logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ସହରରେ କାଳବୈଶାଖୀ, ପବନ ଝଡ଼ ସହିତ ବର୍ଷା କାରଣରୁ ବିଦ୍ୟୁତ୍ ବିଚ୍ଛିନ୍ନ!

କେନ୍ଦୁଝର ସହରରେ କାଳବୈଶାଖୀ, ପବନ ଝଡ଼ ସହିତ ବର୍ଷା କାରଣରୁ ବିଦ୍ୟୁତ୍ ବିଚ୍ଛିନ୍ନ!
--------------------------------------------
କେନ୍ଦୁଝର:୨୭/୦୩, ଆଜି ରାତ୍ରି ୯ ଘଟିକାରେ କେନ୍ଦୁଝର ସହର ଓ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ କାଳବୈଶାଖୀ ପବନ ଝଡ଼ ଓ ବର୍ଷାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଥିବାର ସୂଚନା ମିଳୁଅଛି। ଅଦ୍ୟାବଧି ବିଦ୍ୟୁତ୍ ବିଚ୍ଛିନ୍ନ ରହିଛି। ବିଭିନ୍ନ ଯାତାୟାତ ରାସ୍ତା ପାର୍ଶ୍ବରେ ଗଛ ଏବଂ ବଡ଼ ବଡ଼ ଡାଳ ପଡିଥିବାର ସୂଚନା ମିଳୁଅଛି। ବିଶେଷ କିଛି କ୍ଷୟକ୍ଷତି ଅଥବା କାହାର କିଛି ଜୀବନହାନୀ ହୋଇଥିବାର କୌଣସି ପ୍ରକାରର ସୂଚନା ମିଳିନାହିଁ। ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ ଏପରି କାଳବୈଶାଖୀ ପବନ ଝଡ଼, ବିଜୁଳି, ଘଡଘଡି ସହିତ ବର୍ଷା ଲଗାତର ଏପ୍ରିଲ ମାସ ଆରମ୍ଭ ପର୍ଯ୍ୟନ୍ତ ହେବବୋଲି ପୂର୍ବାନୁମାନ କରାଯାଇଥିବା ଜାଣିବା ମିଳୁଅଛି। ଜନସାଧାରଣ ଯେକୌଣସି ଦୂରଦୂରାନ୍ତ କୁ ଯାତ୍ରା କରିବା ପୂର୍ବରୁ ପାଣିପାଗ ସୂଚନା ସମ୍ପର୍କରେ ଅବଗତ ତଥା ସଚେତନ ହୋଇ ଯାତ୍ରା କରିବା ଉଚିତ୍।

ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର, ମୋବାଇଲ: 8456052876

36
960 views

Comment