ପାଖେଇ ଆସୁଛି ୯୦ତମ ଚଇତି ପର୍ବ, ସଜେଇ ହେଉଛି ମା' ତାରିଣୀ ପୀଠ।
ପାଖେଇ ଆସୁଛି ୯୦ତମ ଚଇତି ପର୍ବ, ସଜେଇ ହେଉଛି ମା' ତାରିଣୀ ପୀଠ।
କେନ୍ଦୁଝର,ତା୨୬/୦୩- ଜଗତଜନନୀ, କରୁଣାମୟୀ, ଅଭୟଦାୟିନୀ ମା' ତାରିଣୀଙ୍କ ୯୦ତମ ବିଶ୍ବପ୍ରସିଦ୍ଧ ଚଇତି ପର୍ବ ଆସନ୍ତା ଅପ୍ରେଲ ମାସ ୯ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ l ମାତୃପୀଠ ମାତୃପ୍ରେମୀ ଗହଣରେ ହୋଇ ଉଠିବ ଲୋକାରଣ୍ୟ, ଭକ୍ତିମୟ ,ଭାବମୟ ଓ ଆନନ୍ଦମୟ l ଘଟଗାଁ ମାଟି ଉଠିବ ପଡିବ l ମାଆଙ୍କ ସ୍ଵତନ୍ତ୍ର ନୀତିକାର୍ଯ୍ୟ ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ, ପାଲା, ପ୍ରବଚନ, ଅଖଣ୍ଡ ଭଜନ ସମାରୋହ ଠାରୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଲାଗି ରହିବ l ସେଥିପାଇଁ ପୋଲିସ ପ୍ରଶାସନ, ସାମ୍ବାଦିକ, ସ୍ଵେଚ୍ଛାସେବୀ ସଂଗଠନ, ମନ୍ଦିର କମିଟିର କର୍ମକର୍ତ୍ତା, ସମାଜସେବୀ, ବୁଦ୍ଧିଜୀବୀ ମାନେ ଅଧିକ ତତ୍ପରତା ଓ ଚଳଚଞ୍ଚଳ ହୋଇପଡ଼ିଛନ୍ତି l ଯେମିତି କୌଣସି ଭକ୍ତ ଅସୁବିଧାରେ ନ ପଡ଼ୁ ସେଥିପାଇଁ ଦୃଷ୍ଟି ଦିଆଯାଉଛି l କେଉଁ କେଉଁ ସ୍ଥାନରେ ଗାଡି ପାର୍କିଂ ହେବ ତାହା ହେଉଛି ମୁଖ୍ୟ କାମ l ସେଥିପାଇଁ ଦୃଷ୍ଟି ବିଶେଷ ଦିଆଯାଉଛି l ତେବେ ଏହି ଚଇତି ପର୍ବର ସଫଳତା ପାଇଁ ସଭିଙ୍କର ସହଯୋଗ ଆଶା କରାଯାଉଛି।ଆକର୍ଷଣୀୟ ତୋରଣ ,ସୁନ୍ଦର ସାଜ୍ଜସଜ୍ଜା ସହିତ ମାଆଙ୍କ ମନ୍ଦିର ଭିତରେ ଚାରିଆଡ଼େ ଉପରେ ଟେଣ୍ଟମରାକାର୍ଯ୍ୟ ହେଉଛି l ଜାତୀୟ ରାଜପଥ କଡରେ ବିଦ୍ୟୁତ ଚାଳିତ ଗେଟ୍ ପାଇଁ ବି ବାଉଁଶ ଓ ଲୁହା ଗ୍ରୀଲରେ ଗେଟ୍ କାମ ହେଉଛି l ମାଆଙ୍କ ପାଲା ମଣ୍ଡପକୁ ଅଧିକ ସାଜ୍ଜସଜ୍ଜା କରାଯାଉଛି l ଚଇତି ପର୍ବ ପାଖେଇ ଆସୁଛି ବୋଲି ଭୋଗ ଦୋକାନୀ ମାନଙ୍କର ଖୁସି କହିଲେ ନ ସରେ l ଅନ୍ୟାନ୍ୟ ଦୋକାନୀ ଭାଇମାନେ ବି ଅପେକ୍ଷା କରି ରହିଛନ୍ତି l ତେବେ ସବୁ ସେହି ମାଆଙ୍କ ଆଶୀର୍ବାଦ l ଧୀରେ ଧୀରେ ମାତୃପୀଠରେ ଜନସମାଗମ ଅଧିକ ଦେଖିବାକୁ ମିଳୁଛି l ମହାବିଷୁବ ପଣା ସଂକ୍ରାନ୍ତି ଦିନ ସବୁଠାରୁ ଅଧିକ ମାତୃପ୍ରେମୀଙ୍କୁ ଦେଖିବାକୁ ମିଳିଥାଏ l ହଜାର ହଜାର ସ୍ଵେଚ୍ଛାସେବୀ ମାନେ ମାଆଙ୍କ ସେବାକାର୍ଯ୍ୟ କରି ନିଜକୁ ଧନ୍ୟ ମନେକରନ୍ତି l ସାତଦିନ ଧରି ମାଗଣା ପ୍ରସାଦ ସେବନ ,ପଣାର ବ୍ୟବସ୍ଥା ହୋଇଥାଏ l ତେଣୁ ସମସ୍ତଙ୍କୁ ମାଆଙ୍କୁ ଦର୍ଶନ କରି ମାଆ ପାଖରେ ନିଜର ଦୁଃଖ ଜଣାଇବା ଲାଗି ସାଦର ନିମନ୍ତ୍ରଣ କରାଯାଇଛି। ତତସହିତ ଜଗତର ମଙ୍ଗଳ ପାଇଁ ପ୍ରାର୍ଥନା କରିବେ ବୋଲି ଆଶା କରାଯାଉଛି।
ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।