logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରେମ ପାଇଁ ପାଗଳପଣ! ପ୍ରେମିକାକୁ ପାଇବା ପାଇଁ ମୋବାଇଲ ଟାୱାର ଉପରେ ଚଢିଲେ ଯୁବକ।

ପ୍ରେମ ପାଇଁ ପାଗଳପଣ! ପ୍ରେମିକାକୁ ପାଇବା ପାଇଁ ମୋବାଇଲ ଟାୱାର ଉପରେ ଚଢିଲେ ଯୁବକ।
​ପ୍ରେମ ଅନ୍ଧ ବୋଲି ଆପଣ ଶୁଣିଥିବେ, ହେଲେ ପ୍ରେମ ଯେ ଜଣକୁ ମୃତ୍ୟୁ ମୁଖକୁ ଟାଣି ନେଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ଜଣେ ଯୁବକ ନିଜ ପ୍ରେମିକାକୁ ପାଇବା ଜିଦ୍‌ରେ ଉଚ୍ଚ ମୋବାଇଲ ଟାୱାର ଉପରକୁ ଚଢିଯାଇ ସମସ୍ତଙ୍କ ନାକେଦମ୍ କରିଦେଇଛନ୍ତି।
ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ସିଙ୍ଗରାଜକୋଣ୍ଡା ଗାଁରେ। ସେହି ଗାଁର ୩୦ ବର୍ଷୀୟ ଯୁବକ ଆଡମା ମାଡକାମି, ଏମ.ଭି ୭ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। କୌଣସି କାରଣରୁ ପ୍ରେମରେ ବିଫଳ ହେବା ପରେ, ସେ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଗାଁରେ ଥିବା ଏକ ଉଚ୍ଚ ମୋବାଇଲ ଟାୱାର ଉପରକୁ ଚଢି ଯାଇଥିଲେ।
​୩ ଘଣ୍ଟାର ହାଇଡ୍ରାମା ଯୁବକ ଜଣକ ଟାୱାର ଉପରେ ଚଢିବା ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
​ ଦୀର୍ଘ ୩ ଘଣ୍ଟାର କଠିନ ପରିଶ୍ରମ ଏବଂ ବୁଝାସୁଝା ପରେ ଅଗ୍ନିଶମ କର୍ମଚାରୀମାନେ ଯୁବକଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇଥିଲେ।
ବର୍ତ୍ତମାନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପ୍ରେମ ପାଇଁ ଏଭଳି ଜୀବନକୁ ବାଜି ଲଗାଇବା କେତେଦୂର ଯୁକ୍ତିଯୁକ୍ତ? ଏହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

0
12 views

Comment