logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆର ସି ଏମ୍ କଲେଜ ତତଫରୁ ରକ୍ତଦାନ ଶିବିର ଆୟୋଜିତ, ଭୁବନେଶ୍ୱର, ଓଡିଶା,ତା୩୦/୩/୨୬(ସୋମବାର)

ଆର ସି ଏମ୍ କଲେଜ ତରଫରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ବର:- ୩୦.୦୩.୨୦୨୬- ରିଜୋନାଲ କଲେଜ ଅଫ ମ୍ୟାନେଜମେଣ୍ଟ,ଭୁବନେଶ୍ୱର ର ଯୁବ ରେଡକ୍ରସ
ଆନୁକୁଲ୍ୟରେ ଅନୁଷ୍ଠାନ ର ନିର୍ଦ୍ଦେଶକ ଡକ୍ଟର ପ୍ରିତମ ପାଲ ଙ୍କ ଜନ୍ମ ଦିବସ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରକୁ ଅନୁଷ୍ଠାନ ର ମାନବ ସମ୍ବଳ ର ମୁଖ୍ୟ ଅନିଲ କୁମାର ଦାଶ ଉଦଘାଟନ କରିଥିଲା ବେଳେ ସମସ୍ତ କର୍ମଚାରୀ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ପ୍ରମାଣ ପତ୍ର ବଣ୍ଟନ କରିଥିଲେ ଏଵଂ ରକ୍ତ ଦେଇ ଜୀବନ ବଞ୍ଚେଇବା ଆମର ସାମାଜିକ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ। ରେଡ଼ କ୍ରସ ରିଯୋନାଲ୍ ରକ୍ତ କେନ୍ଦ୍ରର ରକ୍ତ ସଂଗ୍ରହକାରି ଦଳଙ୍କ ତତ୍ବାବଧାନରେ ସର୍ବ ମୋଟ ୫୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଡ଼ାକ୍ତର ଦେବୀ ପ୍ରସାଦ ରଥ, ଗୁଲସନ୍ କୁମାର୍ ଦାସ ଓ ଭକ୍ତି ପ୍ରସାଦ ଦାସଙ୍କ ସମେତ ଓଡ଼ିଶା ରକ୍ତଦାତା ମହାସଂଘର ତ୍ରିଲୋଚନ ଦାସ ପ୍ରମୁଖ ସହଯୋଗ କରିଥିଲେ। ପ୍ରଥମଥର ପାଇଁ ରକ୍ତଦାନ କରୁଥିବା ଯୁବ ଛାତ୍ର ଛାତ୍ରୀମାନଙ୍କ ଉତ୍ସାହ ଶିକ୍ଷଣୀୟ ଓ ପ୍ରେରଣାଦାୟୀ ଥିଲା। ଏହି ରକ୍ତଦାନ ଶିବିରକୁ ଛାତ୍ର ଛାତ୍ରୀ ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସୂଚନାଯୋଗ୍ୟ କି ଖରା ଦିନରେ ରକ୍ତ ସଂକଟ ସମୟରେ ଆର. ସି. ଏମ୍. କଲେଜର ଏହି ମହନୀୟ କାର୍ଯ୍ୟର ରକ୍ତଦାତା ମହାସଂଘର ସଭାପତି ଡ଼ ନରେଶ ଚନ୍ଦ୍ର ସାହୁ ଭୂରୀୟସି ପ୍ରଶଂସା କରିଥିଲେ।

4
753 views

Comment