logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ବିଦ୍ୟୁତ ତାର ଚୋରି ଯୋଗୁଁ ବସୁଧା ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ*


ଦାମନଯୋଡି: ସିମିଳିଗୁଡା ବ୍ଲକ ଚାରାଙ୍ଗୁଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭେଜାପୁଟ ଗ୍ରାମର ବିଦ୍ୟୁତ ତାର ଚୋରି ହୋଇଯାଇଥିବାରୁ ବସୁଧା ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଗତ ପ୍ରାୟ ତିନିବର୍ଷ ପୂର୍ବେ ଭେଜାପୁଟ ଗ୍ରାମକୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁପାଣି ଟାଙ୍କି, ପମ୍ପ ହାଉସ ଆଦି ନିର୍ମାଣ କରାଯାଇଥିଲେ ମଧ୍ୟ ଗତ ୨/୩ ମାସ ହେଲା ଗ୍ରାମକୁ ଜଳ ଯୋଗାଣ ହେଉଥିଲା । ସେଥିରେ ମଧ୍ୟ ଅନିୟମିତତା ଦେଖିବାକୁ ମିଳୁଥିଲା । ଫଳରେ ଦିନେ ପାଣି ଆସିଲେ ଦୁଇଦିନ ବନ୍ଦ ରହୁଥିଲା । ତେବେ ଗତ ଶନିବାର ରାତିରେ କୌଣସି ଦୁର୍ବୃତ୍ତ ପମ୍ପ ହାଉସ ନିକଟରୁ ବିଦ୍ୟୁତ ତାର କାଟି ଚୋରିକରି ନେଇଥିବାରୁ ଏବେ ଗ୍ରାମକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି । କେତେକ ଅସାଧୁ ଲୋକଙ୍କ ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ମଧ୍ୟ ମୋଟର ଓ ତାର ଚୋରି ଯୋଗୁଁ ଜଳ ଯୋଗାଣ ହୋଇ ପାରୁନଥିଲା । ଏବେ ଗ୍ରୀଷ୍ମଋତୁ ଚାଲିଥିବାରୁ ଲୋକେ ପାଣି ମୁନ୍ଦାଏ ପାଇଁ ବହୁ ସମସ୍ୟା ଭୋଗ କରୁଛନ୍ତି । ଅନ୍ୟ ପକ୍ଷରେ ପାଣି ଟାଙ୍କି ଉପରେ ଢ଼ାଙ୍କୁଣୀ ନାହିଁ । ବାହାର ଅଳିଆ ଆବର୍ଜ୍ଜନା ପଡ଼ିବା ସହିତ କେତେବେଳେ କୌଣସି ଦୁର୍ବୃତ୍ତ ପାଣିରେ କିଛି ଅପମିଶ୍ରଣ ମିଶାଇ ନଦେବ ବୋଲି କିଏ କହି ପାରିବ । ଏହା ବିଭାଗୀୟ ଅଧିକାରୀଙ୍କ ଚରମ ଅବହେଳା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ ପୂର୍ବକ ସ୍ଥାୟୀ ସମାଧାନ କରିବା ଦିଗରେ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ବିଚାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

0
0 views

Comment