logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନିଷିଦ୍ଧାଞ୍ଚଳରେ ଯୁବକ-ଯୁବତୀଙ୍କ ଅନୁଚିତ କାର୍ଯ୍ୟ, ସମାଜସେବୀଙ୍କୁ ରୁକ୍ଷ ପ୍ରତିକ୍ରିୟା । ---------------------------------------------

ଦେବଗଡ଼ ତା ୨୮/୦୩/୨୦୨୬ ରିଖ :- ପ୍ରଧାନ ପାଟ ଝରଣାର ନିଷିଦ୍ଧାଞ୍ଚଳରେ ଗାଧାଉଥିବା ଏକ ଯୁବକ-ଯୁବତୀଙ୍କ ଆଚରଣକୁ ନେଇ ସ୍ଥାନୀୟ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ଦେଖିବାକୁ ସଂଭ୍ରାନ୍ତ ପରିବାରର ଲାଗୁଥିବା ଏହି ଯୁବକ-ଯୁବତୀ ପ୍ରଧାନ ପାଟ ଝରଣାର ନିଷିଦ୍ଧାଞ୍ଚଳରେ ଗାଧାଉଥିବା ବେଳେ କିଛି ସମାଜସେବୀ ଯୁବକ ସେମାନଙ୍କୁ ବାରଣ କରିଥିଲେ। କିନ୍ତୁ ବାରଣ ସତ୍ୱେ ସେମାନେ ସେହି ଯୁବକମାନଙ୍କୁ ରୁକ୍ଷ ଭାଷାରେ ପ୍ରତିବାଦ କରିଥିବା ଦେଖାଯାଇଥିଲା। ଏହି ଘଟଣା ସମ୍ବନ୍ଧରେ ଜଙ୍ଗଳ ବିଭାଗର ଦାୟିତ୍ୱରେ ଥିବା ଭିଏସଏସ (VSS) କୁ ସୂଚନା ଦିଆଯାଇଥିଲେ ମଧ୍ୟ ସେମାନଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ମିଳିପାରିନଥିଲା।
ଏହାକୁ ନେଇ ସ୍ଥାନୀୟ ଲୋକମାନେ ଜଙ୍ଗଳ ବିଭାଗର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ଓ ଏପରି ଘଟଣା ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ଦାବି କରିଛନ୍ତି।

28
1115 views

Comment