ଦୁର୍ଗାପୁର ରେ ନବନିର୍ମିତ ଶ୍ରୀରାମ ମନ୍ଦିର ର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ।
ଦୁର୍ଗାପୁର ରେ ନବନିର୍ମିତ ଶ୍ରୀରାମ ମନ୍ଦିର ର ରତ୍ନମୁଦ ପ୍ରତିଷ୍ଠା ଉତ୍ସବ।
ଚମ୍ପୁଆ -୨୮/୦୩(ଖଣ୍ଡାଧାର ନିଉଜ) ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ ଅର୍ଶଳା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମବାସୀ ବୃନ୍ଦଙ୍କ ଆନୁକୂଲ୍ୟରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନବନିର୍ମିତ ଶ୍ରୀରାମ ମନ୍ଦିରର ଶୁଭ ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ଯଥାବିଧି ମହାସମାରୋହରେ ପାଳନ କରାଯାଇଛି l ମୁଖ୍ୟପୂଜକ ଡ଼.ଦେବଦତ୍ତ ସଡଙ୍ଗୀଙ୍କ ସହିତ ସହପୂଜକ ଭାବେ ଡ଼ ବିଚିତ୍ରା ନନ୍ଦ ଓ ବଳରାମ ଦାଶ ରୀତିନୀତି ଅନୁଯାଇ ସମସ୍ତ ପୂଜାବିଧି ସମ୍ପର୍ଣ୍ଣ କରିଥିଲେ l
ଏହି ପ୍ରତିଷ୍ଠା ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେପି ଜନନେତା, ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଂଯୋଜକ ତଥା କେନ୍ଦୁଝର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗଦେଇ ଉତ୍ସlହିତ କରିଥିଲେ । ମନ୍ଦିର କମିଟି ସଦସ୍ୟ ଅଖିଳ ନାଏକ, ଅର୍ଶଳା ପଞ୍ଚାୟତ ସରପଞ୍ଚ ହେମଲତା ନାଏକ,ଝୁମ୍ପୁରା ପଞ୍ଚାୟତ ସରପଞ୍ଚ ରେବତୀ ବିରୁଆ, ପୂର୍ବତନ ସରପଞ୍ଚ ପ୍ରସନ୍ନ ନାଏକ, ପୂର୍ବତନ ସରପଞ୍ଚ ପାର୍ବତୀ ମୁଣ୍ଡା, ସନାତନ ନାଏକ, ଖଗେଶ୍ୱର ନାଏକ, ସୁରେଶ ମହାନ୍ତ, ଘନଶ୍ୟାମ ମୁଣ୍ଡା, ତତ ମୁଣ୍ଡା, ଅଶୋକ ନାଏକ, ମୋହନ ଚରଣ ସେଠୀ, ତାପସ ନାଏକ, ପଦ୍ମିନୀ ନାଏକ, ଯଶୋଦା ନାଏକ, ମାଳତି ନାଏକ, ପାର୍ବତୀ ନାଏକ, ସରୋଜିନୀ ସେଠୀ , ପାରିଜାତ ନାଏକ,ମାନସ ରଞ୍ଜନ ସେଠୀ,ସରସ୍ବତୀ ନାଏକ ଓ ତିଲୋତମା ନାଏକଙ୍କ ସହିତ ଅନେକ ଗ୍ରାମବାସୀ ବୃନ୍ଦ ପ୍ରଥମେ ଅତିଥିଙ୍କୁ ଶଙ୍ଖ ହୁଳହୁଳି ସହିତ ବନ୍ଦାପନା କରି ମନ୍ଦିର ପାଖକୁ ପାଛଟି ନେଇଥିଲେ ଏବଂ ଶ୍ରୀ ତ୍ରିପାଠୀ ସେଠାରେ ଠାକୁରଙ୍କୁ ମୁଣ୍ଡିଆ ମାରି ପୂଜାର୍ଚ୍ଚନା କରିଥିଲେ । ଶତାଧିକ ଭକ୍ତଙ୍କ ଜନ ଗହଳି ଏବଂ ଜୟ ଶ୍ରୀରାମ ନାରାରେ ମନ୍ଦିର ଚତୁର୍ପାଶ୍ୱ ଏକ ଆଧ୍ୟାତ୍ମିକତା ସହିତ ଉତ୍ସାହର ବାତାବରଣରେ ପରିପୂର୍ଣ୍ଣ ହୋଇ ରହିଥିଲା । ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ବ୍ୟତୀତ କେନ୍ଦୁଝର ଜ଼ିଲ୍ଲା ତଥା ଆଖ ପାଖ ପୋଡ଼ଶୀ ସୁନ୍ଦରଗଡ଼, ମୟୁରଭଞ୍ଜ ଜ଼ିଲ୍ଲାର ଆଦିବାସୀ ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାର ସମାଜ ହିତୌଷି ଓ ଜନସାଧାରଣଙ୍କ ମଙ୍ଗଳକାରକ କାର୍ଯ୍ୟମାନ କରିଥାନ୍ତି, ଏବଂ ସବୁବେଳେ ଲୋକଙ୍କ ବିଭିନ୍ନ ସୁବିଧା ଅସୁବିଧାରେ ସାମିଲ ହୋଇ ଲୋକଙ୍କ ସମସ୍ୟା ଦୂର କରିବା ଦିଗରେ ସର୍ବଦା ତତ୍ପରତା ଦେଖାଇ ଆସିଥାନ୍ତି l ତାଙ୍କ ବ୍ୟସ୍ତ ବହୁଳ କାର୍ଯ୍ୟ ସୂଚୀ ସତ୍ୱେ ସମୟ ବାହାର କରି ସମସ୍ତ ଉତ୍ସବରେ ଯୋଗ ଦେଇଥାନ୍ତି ଯାହା ଫଳରେ ଶ୍ରୀ ତ୍ରିପାଠୀଙ୍କ ଲୋକପ୍ରିୟତା ଚମ୍ପୁଆ ନିର୍ବାଚନ ମଣ୍ଡଳୀ ସହିତ ସମଗ୍ର ଜ଼ିଲ୍ଲାରେ ବଢିବାକୁ ଲାଗିଛି l
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।