logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସଂସ୍କୃତିନିଷ୍ଠ ସମାଜ ଗଠନ ରେ ବ୍ରାହ୍ମଣଙ୍କ ଭୂମିକା ଅପରିସୀମ। କେନ୍ଦୁଝର ବ୍ରାହ୍ମଣ ମହାସଭା ର ବାର୍ଷିକ ଉତ୍ସବ।

ସଂସ୍କୃତିନିଷ୍ଠ ସମାଜ ଗଠନ ରେ ବ୍ରାହ୍ମଣଙ୍କ ଭୂମିକା ଅପରିସୀମ
*****************************
କେନ୍ଦୁଝର ବ୍ରାହ୍ମଣ ମହାସଭା ର ବାର୍ଷିକ ଉତ୍ସବ

କେନ୍ଦୁଝର - ୨୯/୦୩(ଖଣ୍ଡାଧାର ନିଉଜ) ରବିବାର ପୂର୍ବାହ୍ନ ରେ କେନ୍ଦୁଝର ବ୍ରାହ୍ମଣ ମହାସଭା ର ବାର୍ଷିକ ଉତ୍ସବ ଅନୁଷ୍ଠାନ ର ସଭାପତି ଇଂ ଗୌରାଙ୍ଗ ଚରଣ ହୋତାଙ୍କ ସଭାପତିତ୍ଵ ରେ ବ୍ରାହ୍ମଣ ମହାସଭା ର ସଭାଗୃହ ରେ ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି। ଅତିଥିଙ୍କ ଦ୍ଵାରା ବ୍ରାହ୍ମଣ ମହାସଭା ର ବାର୍ଷିକ ମୁଖପତ୍ର ବ୍ରହ୍ମାର୍ପଣ ର ପାଠକାର୍ପଣ ଅନୁଷ୍ଠିତ ହେବା ସହିତ ତିନିଜଣ ବ୍ରାହ୍ମଣ ବାଳକଙ୍କ ନିଃଶୁଳ୍କ ବ୍ରତୋପନୟନ ଜୟକୃଷ୍ଣ ମିଶ୍ର ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା।
ପଣ୍ତିତ ମଧୁସୂଦନ ମିଶ୍ରଙ୍କ ବେଦମନ୍ତ୍ର ଉଚ୍ଚାରଣ ମଧ୍ଯରେ ଅତିଥି ମାନେ କେନ୍ଦୁଝର ର ରାଷ୍ଟ୍ରଦେବତା ଶ୍ରୀବଳଦେବଜୀଉ ଓ ରାଷ୍ଟ୍ରଦେବୀ ମାତାରିଣୀଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ ସହିତ ଧୂପ ଦୀପ ପ୍ରଜ୍ବଳନ କରି ଉତ୍ସବ ର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନ ର ଦିବଂଗତ ସଦସ୍ୟଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
ସମ୍ପାଦକ ରାଜଗୁରୁ ପ୍ରସନ୍ନ କୁମାର ନନ୍ଦ ସଂପାଦକୀୟ ବିବରଣୀ ପ୍ରଦାନ କରିବା ସହିତ ବ୍ରାହ୍ମଣଙ୍କ ବିଭିନ୍ନ ସମସ୍ୟା ସଂପର୍କ ରେ ସୂଚୀତ କରିଥଲେ।
ରାଜ୍ୟ ବ୍ରାହ୍ମଣ ମହାସଭା ର ସଭାପତି ଡକ୍ଟର ସଦାନନ୍ଦ ଦିକ୍ଷୀତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାଜ କୁ ସଠିକ୍ ଦିଗଦର୍ଶନ ଦେବାରେ ବ୍ରାହ୍ମଣଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ମତ ପୋଷଣ କରିଥିଲେ।
ରାଜ୍ୟ ବ୍ରାହ୍ମଣ ମହାସଭା ର ଯୁଗ୍ମ ସଧାରଣ ସମ୍ପାଦକ ଶାନ୍ତନୁ କୁମାର ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ବ୍ରାହ୍ମଣ ସମାଜର ମହତ୍ତ୍ଵ ପ୍ରତିପାଦନ କରିଥିଲେ।
ବ୍ରହ୍ମାର୍ପଣ ର ମୁଖ୍ୟସମ୍ପାଦକ କବି ଦେବାଶିଷ ଚକ୍ରବର୍ତ୍ତୀ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ସଂସ୍କୃତିନିଷ୍ଠ ସମାଜ ଗଠନ ରେ ବ୍ରାହ୍ମଣଙ୍କ ଭୂମିକା ଅପରିସୀମ ବୋଲି ମତପ୍ରଦାନ କରିଥିଲେ।
ଦେବଦର୍ଶନ ଦାଶଙ୍କ ପରିଚାଳନା ରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ କୈଳାସ ଚନ୍ଦ୍ର ପଣ୍ଡା, ବରିଷ୍ଠ ଅଧିବକ୍ତା ଚତୁର୍ଭୁଜ ହୋତା, ମଦନ ମୋହନ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରି ବ୍ରାହ୍ମଣ ସମାଜ ର ନାନାବିଧ ସମସ୍ୟା ଓ ତାର ନିରାକରଣ ସମ୍ପର୍କ ରେ ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଥିଲେ।
ଉପସଭାପତି ରଞ୍ଜନ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

2
550 views

Comment