logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜଗନ୍ନାଥପୁର ନାମ ଯଜ୍ଞରେ ଯୋଗଦେଲେ ବିଧାୟକ।

ଜଗନ୍ନାଥପୁର ନାମ ଯଜ୍ଞରେ ଯୋଗଦେଲେ ବିଧାୟକ।

ଆନନ୍ଦପୁର,୨୯।୦୩: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଜଳସୁଆଁ ପଂଚାୟତ ଜଗନ୍ନାଥପୁର ଗ୍ରାମରେ ପ୍ରଥମ ତମ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଟିତ ହୋଇଯାଇଛି। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଯୋଗଦେଇ ଆଶିଷ ଲାଭ କରିଥିଲେ। ଗ୍ରାମବାସୀ ବିଧାୟକ ଙ୍କ ନିକଟରେ ଏକ କମ୍ୟୁନିଟି ସେଣ୍ଟର,ଏବଂ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ଦାବି କରିଥିବା ବେଳେ ଯଥା ସମ୍ଭବ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଅଷ୍ଟପ୍ରହରୀ ନାମ ଯଜ୍ଞ ରେ ପ୍ରାୟ ୨୦ଟି ସଂକୀର୍ତ୍ତନ ମେଳ ଉପସ୍ଥିତ ରହି ନାମଯଜ୍ଞରେ ଭାଗ ନେଇଥିଲେ। ସଂକୀର୍ତ୍ତନ ମେଳକୁ ଅଷ୍ଟ ପ୍ରହରୀ କମିଟି ପକ୍ଷରୁ ସ୍ୱାଗତ କରିବା ସହ ସେମାନଙ୍କର ସମସ୍ତ ବ୍ୟବସ୍ଥା କରିଥିଲେ।

ଶୁକ୍ରବାର ସନ୍ଧ୍ୟାରେ ବ୍ରତଧାରୀ ମାନେ ଗ୍ରାମ ସ୍ଥିତ କୁଶେଇ ନଦୀ ରୁ କଳସ ରେ ଜଳ ସଂଗ୍ରହ କରି ନାମଯଜ୍ଞ ସ୍ଥଳରେ ସ୍ଥାପନ କରି ଥିଲେ। ପରେ ବାବା ଆଦିତ୍ୟ ଦାଶ ଙ୍କ ଦ୍ଵାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ରାମ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା। ବହୁ ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ରହି ନାମ ଯଜ୍ଞ ଓ ଦୀପ ଯଜ୍ଞରେ ଭାଗ ନେଇଥିଲେ। ରବିବାର ଦିନ ଅପରାହ୍ନ ରେ ପ୍ରଭୁ ନିତାଇ ଗୌର ଙ୍କୁ ବୈକୁଣ୍ଠ ଜେନା, କୁଳମଣୀ ଜେନା ଗ୍ରାମ ପରିକ୍ରମା କରିଥିଲେ। ସଂଧ୍ୟାରେ ଯଜ୍ଞ ଶେଷ କରିବା ପରେ ପୂର୍ଣ୍ଣାହୁତି ସହ ଦଧି ହାଣ୍ଡି ଭଙ୍ଗା ଯାଇଥିଲା। ସମସ୍ତ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଅଷ୍ଟପ୍ରହରୀ କମିଟି ର ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।

1
521 views

Comment