ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ, ଚମ୍ପୁଆ ର ଦ୍ୱିତୀୟ ବାର୍ଷିକ ଉତ୍ସବ।
ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦ, ଚମ୍ପୁଆ ର ଦ୍ୱିତୀୟ ବାର୍ଷିକ ଉତ୍ସବ।
ଚମ୍ପୁଆ -୨୬/୦୩ (ଖଣ୍ଡାଧାର ନିଉଜ) ଚମ୍ପୁଆ ସଦର ମହକୁମା ଧରଣୀଧର ନଗର ଭବନ ଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ପରିଷଦର ଦ୍ୱିତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ସମାଜକୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଦୁଇ ଗୋଟି ନାଟକ "କାହାଣୀ କାନ୍ଦୁଛି ଆଖି ଲୁଚେଇ" ଓ "କଟି କଟି ଡବଲ କଟି" ମଞ୍ଚସ୍ଥ ହୋଇଯାଇଛି l ଏଥିରେ ଗ୍ରାମ ତଥା ଅଞ୍ଚଳର କଳାକାର ସହିତ ଅତିଥି କଳାକାରମାନେ ଚମତତ୍କାର ଅଭିନୟ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିବା ସହିତ ମନ ହୃଦୟ ଜିତି ଯାଇଛନ୍ତି l ନାଟକରେ ବଳିଷ୍ଠ ନିର୍ଦ୍ଦେଶନା ଦେଇଥିବା ପ୍ରକାଶ ଚନ୍ଦ୍ର କୁଣ୍ଡୁ (ଭୁବନେଶ୍ୱର), ସହନିର୍ଦ୍ଦେଶକ ରାଜେନ୍ଦ୍ର ଦେଓ, ମଞ୍ଚପରିଚାଳକ ଧରଣୀଧର ଦାସ, ଅନୁଷ୍ଠାନର ସାଧାରଣ ସମ୍ପାଦକ ଭକ୍ତବନ୍ଧୁ ପ୍ରଧାନ, ଯୁଗ୍ମସମ୍ପାଦକ ସଞ୍ଜିବ କୁମାର ରାଜ, କୋଷାଧ୍ୟକ୍ଷ ପବିତ୍ର କୁମାର ପରିଡା, ସହସଂଯୋଜକ ପବିତ୍ର କୁମାର ନାୟକ, ମହେଶ୍ୱର ଦାସ ଓ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପରିଷଦର ସମସ୍ତ ସଦସ୍ୟ ସଦସ୍ୟାଙ୍କ ସହଯୋଗରେ ନାଟକ ସଫଳତାର ସହିତ ମଞ୍ଚସ୍ଥ ହୋଇପାରିଛି । ପ୍ରଥମ ଦିନରେ ମୁଖ୍ୟଅତିଥି ଭାବରେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା, ସମ୍ମାନିତ ଅତିଥି ଭାବେ ଚମ୍ପୁଆ ବ୍ଲକ ସାଂସଦ ପ୍ରତିନିଧି ସିଦ୍ଧାର୍ଥ ସିଂହ , ଚମ୍ପୁଆ ବନାଞ୍ଚଳ ଅଧିକାରୀ ଏସିଏଫ ଅକ୍ଷୟ ଛତ୍ରିଆ, ଚମ୍ପୁଆ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରା, ବିଜେପି ନେତା ଶ୍ରୀମନ୍ତ କୁମାର ତ୍ରିପାଠୀ, ଓକିଲ ସଂଘର ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ଧରଣୀଧର ଦାସ ପ୍ରମୁଖଙ୍କୁ ମଞ୍ଚକୁ ସ୍ୱାଗତ କରାଯାଇ ମା ତାରିଣୀଙ୍କ ଫୋଟରେ ପୂଜା ଅର୍ଚ୍ଚନା ପୂର୍ବକ ପୁଷ୍ପମାଲ୍ୟ. ଦୀପ ପ୍ରଜ୍ଜ୍ୱଳନ କରି, ଫିତାକାଟି ଉଦଘାଟନ କରିଥିଲେ । ପରେ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ସେହିପରି ଦ୍ୱିତୀୟ ଦିନରେ ସ୍ୱତନ୍ତ୍ର ଅତିଥି ଭାବରେ ସାଧାରଣ ସମ୍ପାଦକ ତଥା ଧାରାବାହିକ ଅଭିନେତା ସତ୍ୟରଞ୍ଜନ ମିଶ୍ର , ମଞ୍ଚ ଓ ଟେଲି ଅଭିନେତା ବିଶ୍ୱଜିତ ତ୍ରିପାଠୀ ମଞ୍ଚମୟୂରୀ ଭୁବନେଶ୍ୱର ଯୋଗଦାନ କରି ଦର୍ଶକ ଦର୍ଶିକାମାନଙ୍କୁ ମନରଞ୍ଜନ କରାଇଥିଲେ । ମଞ୍ଚମୟୁରୀ ପକ୍ଷରୁ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା, ନାଟ୍ୟନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର କୁଣ୍ଡୁ, ସହନିର୍ଦ୍ଦେଶକ ରାଜେନ୍ଦ୍ର ଦେଓ, ମଞ୍ଚ କଳାକାର ସନ୍ଦୀପ କୁମାର ସେଠୀ, ପବିତ୍ର କୁମାର ନାୟକଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ନାଟକରେ କଳାକାର ଭାବେ ଅବନି, ବିବେକ, ରଞ୍ଜନ, ସଚ୍ଚିନ, ଶୁଭେନ୍ଦୁ, ବାପି, ତରୁଣ, ଚକ୍ର, ସତ୍ୟ, ପୁରଜିତ, ହେମନ୍ତ, ଦାଶରଥି, ସୁବ୍ରତ, ଶଶୁ କଳାକାର ମାନସ , ନାରୀ କଳାକାର ଭାବେ ମାମା, ସ୍ନେହା, ମାନି, ପିଙ୍କି, ରୁବି ଆଦି ଅଂଶଗ୍ରହଣ କରି ଲୋକମାନଙ୍କର ମନ ଜିଣି ନେଇଥିଲେ । ନାଟକ ଦେଖିବାକୁ ଗ୍ରାମ ତଥା ଅଞ୍ଚଳରୁ ହଜାର ହଜାର ନାଟ୍ୟପ୍ରେମୀ ଆବାଳ ବୃଦ୍ଧ ବନିତା ମାନଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।