logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭୀମ୍ ଆର୍ମି ଭାରତ ଏକତା ମିଶନ ଦ୍ୱାରା ଆମ୍ବେଦକର ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ।

ଭୀମ୍ ଆର୍ମି ଭାରତ ଏକତା ମିଶନ ଦ୍ୱାରା ଆମ୍ବେଦକର ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ।

ଘଷିପୁରା:୨୯/୦୩, ଆଜି ବେଲବାହାଳି ମହା ବିଦ୍ୟାଳୟ ପ୍ରାଙ୍ଗଣରେ ଭୀମ୍ ଆର୍ମି ଭାରତ ଏକତା ମିଶନ ର ଜିଲ୍ଲା ସଭାପତି ସତ୍ୟବ୍ରତ ଜେନା ଙ୍କ ଅଧ୍ୟକ୍ଷତା ରେ ଆସନ୍ତା ଏପ୍ରିଲ ୧୪ ତାରିଖ ଦିନ ଭାରତୀୟ ସମ୍ବିଧାନ ପ୍ରଣେତା ଡ଼ଃ. ଭୀମରାଓ ଆମ୍ବେଦକର ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଚଳିତ ବର୍ଷ ଆମ୍ବେଦକର ଜୟନ୍ତୀ ମହା ଆଡମ୍ବର ର ସହ ପାଳନ କରିବା ନିମନ୍ତେ ବିଶାଳ ବାଇକ ଶୋଭାଯାତ୍ରା ଦ୍ୱାରା ସମ୍ବିଧାନ ସଚେତନତା ଯାତ୍ରା ସହ ଉପଖଣ୍ଡ ସ୍ତରରେ ଆନନ୍ଦପୁର ଉପଖଣ୍ଡ ଠାରେ ଏକ ବିଶାଳ ଜନ ସମ୍ମିଳନୀ ଆୟୋଜନ କରିବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ମତ ପ୍ରକାଶ କରିଥିଲେ ଏବଂ ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ବୋଲି ବୈଠକ ମତାମତ ଦେଇଛନ୍ତି ଏବଂ ଶୋଭାଯାତ୍ରା ରେ ପରିବେଶ ସୁରକ୍ଷା ଏବଂ ରୋଗୀ ଙ୍କ ସୁରକ୍ଷା ନିମନ୍ତେ ଡ଼ି.ଜେ ସାଉଣ୍ଡ ବ୍ୟବହାର କରିବା ପରବର୍ତ୍ତେ ଦେଶୀ ସିଂଘ ବାଜା ଏବଂ ଅଳ୍ପ ସାଉଣ୍ଡ ବ୍ୟବହୃତ କରାଯିବା ନେଇ ନିଷ୍ପତି ନେଇଛନ୍ତି। ତିନୋଟି ବ୍ଲକ ଯଥା ହାଟଡିହି, ଆନନ୍ଦପୁର ଏବଂ ଘସିପୁରା ବ୍ଲକ ରୁ ଶୋଭାଯାତ୍ରା ବାହାରି ଆନନ୍ଦପୁର ଉପଖଣ୍ଡ ର ନଗର ପରିକ୍ରମା କରି ଶାଳପଡା ବାଇପାସ ସୁଡୁସୁଡ଼ିଆ ଆମ୍ବେଦକର ଛକ ଠାରେ ଥିବା ବାବା ସାହେବ ଡ଼ଃ. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ପାଖରେ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନ ଜଣାଇ ଜନ ସମ୍ମିଳନୀ କୁ ଉଦବୋଧନ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଏହି ବୈଠକ ରେ ସ୍ଥିର ହୋଇଛି। ଆଜିର ବୈଠକ ରେ ରଶ୍ମିରଞ୍ଜନ ଜେନା, ଦୀପକ ମୁଖୀ, ବୁଧନ ସିଂ ହେମ୍ବ୍ରମ, ବାଇଧର ଜେନା, ଶ୍ରୀକାନ୍ତ ମଲ୍ଲିକ, ପପୁନ ହେମ୍ବ୍ରମ, ଲୋକନାଥ ଜେନା, ତାପସ ଜେନା, ନରହରି ଜେନା, ପ୍ରକାଶ ଜେନା, ଶନି ନାହାକ, ଜଗନ୍ନାଥ ଜେନା, ସେକ ମୁଜାରୁଦ୍ଦିନ, ଚନ୍ଦ୍ରକାନ୍ତ ଜେନା, ସୁବ୍ରତ କୁମାର ଜେନା, ନଣ୍ଡା ଜେନା, ଅନାଦି ଜେନା, ଲିପୁନ ଜେନା ଙ୍କ ସହ ଭୀମ ଆର୍ମି ର ବିଶିଷ୍ଟ ସଦସ୍ୟ ମାନେ ଉପସ୍ଥିତ ଥିଲେ ପରିଶେଷରେ ଘସିପୁରା ବ୍ଲକ ସଭାପତି ରଶ୍ମିରଂଜନ ଧନ୍ୟବାଦ ପ୍ରଦାନ କରିଥିଲେ ।

ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ କେନ୍ଦୁଝର।

6
494 views

Comment