logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ପ୍ରବେଶ ଉତ୍ସବ ନିମନ୍ତେ ନିମନ୍ତ୍ରଣ ପତ୍ର ବଣ୍ଟନ।

*ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ପ୍ରବେଶ ଉତ୍ସବ ନିମନ୍ତେ ନିମନ୍ତ୍ରଣ ପତ୍ର ବଣ୍ଟନ*

କେନ୍ଦୁଝର ; ୨୫/୦୩/୨୬ : କେନ୍ଦୁଝର ସଦର ନିକଟସ୍ଥ ଗୋବିନ୍ଦପୁର , ସିଲୁଆଁ , ବସନ୍ତପୁର ଓ ବାଁପାର ଆଦି ଗ୍ରାମରେ ନୂତନ ଭାବେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ନିମନ୍ତ୍ରଣ ପତ୍ର ବାଣ୍ଟିଥିଲେ । ତତ୍ ସହିତ ଅଭିଭାବକ ମାନଙ୍କୁ ଆସନ୍ତା ଏପ୍ରିଲ୍ ୨ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମରେ ଯୋଗ ଦେଇ ନାମ ଲେଖାଇବାକୁ କହିଥିଲେ । ତାଙ୍କ ସହ ଜିଲ୍ଲା ଶୈକ୍ଷିକ ସଂଯୋଜକ ମାନସ ରଞ୍ଜନ ଦାଶ , ଗୋବିନ୍ଦପୁର ଅଙ୍ଗନବାଡି କର୍ମୀ ସୁଜାତା ଦାସ , ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋବିନ୍ଦପୁରର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁ , ଶିକ୍ଷକ ବିଜୟ କୁମାର ମିଶ୍ର ଓ ଶିକ୍ଷୟିତ୍ରୀ ରଞ୍ଜିତା ରାଣୀ ମଲ୍ଲିକ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ନିୟମିତ ବିଦ୍ୟାଳୟ ପଠାଇବାକୁ ନିବେଦନ କରିଥିଲେ । କେନ୍ଦୁଝର ଜିଲ୍ଲାର ବିଦ୍ୟାଳୟରେ ନାମ ଲେଖାଇ ନଥିବା , ଅପେକ୍ଷାରତ ସମସ୍ତ ଶିଶୁମାନେ ଆସନ୍ତା ଏପ୍ରିଲ୍ ୨ ତାରିଖରେ ନିକଟସ୍ଥ ବିଦ୍ୟାଳୟ ଯାଇ ନାମ ଲେଖାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦନ କରିଛନ୍ତି ।

ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

21
886 views

Comment