ବାଟ ଅସୁରକ୍ଷିତ ଅବସ୍ଥାରେ ସିଲିଣ୍ଡର ବୋହି ଯିବାକୁ ପଡୁଛି। ଅନେକ ସମୟରେ ଗ୍ୟାସ ମିଳୁ ନ ଥିବାରୁ ନିରାଶ ହୋଇ ଫେରିବାକୁ ବି ପଡୁଛି। ଫଳରେ ପୁଞ୍ଜିଭୂତ ଅସନ୍ତୋଷ ଅନେକ ସମୟରେ ଉଗ୍ର ରୂପ ନେଇଛି। କେନ୍ଦୁଝର ମାଗରିକ ମଞ୍ଚ ତରଫରୁ ଏହି ଦୁର୍ନୀତିର ପରଦାଫାଶ ପରେ ଜରୁରୀ ବୈଠକ ବସି ଏସବୁ ବାବଦରେ ଆଲୋଚନା ହୋଇଥିଲା ତେବେ ଆଜି ସୋମବାର ଥିବାରୁ କାଲି ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମାଧାନ କରିବାକୁ କହିବେ ବୋଲି ନିଷ୍ପତ୍ତି ହୋଇଛି। ନାଗରିକ ମଞ୍ଚ ପକ୍ଷରୁ ହିମାଂଶୁ କୁଅଁର, ସତ୍ୟ ନାରାୟଣ ସାମଲ, ଭକ୍ତବତ୍ସଳ ମହାନ୍ତି, ଦିଲୀପ ସାହୁ ଓ ପ୍ରଫୁଲ୍ଲ ସାହୁ ଏହି ବୈଠକରେ ଉପସ୍ଥିତ ଥିଲେ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

7
831 views

Comment