logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଟାଙ୍ଗରତଳୀ ଭାଗବତ ଟୁଙ୍ଗିର ଭାଗବତ ପାରାୟଣ ଅବସରରେ ପ୍ରଭୁଙ୍କ ବଣଭୋଜି ପର୍ବ

ଟାଙ୍ଗରତଳୀ ଭାଗବତ ଟୁଙ୍ଗିର ଭାଗବତ ପାରାୟଣ ଅବସରରେ ପ୍ରଭୁଙ୍କ ବଣଭୋଜି ପର୍ବ

କେନ୍ଦୁଝର,୨୮.୩ -- ଭାଗବତ ଭଗବାନଙ୍କ ଅପାର କରୁଣାରୁ ଟାଙ୍ଗରତଳୀ ଭାଗବତ ଟୁଙ୍ଗିରେ ବାର୍ଷିକ ଭାଗବତ ପାରାୟଣ ଅବସରରେ ଭଗବତ ମହାପ୍ରଭୁଙ୍କ ବଣଭୋଜି ଯଥାରୀତିରେ ମହାସମାରୋହରେ ସଂପନ୍ନ ହୋଇଯାଇଛି। ପଣ୍ଡିତ ସନ୍ତୋଷ ଆଚାର୍ଯ୍ୟ,ଶରତ କୁମାର ଆଚାର୍ଯ୍ୟ, ଜଗବନ୍ଧୁ ଆଚାର୍ଯ୍ୟ ଓ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ପୂଜାର୍ଚ୍ଚନା କରିବା ସହିତ ନିରାକାର ପଲେଇ ସପତ୍ନୀ ସଂକଳ୍ପ କରୁଛନ୍ତି। ଉକ୍ତ ପାରାୟଣ ଆସନ୍ତା ତା ୩୦.୩.୨୦୨୬ ରିଖ ସୋମବାର ଦିନ ସମାପନ ହେବ ବୋଲି ଭାଗବତ ଟୁଙ୍ଗୀ ତରଫରୁ ପ୍ରକାଶ । ଏହି ଅବସରରେ କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭାଗବତ ମହାତ୍ମ୍ୟ ଉପରେ ଆଲୋଚନା କରିବା ସହିତ ଏହା କିପରି ଘରେ ଘରେ ପହଞ୍ଚିବ ସେଥିପାଇଁ ସମସ୍ତ ଭାଗବତ ଭକ୍ତ ଉଦ୍ଯମ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ଏବଂ ଘଟଗାଁ ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଜୟଦେବ ପଣ୍ଡା ଭାଗବତ ପଠନ ପ୍ରତି ଶ୍ରଦ୍ଧା ଓ ଭକ୍ତି ରଖିବା ଉପରେ ଆଲୋଚନା କରିଥିଲେ। ଭାଗବତ ଟୁଙ୍ଗୀର ପ୍ରଭୁଙ୍କ ବଣଭୋଜି ଉତ୍ସବରେ ଘଟଗାଁ ବ୍ଲକ ଭାଗବତ ପ୍ରଚାର ପ୍ରସାର ସମିତିର ସଭାପତି ଜୟଦେବ ପଣ୍ଡା, ସଂପାଦକ ମାୟାଧର ବାରିକ,କୁଣ୍ଡାପିଠା ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗୀର ବାବୁଲାଲ ପଲେଇ, ଗଦାଧରପୁର ର ବଳରାମ ଆଚାର୍ଯ୍ୟ,,ମଣତାର ଉମାକାନ୍ତ ସାହୁ, ଘଟଗାଁର ଗୋବର୍ଦ୍ଧନ ରାଉତ, ତଥା ବିଭିନ୍ନ ଅଞ୍ଚଳର କପିଳେନ୍ଦ୍ର ପ୍ରଧାନ, ଅର୍ଜୁନ ଚରଣ ବେହେରା, ଅଚ୍ୟୁତ ଦାଶ, ମୁରଲିଧର ମହାକୁଡ଼, ନିରାକାର ଖଣ୍ଡା, କ୍ଷୀରୋଦ ବିହାରୀ ବେହେରା, ପର୍ଶୁରାମ ବେହେରା, ନିରାକାର ପଲେଇ, ଲୋକନାଥ ପଲେଇ , ଜନାର୍ଦ୍ଦନ ନାଏକ, ପ୍ରଭାକର ବେହେରା, ବାବାଜୀ ଚରଣ ପଲେଇ, ରୋହିତ କୁମାର ପଲେଇ,ସୁପ୍ତିପ୍ରୀୟା ବାରିକ, ମଞ୍ଜୁଲତା ମହାକୁଡ଼, ଶକୁନ୍ତଳା ବାରିକ୍ , ବଟକୃଷ୍ଣ ମହାକୁଡ଼, ପ୍ରଫୁଲ୍ଲ ପଲେଇ, ଦୁର୍ଲଭ ମହାକୁଡ଼, ପ୍ରମୋଦ କୁମାର ବାରିକ, ଭାଗିରଥି ବେହେରା, ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ଯେନା ଆଦି ଶତାଧିକ ଭକ୍ତ ଯୋଗଦେଇଥିଲେ।ସଦସ୍ୟ - ମୁରଲିଧର ମହାକୁଡ଼, ଦୁର୍ଲଭ ମହାକୁଡ଼, ବଟକୃଷ୍ଣ ମହାକୁଡ଼,ଋଷିବର ଦାସ, ରୋହିତ ପଲେଇ, ପ୍ରଫୁଲ୍ଲ ପଲେଇ ପରିଚାଳନା କରିଥିବାବେଳେ ଧୃବଚରଣ ବାରିକ, ପ୍ରହଲ୍ଲାଦ ବେହେରା ସହଯୋଗ କରିଥିଲେ। ଏହି ଅବସରରେ ଆସନ୍ତା ଅପ୍ରେଲ ଦୁଇ ତାରିଖରେ କୁଣ୍ଡାପିଠାରେ ହେବାକୁ ଥିବା କେନ୍ଦୁଝର ଜିଲ୍ଲାସ୍ତରୀୟ ଭାଗବତ ଭକ୍ତ ଓ ବନ୍ଧୁ ସମ୍ମେଳନ ରେ ଯୋଗଦେବାକୁ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗୀ କୁଣ୍ଡାପିଠା ତରଫରୁ ବାବୁଲାଲ ପଲେଇ ଉପସ୍ଥିତ ସମସ୍ତ ଭକ୍ତଙ୍କୁ ନିମନ୍ତ୍ରଣ ଜଣାଇଥିଲେ।

51
1677 views

Comment