ଓକିଲ ସଂଘର ନୂତନ କର୍ମକର୍ତ୍ତା ମୁନୋନୟନ; ହିମାଂଶୁ ହେଲେ ସଭାପତି
ବରଗଡ଼/ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୟନ ପର୍ବ ଶେଷ ହେlଇଛି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସଂପାଦକ ଭାବେ ଦେବେନ୍ଦ୍ର ସାହୁ ମନୋନୀତ ହୋଇଥିବା ବେଳେ ଉପ-ସଭାପତି ସୁଧୀର ମେହେର, ସହ-ସମ୍ପାଦକ ପୂର୍ଣ୍ଣେନ୍ଦୁ କୁମାର ଦାଶ, ମହେନ୍ଦ୍ର କୁମାର ଗହୀର, ଗ୍ରନ୍ଥାଳୟ ସମ୍ପାଦକ ପରିତୋଷ ମେହେର, କୋଷାଧ୍ୟକ୍ଷ ଅଞ୍ଜନ କୁମାର ବେହେରା ରହି ଥୂବା ବେଳେ କାର୍ଯକାରୀ କମିଟିରେ ଅଚ୍ୟୁତାନନ୍ଦ ଦାଶ, ଲାଲ ବିକ୍ରମ ସିଂହ ଦେଓ, ଆନନ୍ଦ ଚନ୍ଦ୍ର ସାହୁ, ମନୋଜ ପଟ୍ଟନାୟକ ଓ ଈଶ୍ବର ନାଗ ରହିଛନ୍ତି । ଆଜିର ଏହି ନିର୍ବାଚନ ପ୍ରକ୍ରିୟାରେ ବରିଷ୍ଠ ଓକିଲ ଗୋକୁଳାନନ୍ଦ ସ୍ବାଇଁ ଓ ରାମେଶ୍ବର କୋକା ନିର୍ବାଚନ ଅଧୂକାରୀ ଦାୟିତ୍ଵ ନିର୍ବାହ କରିଥିଲେ। ବରପାଲିକୁ ସବ ଡିଭିଜନ ଦାବୀ ସହ ବରପାଲି ର ସର୍ବାଙ୍ଗୀନ ଉନ୍ନତି ପାଇଁ ଓକିଲ ସଂଘ ତାର ସଂଗ୍ରାମ ଜାରି ରଖୂବ ବୋଲି ନୂତନ କାର୍ଯ୍ୟଭାର ନେଇଥିବା ସଭାପତି ପ୍ରକାଶ କରିଛନ୍ତି ।