logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଟାଟା ଷ୍ଟିଲ ଯୋଡା କ୍ଳଷ୍ଟର ର ଲୌହ ଓ ମାଙ୍ଗାନିଜ ଖଣି ଗୁଡ଼ିକ ୧୪ ଟି ପୁରସ୍କାରରେ ସମ୍ମାନିତ।

ଟାଟା ଷ୍ଟିଲ ଯୋଡା କ୍ଳଷ୍ଟର ର ଲୌହ ଓ ମାଙ୍ଗାନିଜ ଖଣି ଗୁଡ଼ିକ ୧୪ ଟି ପୁରସ୍କାରରେ ସମ୍ମାନିତ

# ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ପାଇଁ ଆଇବିଏମ ଦ୍ଵାରା ପୁରସ୍କୃତ

ଯୋଡା, ମାର୍ଚ୍ଚ 29, 2026: ଓଡ଼ିଶାରେ ଟାଟା ଷ୍ଟିଲର ଥିବା ଲୌହ ଓ ମାଙ୍ଗାନିଜ ଖଣି ଗୁଡିକୁ ଭୁବନେଶ୍ୱର ଠାରେ ଇଣ୍ଡିଆନ୍ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ) ତତ୍ତ୍ୱାବଧାନରେ ଶନିବାର ଆୟୋଜିତ 27 ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମସି) ସପ୍ତାହ 2025-26 ପୁରସ୍କାର ବିତରଣ ଉତ୍ସବ ରେ 14 ଗୋଟି ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଏହି ଅବସରରେ ଟାଟା ଷ୍ଟିଲର ଯୋଡ଼ା ପୂର୍ବ ଲୌହ ଖଣିକୁ ବିଭାଗ-A ଅନ୍ତର୍ଗତ ଖଣିଜ ପ୍ରକ୍ରିୟାକରଣ ଏବଂ ଖଣିଜ ପୁନଃ ଉଦ୍ଧାର ପାଇଁ ପୃଥକ ପୃଥକ ଭାବେ ଦ୍ଵିତୀୟ ପୁରସ୍କାର ପ୍ରଦାନ କରାଯାଇଛି ।

ଏହାବ୍ୟତୀତ ଏହି ଖଣିକୁ ବିଭାଗ-A ଅନ୍ତର୍ଗତ ସାମଗ୍ରିକ ପ୍ରଦର୍ଶନ ପାଇଁ ମଧ୍ୟ ଦ୍ୱିତୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ଏହି ବିଭାଗରେ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ ଖଣି କୁ ଖଣିଜ ପ୍ରକ୍ରିୟାକରଣ ଏବଂ ଖଣିଜ ପୁନଃ ଉଦ୍ଧାର ପାଇଁ ପୃଥକ ଭାବେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି I

ଅନୁରୂପ ଭାବେ କIଟାମାଟି ଲୌହ ଖଣି କୁ ବ୍ୟବସ୍ଥିତ ବୈଜ୍ଞାନିକ ପଦ୍ଧତି ପାଇଁ ପ୍ରଥମ ଏବଂ ଖଣିଜ ସଂରକ୍ଷଣ ପାଇଁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି I

ବିଭାଗ - B ଅନ୍ତର୍ଗତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ର ନୀଳାଚଳ ଖଣିକୁ ଖଣିଜ ପୁନଃ ଉଦ୍ଧାର ପାଇଁ ଦ୍ଵିତୀୟ ପୁରସ୍କାର ପ୍ରଦାନ କରାଯାଇଛି I

ବିଭିନ୍ନ ଖଣିର ଅଧିକାରୀମାନେ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଆଇବିଏମ୍ କଣ୍ଟ୍ରୋଲର ଜେନେରାଲ ଅଫ ମାଇନ୍ସ ପଙ୍କଜ କୁଳଶ୍ରେଷ୍ଠ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

ଅନୁରୂପ ଭାବେ, ପଶ୍ଚିମ ଯୋଡା ଲୌହ ଖଣି କୁ ବନୀକରଣ, ବ୍ୟବସ୍ଥିତ ବୈଜ୍ଞାନିକ ପଦ୍ଧତି ଏବଂ ସମୂହ ପାରଦର୍ଶିତା ପାଇଁ ପୃଥକ ଭାବେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି I

ସେହିପରି, ବାମେବାରି ଖଣି କୁ ପ୍ରକ୍ରିୟାକରଣ ଏବଂ ଖଣିଜ ପୁନଃ ଉଦ୍ଧାର ଓ ସ୍ଥାୟୀ ବିକାଶ ପଦ୍ଧତି ପାଇଁ ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନ ମିଳିଛି I

ଏହି ଉତ୍ସବରେ କମ୍ପାନୀର ତିରିଙ୍ଗପାହାଡ଼ ଖଣି ବନୀକରଣ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛି I


ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇବିଏମ୍ ଚିଫ୍ କଣ୍ଟ୍ରୋଲର ଅଫ୍ ମାଇନ୍ସ ଜି କାଲେ, କଣ୍ଟ୍ରୋଲର ଅଫ୍ ମାଇନ୍ସ (ଇଷ୍ଟ ଜୋନ୍) ପୁଖରାଜ ନେନିଭIଲ, ଟାଟା ଷ୍ଟିଲ ଯୋଡ଼ା ଚିଫ ରାଜେଶ କୁମାର, ଏଫ୍ ଏ ଏମ୍ ଡି ଚିଫ ଶମ୍ଭୁ ନାଥ ଝା, ନୀଳାଚଳ ଇସ୍ପାତ ଖଣି ଚିଫ ରାହୁଲ କିଶୋର, ଖଣ୍ଡବନ୍ଧ ଖଣି ଚିଫ ଜି ଭି ସତ୍ୟ ନାରାୟଣ, ସମସ୍ତ ଖଣିର ଅପରେସନ୍ସ ବିଭାଗ ହେଡ଼, କର୍ମଚାରୀ ସଂଘର କର୍ମକର୍ତ୍ତା ଏବଂ ରାଜ୍ୟର ବିଭିନ୍ନ ଖଣିର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଟାଟା ଷ୍ଟିଲ ସମଗ୍ର ବିଶ୍ୱରେ ଏହାର କାର୍ଯ୍ୟକ୍ଷେତ୍ରରେ ଦୀର୍ଘସ୍ଥାୟୀ ଖନନ ପାଇଁ ପ୍ରତିବଦ୍ଧ ରହିଛି । ଏହାସହିତ କମ୍ପାନୀ ଉଚ୍ଚମାନର ଅନ୍ତର୍ଜାତୀୟ ମାନକ ବଜାୟ ରଖିବା ସହିତ ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ରମ୍ୟାଟେରିଆଲର ଗୁଣବତ୍ତା ଓ ସଂରକ୍ଷଣକୁ ସୁନିଶ୍ଚିତ କରୁଛି ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

13
449 views

Comment