logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚମ୍ପୁଆ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ। ଶିକ୍ଷା ମଣିଷ'ର ଏକ ପୂର୍ଣ୍ଣତାର ପରିପ୍ରକାଶ।

ଚମ୍ପୁଆ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ। ଶିକ୍ଷା ମଣିଷ'ର ଏକ ପୂର୍ଣ୍ଣତାର ପରିପ୍ରକାଶ।

ଚମ୍ପୁଆ -୨୯/୦୩ (ଖଣ୍ଡାଧାର ନିଉଜ) ଚମ୍ପୁଆ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନରେ ୩୩ତମ ବାର୍ଷିକ ଉତ୍ସବ ସଭାପତି ଶାନ୍ତନୁ କୁମାର ଦାସଙ୍କ ସଭାପତିତ୍ଵରେ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ରଶ୍ମିରଞ୍ଜନ ସାହୁ, ସମ୍ମାନିତ ଅତିଥିଭାବେ ଚମ୍ପୁଆ ଉପଖଣ୍ଡ ବନ ଅଧିକାରୀ ଅକ୍ଷୟ ଛତ୍ରିୟା ଓ ମୁଖ୍ୟଅତିଥି ଭାବେ ଜଙ୍ଘିରା ସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବ୍ରହ୍ମାନନ୍ଦ ନାୟକ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀ ମା,ଶ୍ରୀ ଅରବିନ୍ଦଙ୍କ ଫଟୋଚିତ୍ରରେ ଧୂପ ଦ୍ଵୀପ ପ୍ରଦାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଂଗୀତ ପରିବେଷଣ କରାଯିବା ପରେ ବିଦ୍ୟାଳୟ ସଂପାଦକଙ୍କ ଦ୍ଵାରା ଅତିଥି ପରିଚୟ ପ୍ରଦାନ ପରେ ଅଧ୍ୟକ୍ଷ ଶାନ୍ତନୁ କୁମାର ଗିରିଙ୍କ ଦ୍ଵାରା ବିଦ୍ୟାଲୟ ବାର୍ଷିକ ବିବରଣୀ ପଠନ କରିଥିବାବେଳେ ମୁଖ୍ୟଅତିଥି ଶ୍ରୀ ସାହୁ ମୂଲ୍ୟବୋଧ ତଥା ଚରିତ୍ର ଗଠନ ଶିକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିବା ବେଳେ ସମ୍ମାନିତ ଅତିଥି ଶ୍ରୀ ଛତ୍ରିଆ ଶିଶୁ ମଧ୍ୟରେ ଲୁକାୟିତ ଥିବା ଜ୍ଞାନର ପରି ପ୍ରକାଶ ଉପରେ ଆଲୋକପାତ କରିବା ସହିତ ବୃକ୍ଷର ସୁରକ୍ଷା ପାଇଁ ଜଙ୍ଗଲ ନିଆଁ ନ ଲାଗିବା ଉପରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ନାୟକ ଶିକ୍ଷା ମଣିଷ ପାଇଁ କେତେ ଅନିବାର୍ଯ୍ୟ, ଶିକ୍ଷା ନ ହେଲେ ଅନ୍ଧାରରୁ ଆଲୋକ ଦେଖିବା ସମ୍ଭବ ନୁହେଁ। ଶିକ୍ଷା ମଣିଷର ଏକ ପୂର୍ଣ୍ଣତାର ଏକ ପରିପ୍ରକାଶ। ଶ୍ରୀଅରବିନ୍ଦ ଶିକ୍ଷା ତଥାକଥିତ ଶିକ୍ଷା ନୁହେଁ। ଏହି ଶିକ୍ଷାରେ ଜୀବନ ମୂଲ୍ୟବୋଧକୁ ଜାଣି ହେବ। ଯେଉଁ ଶିକ୍ଷାରେ ଶାରିରୀକ, ପ୍ରାଣିକ,ନୈତିକ, ମାନସିକ, ଆଧ୍ୟାତ୍ମିକ ଶିକ୍ଷା ଦିଆଯାଉଥିବା ହେତୁ ଏହାକୁ ପୂର୍ଣ୍ଣାଙ୍ଗ ଶିକ୍ଷା କହନ୍ତି । ଏପରି ଶିକ୍ଷାରେ ଶିଶୁ ସର୍ବାଙ୍ଗ ବିକାଶ ହୋଇଥାଏ । ଶେଷରେ ସଭାପତି ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କଲାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

3
193 views

Comment