logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ତା ୨୭/୩/୨୦୨୬ ବସନ୍ତ ଆସିଛି ଧାଇଁ ରଚନା - ଭକ୍ତବନ୍ଧୁ ମହାନ୍ତ

ବସନ୍ତ ଆସିଛି ଧାଇଁ
**************
ଶ୍ରୀ ଭକ୍ତବନ୍ଧୁ ମହାନ୍ତ
ବସନ୍ତ ଆସିଛି ଧାଇଁ
ମଳୟ ପବନ ଦେବା ପାଇଁ
ମନ ଅଗଣା ରେ ଫୁଟିଛି ମଲ୍ଲୀ
ଲାଗୁଛି ମୋତେ ଖାଲି ଖାଲି
ଆନନ୍ଦେ ଉଲ୍ଲାସେ ତନୁ ମନୁ ବହେ
ବସନ୍ତ ଆସିଲେ ଶିହରଣ ଖେଳେ
ସର୍ପିଳ ଆକାଶ ରହିଛି ଚାହିଁ
ପ୍ରେମମୟ ବାର୍ତ୍ତା ନେବା ପାଇଁ
କୋଇଲି ଡାକୁଛି ଡାଳ ରୁ ଡାଳେ
ବାଂଟୁଛି କେବଳ ସ୍ମୃତି ମଧୁପ
ଋତୁରାଜ ହୋଇ ଆସିଛି ଧାଇଁ
କିଏ ଜାଣିଥିଲା ଉଜାଗର ହୋଇ
ଆସିବ ତୁମେ ଏକା ହୋଇ
ବସନ୍ତ ର ରୂପକାନ୍ତି ନେଇ
ସୁରଭି ର ସଂଗୀତ ସ୍ୱର
ମନ ଅଗଣା ରେ ଦେଇଛ ମେଲି
କାହିଁ ଗଲ ପ୍ରିୟା ଖୋଜୁଛ କି ମୋତେ
ଆସିଛି ଆଜି ମଳୟ ହୋଇ
କଳ୍ପନା ରାଇଜେ ଖୋଜୁଛି ଆଜି
ସ୍ମୃତି ମନେପଡେ ବସନ୍ତ ସାଜି
ବୈଶାଖ ମାସ ର ଝାଞ୍ଜି ବତାସ
ଦୁଃଖ ଶୋକ କୁ ଧୋଇ ଦେବ ତ
ବୁଝି ପାରୁନାହିଁ ଜୀବନ ମରଣ
ଛାଇ ପୁଣି କେବେ ଖରା
ଶୀତ ଚାଲିଗଲା ଲୁହ ଜକେଇ
ବସନ୍ତ ଆସିଛି ଋତୁରାଜ ହୋଇ
ପ୍ରେମରାଜ ଆସିଛି ଧାଇଁ
ସଭିଙ୍କ ମନକୁ କିଣିବା ପାଇଁ
ସଜବାଜ ହୋଇ ନେବା ପାଇଁ
ବସନ୍ତ ଆସିଛି ଧାଇଁ |

*ହିନ୍ଦୀ ଶିକ୍ଷକ, ପଞ୍ଚାୟତ ହାଇସ୍କୁଲ, କାଶିପାଳ, କେନ୍ଦୁଝର -୭୫୮୦୪୪,

ରିପୋର୍ଟର : ଡମ୍ବରୁ ମହାନ୍ତ
ଉପସ୍ଥାପନା ବାବୁଲାଲ ପଲେଇ, ଆଇମା ମିଡିଆ
ମୋବାଇଲ୍ :- ୯୪୩୭୧୫୨୯୩୬

12
4320 views

Comment