logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦାମନଯୋଡିର ହନୁମାନ ବାଟିକା ଠାରେ ଶ୍ରୀମଦ ଭାଗବତ କଥା ମହୋଛବର ଆଧ୍ୟାତ୍ମିକ ପରିବେଶ।ଏକ ସପ୍ତାହ ଧରି ଚାଲୁରହିବ।

ଦାମନଯୋଡି ଠାରେ ଇସ୍କନ ସିମିଲିଗୁଡା ଆନୁକୁଲ୍ୟରେ ଦାମନଯୋଡି ଅଁଳା ବାଡିକୋଲନି ଓ ମାଥାଲପୁଟ୍ ଇସ୍କନ ପରିବାର ସହୟାତାରେ ଦାମନଯୋଡିର ହନୁମାନବାଟିକା ପରିସରରେ ୨୮୨୯/୩/୨୦୨୬ ଠାରୁ ଏକ ସପ୍ତାହ ଧରି ଆୟୋଜନ କରାଯାଇଅଛି। ପ୍ରଥମେ ମାଥାଲପୁଟ୍ ରାଧାକୃଷ୍ଣ ମନ୍ଦିର ଠାରୁ ସୋଭାଯାତ୍ରା ଆରମ୍ଭ କରାଯାଇ ଦାମନଯୋଡି ହନୁମାନ ବାଟିକାରଠାରେ ପହଞ୍ଚି ଲାପରେ ଠାକୁରଙ୍କ ସମସ୍ତ ରିତିନିତି କରଯାଇଥିଲା ।ପରେ ହନୁମାନ ବାଟିକାର ଟ୍ରଷ୍ଟି ଶ୍ରୀ ଆଲୋକଚଉଧୁରି ଙ୍କୁ ପ୍ରଥମେ ଇସ୍କନ ତରଫରୁ ଅତିଥିରୁପେ ନିମନ୍ତ୍ରଣ କରି ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏବଂ ଶ୍ରୀ ଚଉଧୁରିରି ଙ୍କୁ ଠାକୁରଙ୍କ ବିଷୟରେ କିଛି ବକ୍ତବ୍ୟ ରଖିବାକୁ କୁହାଜାଇଥିଲା ପରେ ଭୁବନେଶ୍ୱର ଇସ୍କନରୁ ଡକାଯାଇଥିବା ମୁଖ୍ୟ ବକ୍ତା ଶ୍ରୀପାଦ ଅକ୍ଷୟହରିଦାସ ପ୍ରଭୁଜି ଆଜିକାଲିର ଯୁବପିଢି ଓ ଧିରେ ଧିରେ କଳୁସିତ ନହେଇ ସମାଜକୁ ବିପଥଗାମି ନହେବା ପାଇଁ ଆଧ୍ୟାତ୍ମିକ ଉପରରେ ବହୁତ ପ୍ରକାରର ବକ୍ତବ୍ୟ ରଖିଥିଲେ । ଏବଂ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଘଣଟ ଠାରୁ ୯ ଘଣ୍ଟ ପର୍ଯ୍ୟନ୍ତ କରିବାକୁ ଇସ୍କନ ତରଫରୁ ସ୍ଥିର କରାଯାଇଛି। ଏବଂ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରତିଦିନ ଅନ୍ନପ୍ରସାଦ ସହ କୋଉଦିନ କୋଉ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଉଅଛି। ଦାମନଯୋଡିରେ ଏକ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି ।
ସିମିଲିଗୁଡା ଓ ସୁନାବେଢାରୁ ସହ ସହ ଇସ୍କନ ଭକ୍ତ ମଧ୍ୟ ଯୋଗ ଦେବାସହ ହରିକଥା ଶ୍ରବଣ କରିବାସହ ଆନନ୍ଦ ଅନୁଭବ କରୁଛନ୍ତି।ଏଥିରେ ଦାମନଯୋଡିର ସ୍ଥାନିୟ ଇସ୍କନ ଭକ୍ତମାନେ ପୁରା ମାତ୍ରରେ ସହଯୋଗ କରୁଛନ୍ତି ଯଥା- ସୁରେଶ ପ୍ରଭୁ,ଦିନେଶ ପ୍ରଭୁ,ଭିମ ପ୍ରଭୁ , କୃଷ୍ଣ ପ୍ରଭୁ, ସହଯୋଗ କରିବସହ ଅନେକ ମାତାଜି ମାନେ ମଧ୍ୟ ସହଯୋଗ କରୁଛନ୍ତି ଯଥା-ଡାଲିମା,ଲିସା,ଜସୋଦା, ମାତାଜି ମାନଙ୍କ ସହ ଆଉରି ଅନେକ ମାତାଜି ଓ ପ୍ରଭୁମାନେ ସହଯୋଗ କରୁଛନ୍ତି।ବିଭିନ୍ନ ପ୍ରକାରର ଷ୍ଟଲ ମଧ୍ୟ କରାଯାଇଛି। ଭକ୍ତ ବେଦାନ୍ତ ବୁକ୍ ଷ୍ଟଲ୍ ଏବଂ ପ୍ରସାଦର ଷ୍ଟଲ୍ ଲଗାଯାଇଅଛି।

53
1961 views

Comment