logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଶିଷ୍ଟ ସାହିତ୍ୟିକ ଜୈମନ ବାରିକ୍ ଙ୍କ ପରଲୋକ।

ବିଶିଷ୍ଟ ସାହିତ୍ୟିକ ଜୈମନ ବାରିକ୍ ଙ୍କ ପରଲୋକ।

କରଞ୍ଜିଆ - ୨୮/୩ (ଖଣ୍ଡାଧାର ନିଉଜ) ମୟୁରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକ ଅନ୍ତର୍ଗତ ନୂଆବେଡା ଗ୍ରାମ ର ତଥା ପାଞ୍ଚପୀଢ, କରଞ୍ଜିଆ ଅଞ୍ଚଳର ଜଣାଶୁଣା ଲେଖକ ତଥା ବିଶିଷ୍ଟ ସାହିତ୍ୟିକ ଜୈମନ ବାରିକଙ୍କ ଗତ ୨୧ ତାରିଖ ସକାଳେ ପରଲୋକ ହେlଇ ଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୭୫ ବର୍ଷ ହେlଇଥିଲା l ସେ ଗତ କିଛି ବର୍ଷ ହେବ ଯକୃତ ଜନିତ ରେlଗରେ ପୀଡିତ ଥିଲେ ଓ ଯାଜପୁର ରେ ତାଙ୍କ ପୁଅ ପାଖରେ ରହି ଚିକିତ୍ସିତ ହେଉଥିଲେ l ସେଇଠି ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କଲେ l ସେ ପେଷାରେ ଥିଲେ ଜଣେ ଅମିନ, କିନ୍ତୁ ସାହିତ୍ୟ ତାଙ୍କର ଥିଲା ଅତି ପ୍ରିୟ l ମା' କୀଚକେଶ୍ବରୀ ସାହିତ୍ୟ ସମାଜ ର ସେ ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ l ସେ ସ୍ବଭାବତଃ ଜଣେ ଅମାୟିକ ଓ ସ୍ବଳ୍ପଭାଷୀ ବ୍ୟକ୍ତି ଥିଲେ l ଶିଶୁ ସାହିତ୍ୟ ଛଡା ସେ ଗଳ୍ପ ଲେଖିବାରେ ଥିଲେ ବେଶ୍ ନିପୁଣ l ବହୁ ସାହିତ୍ୟ ଅନୁଷ୍ଠାନଦ୍ବାରା ସମ୍ବର୍ଦ୍ଧିତ ଜୈମନ ବାରିକ ଙ୍କ "ଡୁମା "(କେlରାପୁଟିଆ କାହାଣୀ) ଓ "ଲକ୍ଷେ ରଜାରେ ମଉଡମଣୀ " ଭଳି ଦୁଇଟି ଗଳ୍ପ ସଂକଳନ ପ୍ରକାଶିତ ହେlଇ ବେଶ୍ ପାଠକାଦ୍ରୁତ ହୋଇପାଇଛି l ତାଙ୍କ ବିୟୋଗ ରେ ଶୁକ୍ରୁଳି ଅଞ୍ଚଳ ରେ ଗଭୀର ଶେlକର ଛାୟା ଖେଳି ଯାଇଛି l ମୃତ୍ୟୁ ସମୟ ରେ ତାଙ୍କ ସ୍ତ୍ରୀ କୁନ୍ତଳା ବାରିକ ,ପୁଅ ଅରିଷ୍ଟନେମୀ ବାରିକ, ବୋହୁ ଜ୍ୟୋତିରୂପା ମହାକୁଡ଼ , ଦୁଇ ଝିଅ ନିରୁପମା, ସୁଷମା,ନାତି ଓ ନାତୁଣୀମାନେ ଉପସ୍ଥିତ ଥିଲେ l ଗ୍ରାମ ସମଶାନରେ ତାଙ୍କ ଦାହ ସଂସ୍କାର ହୋଇଥିବା ବେଳେ ପୁତ୍ର ଅରିଷ୍ଟ ନେମୀ ମୁଖାଗ୍ନି ଦେଇଥିଲେ l

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

10
2413 views

Comment