ଝାଟି ମାଟି କୁଡ଼ିଆରେ ବିତୁଛି ଜୀବନ l ଆବାସ ଘର ହୋଇଛି ସ୍ୱପ୍ନ l
ମାଲକାନଗିରି:୨୭/୦୩:ମାଲକାନଗିରି ଜିଲା ମାଥ୍ଲି ବ୍ଲକ ଅଧୀନ ଦଳପତିଗୁଡ଼ା ପଞ୍ଚାୟତ କେନ୍ଦୁଗୁଡ଼ା ଗ୍ରାମର ଗୌରୀ ପୂଜାରୀ । ସ୍ବାମୀ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି I ଗୌରୀଙ୍କର ୩ ଝିଅ। ଏକମାତ୍ର ରୋଜଗାରିଆ ସ୍ୱାମୀଙ୍କ ମାନସିକ ଅବସ୍ଥା ଠିକ୍ ନ ଥିବା ବେଳେ ଘର ଚଳାଇବା ଚିନ୍ତାରେ ରହିଛନ୍ତି ଗୌରୀ ଉପରେ ବୋଝ ଉପରେ ନଳିତା ବିଡ଼ା ସାଜିଛି ଭଙ୍ଗା ଘର। ଏକ ଜରି ପକା ଘରେ ରହୁଛନ୍ତି ସମସ୍ତେ। ଏବେ ବର୍ତ୍ତମାନ କାଳ ବୈଶାଖୀ ସମୟ। ବର୍ଷା ହେଲେ କେମିତି ସମସ୍ତଙ୍କୁ ନେଇ ରହିବେ ବୋଲି ଗୌରୀ କହିଛନ୍ତି । ଗାଁ ଲୋକ ହାତ ଟେକି କିଛି ଦେଲେ ସେମାନେ ତାହାକୁ ଖାଉଛନ୍ତି । ଓଳିଏ ଖାଇଲେ ଆର ଓଳିକୁ ପେଟରେ ଓଦା କନା ପକାଇ ରହିବାକୁ ପଡ଼ୁଛି । ସରକାରୀ ଯୋଜନାରେ ଘର ଟିଏ ଯୋଗାଇ ଦେବାକୁ ଗୌରୀ ଓ ଗ୍ରାମବାସୀ ନିବେଦନ କରିଛନ୍ତି । ଏ ନେଇ ବିଡିଓ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ ଏଭଳି କିଛି ଅଭିଯୋଗ ଆସି ନ ଥୂବା ସେ କହିଛନ୍ତି I ଶୁକ୍ରବାର ବ୍ଲକ ଅଧକ୍ଷ ମହେଶ କୁମାର ବାକା ଗୌରୀଙ୍କ ପାଖକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି।