logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଫାର୍ମ ପଣ୍ଡ ନାମରେ ଲକ୍ଷାଧିକ ଟଙ୍କା ଚଳୁ lଟିଗଲ ପଞ୍ଚାୟତର ଦୁର୍ନୀତି lଭିଜିଲାନ୍ସ ତଦନ୍ତ ଦାବି

କାଲିମେଳା:୨୬/୦୩:(ସନ୍ତୋଷ କୁମାର ପଣ୍ଡା): ଆଦିବାସୀ ଅଧ୍ୟୁଷିତ କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ଗ୍ରାମପଞ୍ଚାୟତରେ ମିଥ୍ୟା ବିଲ୍ କରି ଲକ୍ଷାଧିକ ଟଙ୍କା ଲୁଟ କରାଯିବା ଅଭିଯୋଗ ହୋଇଛି । ଆର୍ଥିକ ବର୍ଷ ୨୦୨୪-୨୫ ରେ ମନୋରେଗା ଯୋଜନା ର ଫାର୍ମ ପୋଣ୍ଡ ଖନନ ନାଁରେ ତିନୋଟି କେସ ରେକର୍ଡ ଖୋଲା ଯାଇଥିଲା । ସେଥିରେ ଏମଭି -୧୧୨ ଗ୍ରାମର ତିନି ଜଣଙ୍କୁ ହିତାଧିକାରୀ ଦର୍ଶାଯାଇଛି । ଏମାନଙ୍କ କୋଡ଼ ନଂ ହେଲା ୨୪୩୧୦୧୦୦୨୦/ଆଇ ଏଫ/ ୧୧୨୦୪୧୮୯,୧୧୨୩୨୮୪୨ ଓ ୧୧୨୩୨୯୦୩ ରହିଅଛି । ଏବଂ ଗୋଟିଏ ଫାର୍ମ ପୋଣ୍ଡ ଖନନ ପିଛା ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟ ରହିଅଛି । ତେବେ କାଗଜ କଲମରେ ଫାର୍ମ ପୋଣ୍ଡ ଖନନ ଦର୍ଶାଯାଇଥିବା ବେଳେ କୈଣସି ହିତାଧିକାରୀଙ୍କ ଜମିରେ ଫାର୍ମ ପୋଣ୍ଡ ଖନନ ଆଦୈ କରାଯାଇନାହିଁ । ନାମକୁ ମାତ୍ର ମାଷ୍ଟର ରୋଲ୍ ରେ ବିଭିନ୍ନ ଜବ କାଡ ଧାରିଙ୍କ ନାମ ଦର୍ଶାଯାଇଛି କିନ୍ତୁ ସ୍ଥାନୀୟ ଶ୍ରମିକ ଙ୍କୁ ରୋଜଗାର ଯୋଗାଇ ଦିଆଯାଇନାହିଁ । କାଲିମେଳା ସମିତିରେ ଏହି ଯୋଜନାର ଅର୍ଥକୁ ଫାର୍ମ ପୋଣ୍ଡ ନାଁରେ ଅନ୍ୟାନ୍ୟ ଗ୍ରାମ ପଞ୍ଚାୟତରେ ମଧ୍ୟ ଏପରି ମିଥ୍ୟା ବିଲ୍ କରାଯିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳୁଛି । ତେବେ ଟିଗଲ ଗ୍ରାମପଞ୍ଚାୟତ ସମେତ ଅନ୍ୟ ଗ୍ରାମ ପଞ୍ଚାୟତର ଫାର୍ମ ପୋଣ୍ଡ ଗୁଡ଼ିକୁ ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହେଉଛି । ସଂପୃକ୍ତ ଗ୍ରାମ ରୋଜଗାର ସେବକ ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଏ ସଂପର୍କରେ ଯୋଗାଯୋଗ କରାଯାଇଥିଲା । ତେବେ ଆର୍ଥିକ ବର୍ଷ ୨୦୨୪ -୨୫ ରେ ଆମେ ନଥିଲୁ ବୋଲି ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି । ଅପରପକ୍ଷରେ ଅଭିଯୋଗ ହେବାପରେ ଉକ୍ତ ତିନୋଟି ଫାର୍ମ ପୋଣ୍ଡ ମଧ୍ୟରୁ ଗୋଟିଏ ଫାର୍ମ ପୋଣ୍ଡ ବର୍ତ୍ତମାନ ସପ୍ତାହ ତଳେ ମେସିନ ଦ୍ବାରା ଖନନ କାର୍ଯ୍ୟ ଶେଷ କରାଯାଇଛି । ତେବେ ଏପରି ଭାବରେ ଆଦିବାସୀ ଅଧ୍ୟୁଷିତ କାଲିମେଳା ସମିତିରେ ଶ୍ରମିକ ଙ୍କୁ କାମ ଯୋଗାଇବା ନାଁରେ ମନୋରେଗା ଯୋଜନାର ଟାର୍ଗେଟ ପୂରଣ କରାଯିବା ଅଭିଯୋଗ ହେଉଛି ।

129
8709 views

Comment