logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓକିଲସଂଘ କର୍ମକର୍ତ୍ତା ନିର୍ବାଚନ l ଷଷ୍ଠ ଥର ପାଇଁ ସୁଶାନ୍ତ ସଭାପତି l ଜିତେନ୍ଦ୍ର ସମ୍ପାଦକ l

ଅନୁଗୋଳ (କରୁଣାକର ନାୟକ,):-୨୮/୩:- ଆଠମଲ୍ଲିକ ଓକିଲସଂଘ ର କର୍ମକର୍ତ୍ତା ନିର୍ବାଚନ ଫଳାଫଳ ଶନିବାର ଘୋଷଣା ହୋଇଯାଇଛି l ଷଷ୍ଠ ଥର ପାଇଁ ସୁଶାନ୍ତ କୁମାର ମହାପାତ୍ର ସଭାପତି ଭାବେ ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଛନ୍ତି l ସେହିଭଳି ଉପସଭାପତି ଭାବେ ଉଗ୍ରସେନ ସେଠି, ସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ମୁଖି,ସହ ସମ୍ପାଦକ ଭାବେ ନିବେଦିତା ପ୍ରଧାନ ଓ କୋଷାଧ୍ୟକ୍ଷ ଭାବେ ସୁନୀଲ କୁମାର ଶାସନି ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଥିଲେ l ନବନିର୍ବାଚିତ ସମସ୍ତ କର୍ମକର୍ତ୍ତା ଙ୍କୁ ସଂଘ ର ଉପସ୍ଥିତ ସମସ୍ତ ସଭ୍ୟ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ପରେ ସମସ୍ତେ ମିଶି ଓକିଲସଂଘ କାର୍ଯ୍ୟାଳୟରେ ଥିବା କୁଳବୃଦ୍ଧ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ l ଆଠମଲ୍ଲିକ ଓକିଲସଂଘ ର ସମସ୍ତ ପ୍ରକାର ଉନ୍ନତି ପାଇଁ ସବୁବେଳେ ଚେଷ୍ଟିତ ରହିବି ବୋଲି ସଭାପତି ସୁଶାନ୍ତ କହିଛନ୍ତି l

146
7582 views

Comment