ଏମ୍.ଭି-୭୯ ଠାରେ ପୋଲିସ ଓ ଆର୍ଟିଓ ପକ୍ଷରୁ ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ l
କାଲିମେଳା:୨୯/୦୩(ସନ୍ତୋଷ କୁମାର ପଣ୍ଡା):କାଲିମେଳା ବ୍ଲକ ଏମ୍ଭି ୭୯ ଗ୍ରାମଠାରେ ପୁଲିସ ଏବଂ ମାଲକାନଗିରି ଆରଟିଓ ମିଳିତ ଭାବେ ୩୨୬ ନମ୍ବର ଜାତୀୟ ରାଜପଥରେ ଲୋକଙ୍କୁ ଟ୍ରାଫିକ୍ ନିୟମ ବିଷୟରେ ସଚେତନତା ବାର୍ତ୍ତା ଦିଆଯାଇଛି।ମଦ୍ୟପାନ ନକରି ଗାଡି ଚାଳନା କରିବା ସର୍ବଦା ହେଲମେଟ ପିନ୍ଧି ଗାଡି ଚଳାଇବା, ନିୟମାନୁଯାୟୀ ଗାଡିର ବେଗ ରଖୁବା ଏବଂ ସଡ଼କ ସୁରକ୍ଷା ସମସ୍ତ ନିୟମ ଅବଲମ୍ବନ କଲେ ଦୁର୍ଘଟଣା ରୋକିବା ଏବଂ ଜୀବନ ରକ୍ଷା କରାଯାଇ ପାରିବ ବୋଲି କୁହା ହାଯାଇଛି । ଏମ୍ଭି ୭୯ ପୁଲିସ ଉପସ୍ଥିତ ରହି ସଚେତନତା କରାଇ ଥିଲା ।ମାଲକାନଗିରି ଆରଟିଓ ତରଫରୁ ମାର୍ଚ୍ଚ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସ୍ଥାନରେ କ୍ଲଷ୍ଟରସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି। ଏମ୍ଭି ୭୯ ଗ୍ରାମବାସୀ ଏବଂ ଯୁବପିଢ଼ିକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।