ତା ୨୭/୩/୨୦୨୬ ରିଖ ଶୁକ୍ରବାର
କୁଣ୍ଡାପିଠାରେ କମ୍ପୁଛି ଭାଗବତ ପାରାୟଣ
କୁଣ୍ଡାପିଠା ରେ ଭାଗବତ ପାରାୟଣ ଓ ଶ୍ରୀରାମ ନବମୀ ପାଳନ
କେନ୍ଦୁଝର,୨୭/୩ : ସ୍ଥାନୀୟ ଘଟଗାଁ ବ୍ଲକ ଅନ୍ତର୍ଗତ କୁଣ୍ଡାପିଠା ଗ୍ରାମରେ ଶ୍ରୀ ଶ୍ରୀ ରାଧାକୃଷ୍ଣ ମହାପ୍ରଭୁ ଭାଗବତ ଟୁଙ୍ଗୀ ଓ ହନୁମାନ ବାଟିକା ପରିବାର ତରଫରୁ ଯଥାକ୍ରମେ ଭାଗବତ ପାରାୟଣ ଓ ଶ୍ରୀରାମ ନବମୀ ମହା ଧୁମଧାମରେ ପାଳିତ ହେଉଅଛି।
ଭାଗବତ ପାରାୟଣର ପ୍ରଥମ ଦିବସରେ ଭାଗବତ ଭଗବାନଙ୍କ ରୀତିନୀତି ଯଥାବିଧି ମତେ ପୂଜାର୍ଚ୍ଚନା କରାଯାଇ ଭାଗବତ ପଠନ ଆରମ୍ଭ ହୋଇଯାଇଛି।ମା ତାରିଣୀ ସାହିତ୍ୟ ସଂସଦ ଗଦାଧରପୁର ର ପ୍ରତିଷ୍ଠାତା ତଥା ପୁରୋହିତ ରାମନାରାୟଣ ଶର୍ମା ଯୋଗଦେଇ ଭାଗବତ ପଠନର କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଥିବା ବେଳେ ସଂଧ୍ୟା ଆଳତୀ ପରେ ପରେ ଘଷିପୁରା ବ୍ଲକ୍ ଭାଗବତ ଟୁଙ୍ଗୀ ପ୍ରଚାର ପ୍ରସାର ସମିତିର ସଂପାଦକ ବେଲାଳସେନ ପତି ଭାଗବତର ତୃତୀୟ ସ୍କନ୍ଧ ଉପରେ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲା ଭାଗବତ ଟୁଙ୍ଗୀ ପ୍ରଚାର ପ୍ରସାର ସମିତିର ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭାଗବତର ମହାତ୍ମ୍ୟ ବିଷୟରେ ଆଲୋକପାତ କରି କିପରି ଘରେ ଘରେ ଭାଗବତର ପଠନ ଓ ଶ୍ରବଣ ହୋଇପାରିବ, ସେହି ବିଷୟରେ ଉପସ୍ଥିତ ଭକ୍ତ ମାନଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ଘଟଗାଁ ଗୀତାଯଜ୍ଞ ପରିବାର ତରଫରୁ କର୍ତ୍ତା ବାସୁଦେବ ସାହୁ ମଧ୍ୟ ଯୋଗଦେଇ ଉତ୍ସାହିତ କରିଥିଲେ।ଭାଗବତ ଟୁଙ୍ଗୀ ତରଫରୁ ପ୍ରତ୍ୟହ ଭକ୍ତ ମାନଙ୍କୁ ଭାଗବତ ଗୋସେଇଁ ଙ୍କ ପ୍ରସାଦ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ଅର୍ଥାତ୍ ଦ୍ବିତୀୟ ଦିବସରେ ଭାଗବତ ଉପରେ ଆଲୋଚନା କରିବେ ସଦର ବ୍ଳକ ଭାଗବତ ଟୁଙ୍ଗୀ ପ୍ରଚାର ପ୍ରସାର ସମିତିର ସଭାପତି ଜିତେନ୍ଦ୍ର ବେହେରା ଓ ପ୍ରସନ୍ନ କୁମାର ଦାଶ ମହୋଦୟ।
ସେହିପରି କୁଣ୍ଡାପିଠା ହନୁମାନ ବାଟିକା କମିଟି ତରଫରୁ ଶ୍ରୀ ଶ୍ରୀ ହନୁମାନ ଜୀଉଙ୍କ ମନ୍ଦିରରେ ଶ୍ରୀରାମ ନବମୀ ମହା ଧୁମଧାମରେ ପାଳନ କରାଯାଇ ଭକ୍ତ ମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା। କମିଟିର ରଣଜିତ ପଲେଇ,ରତନ ପଲେଇ, ଚିତ୍ରସେନ ମହାନ୍ତ ବିଜୟ କୁମାର ପଲେଇ (ବିଜୁ) ପରିଚାଳନା କରିଥିବାବେଳେ ଅନ୍ଯ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ।
ରିପୋର୍ଟର : ବାବୁଲାଲ ପଲେଇ,ଆଇମା ମିଡିଆ
ମୋବାଇଲ୍ : ୯୪୩୭୧୫୨୯୩୬