logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅନୁଗୋଳ ଓକିଲସଂଘ ଭୋଟ ପ୍ରକ୍ରିୟା ରେ ହାଇକୋର୍ଟ ଙ୍କ ହସ୍ତକ୍ଷେପ l ତାଲିକା ରୁ କଟିଥିବା ୩ ସଭ୍ୟଙ୍କୁ ଭୋଟ ପ୍ରଦାନ ପାଇଁ ନିର୍ଦେଶ l

ଅନୁଗୋଳ(କରୁଣାକର ନାୟକ ):-୨୬/୩:- ରାଜ୍ୟ ରେ ଚଳିତ ବର୍ଷ ପାଇଁ ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ଵବଧାନ ରେ ଆସନ୍ତା ମାର୍ଚ୍ଚ ୨୮ ରେ ଆସନ୍ତା ୨0୨୬ ଓ ୨0୨୭ ବର୍ଷ ପାଇଁ ସମସ୍ତ ଅନୁବନ୍ଧିତ ଓକିଲସଂଘ ର କର୍ମକର୍ତ୍ତା ନିର୍ବାଚନ ହେବ l ଏହି ପରିପ୍ରେକ୍ଷୀରେ ଅନୁଗୋଳ ଓକିଲସଂଘ କର୍ମକର୍ତ୍ତା ନିର୍ବାଚନ ପାଇଁ ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଭୋଟର ତାଲିକାରେ କେତେକ ଭୋଟର ଙ୍କ ନାଁ କଟିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା l ଅନୁଗୋଳ ଓକିଲସଂଘର ବର୍ତ୍ତମାନ ଥିବା କର୍ମକତ୍ତା କେତେକ ଭୋଟର ଙ୍କ ନାଁ କାଟିବା ଘଟଣା କୁ ନେଇ ବିବାଦ ସୃଷ୍ଟି ହୋଇଥିଲା l ଅନୁଗୋଳ ଓକିଲସଂଘ ର ୧୪୩ ଜଣ ଭୋଟର ଙ୍କ ନାଁ ଭୋଟର ତାଲିକାରୁ ଉଦେଶ୍ୟ ମୂଳକ ଭାବେ କଟାଯାଇଥିବା ଅଭିଯୋଗ ହୋଇଥିଲା l ସେଥି ମଧ୍ୟରୁ ୩ ଜଣ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନେଇଥିଲେ l ଭୋଟର ତାଲିକାରୁ କଟିଥିବା ଓକିଲ ଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ମିଳନ କାନୁନଗୋ ମାମଲା କୁ ଲଢ଼ୁଥିବା ବେଳେ ବାର କାଉନସିଲ ଅଫ ଇଣ୍ଡିଆ, ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ, ଅନୁଗୋଳ ଓକିଲସଂଘ ଓ ଅନୁଗୋଳ ଓକିଲସଂଘ ର ନିର୍ବାଚନ ଅଧିକାରୀ ଏହି ମାମଲା ରେ ପକ୍ଷ ଭୁକ୍ତ ହୋଇଥିଲେ l ଗୁରୁବାର ମାନ୍ୟବର ଉଚ୍ଚ ନ୍ୟାୟାଳୟ ରିଟ ପିଟିସନ ନମ୍ବର WP(c) ୭0୧୭/ ୨୬ ର ଶୁଣାଣି କରି ଉକ୍ତ ୩ ଜଣ ଆଇନଜୀବୀ ଯଥାକ୍ରମେ ସୁଦୀପ୍ତ କୁମାର ମିଶ୍ର,ଦେବାଶିଷ ମହାନ୍ତି ଓ ସୁଧୀର କୁମାର ମିଶ୍ର ଙ୍କୁ ଆସନ୍ତା ମାର୍ଚ୍ଚ ୨୮ ତାରିଖ ରେ ଭୋଟ ଦେବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ର ନ୍ୟାୟଧୀଶ ନିର୍ଦେଶ ଦେଇଛନ୍ତି l

56
1431 views

Comment