ଅଶୋକାଷ୍ଟମୀ ରେ କପିଳେଶ୍ଵରର ଦେବଙ୍କ ବିଜୟା ରଥ ଯାତ୍ରା ମହାସମାରୋହରେ ସମ୍ପର୍ଣ୍ଣ
ଖୋର୍ଦ୍ଧା,୨୬.୩.୨୬(ଏ.ଆଇ.ଏମ.ଏ): ପ୍ରାଚୀନ ଶୈବପୀଠ ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଡିଆସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥଯାତ୍ରା।ପ୍ରଭୁ ଲିଗଂରାଜଙ୍କ ରଥଯାତ୍ରା ଦିନ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ରଥଯାତ୍ରା।ପୁରୀ ଶ୍ରୀ ମନ୍ଦିର ସହିତ କପିଳେଶ୍ୱର ଦେବଙ୍କ ସଂମ୍ପର୍କ ରହିଛି।ପୁରୀ ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ପୀଠରେ ଅନୁଷ୍ଠିତ ହେବ ଅଶୋକାଷ୍ଟମୀ ରଥ ଯାତ୍ରା।୫୦୦ ବର୍ଷର ପ୍ରାନୀନ ପରମ୍ପରା।ଏହା ଏକ ନିଆରା ରଥଯାତ୍ରା ପଂଚ ଶ୍ମଶାନ ପରିବେଷ୍ଟିତ ଗହିର ବିଲ ମାଳ ମଧ୍ୟ ଦେଇ ରଥ ଗଡେ।ଆସନ୍ତୁ ଦେଖିବା ଏହି ରିପୋର୍ଟ।
ଦେଖନ୍ତୁ ଏ ହେଉଛି ପ୍ରାଚୀନ ଶୈବ ପୀଠ ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ପୀଠ।ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ରଥଯାତ୍ରା ହୋଇଥାଏ।ପଂଚଦଶ ଶତାବ୍ଦୀରେ କପିଳେଶ୍ୱର ମନ୍ଦିର ପ୍ରତିଷ୍ଠା ହୋଇଥିଲା।।ଗଜପତି ମହାରାଜା କପିଳେନ୍ଦ୍ର ଦେବ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ।ସେବେଠାରୁ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି।ଅଶୋକାଷ୍ଟମୀ ଦିନ ଆରେଡି ଗ୍ରାମରୁ ବଡ ଭାଇ ଗ୍ରାମେଶ୍ୱର ଦେବ ନିମନ୍ତ୍ରଣ ପାଇ ବିରାଟ ଶୋଭାଯାତ୍ରାରେ ଆସି ରଥାରୂଢ ହୋଇ ମାଉସୀମା ମନ୍ଦିର ଅଭିମୁଖେ ରଥାରୂଢ ହୋଇଛନ୍ତି। ରଥ ଗଡିବ ପଂଚ ଶ୍ମଶାନ ମଧ୍ୟ ଦେଇ ଗହିର ବିଲମାଳ ମଧ୍ୟରେ ମାଉସୀ ମା ମନ୍ଦିର ଅଭିମୁଖେ ରଥ ଅପରାହ୍ନ ରେ ଗଡିଛି। ଚଳିତ ବର୍ଷ ରଥଯାତ୍ରା ଧୁମଧାମରେ ଅନୁଷ୍ଠିତ ହୋଇଛି।ମନ୍ଦିର କମିଟି ସଦସ୍ୟ ଓ ସ୍ଥାନୀୟ ଅଂଚଳର ଲୋକେ ବେଶ ଖୁସି ଅଛନ୍ତି।
ଐତିହାସିକ ମାନଙ୍କ ମତରେ ଏହା ଏକ ପ୍ରାଚୀନ ଶୈବ ପୀଠ ୫୦୦ବର୍ଷ ଧରି ରଥ ଯାତ୍ରା ଅନୁଷ୍ଠିତ ହେଉଛି।ବୈ।ଦ୍ଧ ପରମ୍ପରା ସହିତ ଜଡିତ ଏହି ମନ୍ଦିର।ଏହା ଏକ ନିଆରା ରଥଯାତ୍ରା।ଅଶୋକାଷ୍ଟମୀ ଦିନ ସୂର୍ଯ୍ୟାସ୍ତ ପୂର୍ବରୁ ରଥ ଗଡିବ ମାଊସୀମା ମନ୍ଦିର ଦ୍ୱାଦଶୀ ତିଥିରେ (ବାହୁଡା ଦିନ) ରଥାରୂଢ ହୋଇ ନିଶାର୍ଦ୍ଧରେ ଗହିର ବିଲମାଳ ରେ ବାହୁଡିବେ କପିଳେଶ୍ୱର। ଅଶୋକାଷ୍ଟମୀ ରଥଯାତ୍ରା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆଗ୍ୟାଂମାଳ,ଯାତ୍ରା ପାଉଣା,କସ୍ତୁରୀ ଚନ୍ଦନ,ପାଟପତନୀ ଆସିଯାଇଛି।ମନ୍ଦିର କମିଟିର ସଦସ୍ୟ ଟାଗିଂ ତହସିଲଦାର ଓ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଗୁରୁବାର ପୁରୀ ଶ୍ରୀ ମନ୍ଦିର ସବୁ ନେଇ ଆସିଛନ୍ତି।କପିଳେଶ୍ୱର ବିଜେ ଡିଆ ବିଜେଙ୍କ ରଥଯାତ୍ରା ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳ ଉପସ୍ଥିତ ରସି ସମସ୍ତ ବ୍ୟବସ୍ଥା ତଦାରଖ କରିଛନ୍ତି।ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସରିଯାଇଛି।ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ପକ୍ଷରୁ ଫୋର୍ସ ମୁତୟନ ଅଛନ୍ତି।