logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବରଗଡ଼ରେ ମରଣାନ୍ତକ ଆକ୍ରମଣ: ୨୪ ଘଣ୍ଟା ମଧ୍ୟରେ ୪ ଗିରଫ, ଜେଲ୍‌ ଗଲେ ଅଭିଯୁକ୍ତ

ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା ଗୋଷ୍ଠୀବଦ୍ଧ ଆକ୍ରମଣ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଘଟଣାର ମାତ୍ର ୨୪ ଘଣ୍ଟା ମଧ୍ୟରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ଗିରଫ ଅଭିଯୁକ୍ତ ମାନେ ହେଲେ ଏମଡି ସନୁ (୨୯) – ୱାର୍ଡ ନଂ-୪, ପଠାନପଡା ,ଅଫରାଜ ଖାଁ (୨୨) – ୱାର୍ଡ ନଂ-୪, ପଠାନପଡା,ସିନ୍ଧବାଜ ଖାଁ (୨୯) – ୱାର୍ଡ ନଂ-୪, ପଠାନପଡା,ରାଜୁ ଶେଖ୍ ଓରଫ୍ ଏମଡି ଇସ୍ରାଇଲ୍ (୨୪) – ୱାର୍ଡ ନଂ-୪, ପଠାନପଡା
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ସନ୍ଧ୍ୟାରେ ୱାର୍ଡ ନଂ-୩ କଟକିଆ ପଡାର ଅମିତ ମଲ୍ଲିକ (୩୦) ନିଜ ବୁଲେଟରେ ଘରକୁ ଫେରୁଥିଲେ। ହାଟପଦା ନିକଟରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଅଟୋକୁ ସାଇଡ୍ କରିବା ପାଇଁ ଅମିତ କହିବାରୁ ଅଟୋ ଚାଳକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ ଅଟୋ ଚାଳକ ଫୋନ୍ କରି ନିଜ ସହଯୋଗୀମାନଙ୍କୁ ଡକାଇଥିଲେ। ଅଭିଯୁକ୍ତମାନେ ଘଟଣାସ୍ଥଳରେ ପହଞ୍ଚି ଏକ କଟରାରେ ଅମିତଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
ଆକ୍ରମଣରେ ଗୁରୁତର ଅମିତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା (ଭୀମସାର୍)ରେ ଭର୍ତ୍ତି କରାଯାଇଛି। ଅମିତଙ୍କ ମା' ସୁଶିଲାଙ୍କ ଏତଲା କ୍ରମେ ବରଗଡ଼ ଟାଉନ ଥାନାରେ ମାମଲା ନଂ-୧୭୫/୨୬ ରୁଜୁ ହୋଇଥିଲା। ପୋଲିସ ତୁରନ୍ତ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ କଟରା ଜବତ କରିଛି। ବୁଧବାର ଅଭିଯୁକ୍ତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜିଲା କାରାଗାରକୁ ପଠାଇ ଦିଆଯାଇଛି।

22
1319 views

Comment