logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଟଣା ବ୍ଲକ ରେ ଚକ୍ଷୁ ପରୀକ୍ଷା ଶିବିର।

ପାଟଣା ବ୍ଲକ ରେ ଚକ୍ଷୁ ପରୀକ୍ଷା ଶିବିର।

ପାଟଣା -୨୫/୦୩, ବୁଧବାର ଦିନ ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡା ଓ ଯମୁନାପଶି ପଞ୍ଚାୟତ ରେ ପୃଥକ ପୃଥକ ଭାବେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l କେନ୍ଦୁଝରଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ କେନ୍ଦୁଝର ଡେଭଲପ ମେଣ୍ଟ ଟ୍ରଷ୍ଟ, କଣ୍ଟିଆପଡା ର ଆନ୍ତରିକ୍ଷ କ୍ଲବ ଓ ଭୂମିକା ଚକ୍ଷୁ ଚିକିତ୍ସା ଳୟ ମିଳିତ ଭାବେ ଉକ୍ତ ଚକ୍ଷୁ ପରୀକ୍ଷା ଶିବିର କୁ ପରିଚାଳନା କରିଥିଲେ l ମୋଟ 72 ଜଣ ବରିଷ୍ଠ ନାଗରିକ ଙ୍କ ଚକ୍ଷୁ ପରୀକ୍ଷା କରା ଯାଇଥିଲା l କେନ୍ଦୁଝର ନାଗରିକ ମଞ୍ଚ ର ଉପ ସଭାପତି ତଥା କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ର ସମ୍ପାଦକ ଭକ୍ତବତ୍ସଳ ମହାନ୍ତି ଙ୍କ ସଂଯୋଜନା ଏବଂ ଭୂମିକା ଅନୁଷ୍ଠାନ ର ରାଜ୍ୟ ପରିଚାଳକ କର୍ଣ୍ଣାଟକିଶୋର ଯେନା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଭୂମିକା ଚକ୍ଷୁ ଚିକିତ୍ସା ଳୟ ର ଅପ ଟମ ମଧୁସ୍ମିତା ବେହେରା, ସ୍ୱାସ୍ଥ୍ୟ ସେବିକା ଲିଜା ରାଣୀ ନାୟକ ହସ୍ପିଟାଲ ର ମ୍ୟାନଜର ରଣଜିତ ପଣ୍ଡା, ଅପଟମ ମଧୁସ୍ମିତା ମାଝୀ, ବରିଷ୍ଟ ସ୍ୱାସ୍ଥ୍ୟ ସେବିକା ଲିଲିମା ରାଣୀ ଯେନା ଓ ସ୍ୱାସ୍ଥ୍ୟ ସଂଗଠକ ଗୌରାଙ୍ଗ ବାରିକ ମୋଟ ୨୧ ଜଣଙ୍କ ମୋତିଆ ବିନ୍ଦୁ ଚି଼ହ୍ନଟ କରାଯାଇଛି ଳ ୧୨ ଜଣ ଙ୍କୁ କେନ୍ଦୁଝର ସ୍ଥ ଭୂମିକା ଚକ୍ଷୁ ଚିକିତ୍ସା ଳୟ କୁ ପଠା ଯାଇଛି l ଶିବିର ସ୍ଥଳ ରେ ମାଗଣା ଚଷମା ବଣ୍ଟନ କରା ଯାଇଥିଲା l କଣ୍ଟିଆପଡା ସରପଞ୍ଚ ଲିଜାରାଣୀ ନାୟକ ଯମୁନାପଶି ସରପଞ୍ଚ ଶଶିଭୂଷଣ ନାୟକ ୱାର୍ଡ ମେମ୍ବର ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର ମାନେ ମଧ୍ୟ ଉପସ୍ଥିତ ଥିଲେ l ହେଲପେଜ ଇଣ୍ଡିଆ ସହାୟତା ପ୍ରଦାନ କରିଥିଲେ।

ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

14
458 views

Comment