ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଗତି ଉତ୍ସବ।
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପ୍ରଗତି ଉତ୍ସବ।
ପାଟଣା-୨୮/୦୩, ଶନିବାର ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ବୈତରଣୀ ବିହାର ସ୍ୱାମ୍ ପପାଟଣା ପ୍ରାଙ୍ଗଣରେ ଥିବା ବୌଦ୍ଧିକ ମଣ୍ଡପ ଠାରେ ଶିକ୍ଷାବର୍ଷ 2026 ରେ ବାର୍ଷିକ ପରୀକ୍ଷାଫଳ ଓ ପ୍ରଗତି ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ବିଦ୍ୟାଦାତ୍ରୀ ମା ସରସ୍ୱତୀ ଙ୍କ ନିକଟରେ ପ୍ରାର୍ଥନା କରାଯାଇ ଧୂପଦ୍ଵିପ ପ୍ରଜ୍ୱଳିତ କରାଯାଇ ଥିଲା। ଏହାପରେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଂପାଦକ ଦୟାନିଧି ମହାନ୍ତ ମଞ୍ଚ ପରିଚଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନିଖିଳ ଉତ୍କଳପ୍ରଥମିକ ଶିକ୍ଷକ ଫେଡେରେସନ ଜିଲ୍ଲା ସଂପାଦକ କମଳାକାନ୍ତ ପତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଜିର କୁନି କୁନି ପିଲାମାନେ ଆଗାମୀ ଦିନର ଭବିଷ୍ୟତ ବୋଲି କହିଥିଲେ। ଆଗାମୀ ଦିନରେ ଜଣେ ଜଣେ ଭଲ ମଣିଷ କିପରି ହୋଇ ପାରିବେ ସେଥିପ୍ରତି ଯତ୍ନବାନ ହେବାସହ ନିଷ୍ଠାର ସହିତ ଅଧ୍ୟୟନ କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଗତି ଉତ୍ସବରେ ପ୍ରଦର୍ଶିତ ଫଳାଫଳ ତାଲିକାକୁ ଫିତା କାଟି ଉନ୍ମଚନ କରା ଯାଇଥିଲା। ସଭାରେ ପରିଚାଳନା କମିଟିର ସଭାପତି ବ୍ରଜେନ୍ଦ୍ର କୁମାର ପତି ଓ ଉପସଭାପତି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରତିଶ୍ରେଣୀ ରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଫୁଲତୋଡ଼ା ଏବଂ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।