logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜାତୀୟ ସେବା ଯୋଜନା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା।

ଜାତୀୟ ସେବା ଯୋଜନା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା।

କେନ୍ଦୁଝର: ୨୬|୦୩ ଧରଣୀଧର ବିଶ୍ବବିଦ୍ୟାଳୟ ପରିସରରେ ଥିବା ଇ-ଲାଇବ୍ରେରୀରେ ଜାତୀୟ ସେବା ଯୋଜନା, ପକ୍ଷରୁ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧୂକାରୀ ଶ୍ରୀ ଦିନେଶ କୁମାର ମହାରଣା ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ସଭାକୁ ସଂଯୋଜନା କରିଥିଲେ। ଏହି ଅବସରରେ ସ୍ନାତକୋତ୍ତର ପରିଷଦର ଅଧ୍ଯକ୍ଷ ଡ଼. ପ୍ରଭୁପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମର ଗୁରୁତ୍ଵ ଉପରେ ଜୋର ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ଭକ୍ତ ବତ୍ସଳ ମହାନ୍ତି, ଓଡ଼ିଶା ଗାନ୍ଧୀ ବିଚାର ପରିଷଦର ସଭାପତି ଏବଂ କେନ୍ଦୁଝର ବିକାଶ ଟ୍ରଷ୍ଟର ସମ୍ପାଦକ, କହିଥିଲେ ଯେ ଜାତୀୟ ସେବା ଯୋଜନା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନରୁ ପ୍ରେରିତ ହୋଇ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆରମ୍ଭହୋଇଥିଲା। ସେ ଯୁବ ସ୍ବେଚ୍ଛାସେବୀମାନଙ୍କୁ ସମାଜ ସେବା ପାଇଁ ସଦା ସଜାଗ ରହିବାକୁ ଆହ୍ବାନ କରିଥିଲେ। ଏହି ସଭାରେ ତୃତୀୟ ବର୍ଷର ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀମାନେ ନିଜର ଅନୁଭବ ବାଣ୍ଟିଥିଲେ ଏବଂ ସମସ୍ତ ବିଦାୟୀ ସ୍ବେଚ୍ଛାସେବୀଙ୍କୁ ସମ୍ମାନିତ କରାଯାଇଥିଲା। ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

1
238 views
1 shares

Comment