logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

“ଗୟଳମୁଣ୍ଡା" ଗ୍ରାମ ପଞ୍ଚାୟତବାସୀଙ୍କ ଦ୍ଵାରା ଓଡ଼ିଶା ବିଧାନସଭା ସମ୍ମୁଖରେ ବିକ୍ଷୋଭ ଏବଂ ଗଣଧାରଣା ପ୍ରଦର୍ଶନ।

“ଗୟଳମୁଣ୍ଡା" ଗ୍ରାମ ପଞ୍ଚାୟତବାସୀଙ୍କ ଦ୍ଵାରା ଓଡ଼ିଶା ବିଧାନସଭା ସମ୍ମୁଖରେ ବିକ୍ଷୋଭ ଏବଂ ଗଣଧାରଣା ପ୍ରଦର୍ଶନ।

କେନ୍ଦୁଝର(ଆନନ୍ଦପୁର)/ଭୁବନେଶ୍ଵର
- ୨୫/୦୩/୨୦୨୬ “ବଡ଼ପୁରୁଣାପାଣି"କୁ ନୂତନ ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରାଯିବା ଦାବିରେ “ଗୟଳମୁଣ୍ଡା" ଗ୍ରାମ ପଞ୍ଚାୟତବାସୀଙ୍କ ଦ୍ଵାରା ଓଡ଼ିଶା ବିଧାନସଭା ସମ୍ମୁଖରେ ବିକ୍ଷୋଭ ଏବଂ ଗଣଧାରଣା ପ୍ରଦର୍ଶନ -

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଗୟଳମୁଣ୍ଡା ଗ୍ରାମ ପଞ୍ଚାୟତର “ବଡ଼ପୁରୁଣାପାଣି"କୁ ନୂତନ ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରାଯିବା ଦାବିରେ ଗ୍ରାମ ପଞ୍ଚାୟତବାସୀ ଆଜି ଓଡିଶା ବିଧାନ ସଭା ସମ୍ମୁଖରେ ବିକ୍ଷୋଭ ଏବଂ ଗଣଧାରଣା ପ୍ରଦର୍ଶନ କରିଛନ୍ତି। ଗଣଧାରଣା ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଶ୍ରୀ ପ୍ରଫୁଲ୍ଲ ସ୍ୱାଇଁଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଦାବିପତ୍ରରେ ଦର୍ଶାଯାଇଛି ଯେ - ଗୟଳମୁଣ୍ଡା ଗ୍ରାମ ପଞ୍ଚାୟତରେ ୧୪ ଗୋଟି ରାଜସ୍ବ ଗ୍ରାମ(ଗୟଳମୁଣ୍ଡା, ବଡ଼ପୁରୁଣାପାଣି, ବାଦୁଡିଘୋରା, ଦେଓଝରଣ, ଧବଣୀ, କନ୍ତଳା, କୋଲଢିହା, ମାଙ୍କଡବେଡା, ମାରାଣାଢିହା, ପୁଥଝରୀ, ଭାଲୁଗୋରା, ହାରିବେଡା, ଓଲେଇକୁଣ୍ଡି ଏବଂ ଉଲିବସା) ରହିଛି। ୨୦୧୧ ମସିହା ଜନଗଣନା ଅନୁସାରେ,
ଏହି ଗ୍ରାମ ପଞ୍ଚାୟତରେ ୮୮୬୭ ଜନସଂଖ୍ୟା ରହିଥିବା ବେଳେ ବର୍ତମାନ ୨୦୨୬ ମସିହା ସୁଦ୍ଧା ଉକ୍ତ ଗୟଳମୁଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରାୟ ୨୦,୦୦୦ ରୁ ଉର୍ଦ୍ଧ୍ବ ଜନସଂଖ୍ୟା ରହିଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ଅଧିକାଂଶ ପରିବାର ଅନୁସୂଚିତ ଜାତି ଓ ଜନଜାତି ଅଟନ୍ତି । ଗ୍ରାମ ପଞ୍ଚାୟତରେ ବର୍ଦ୍ଧିତ ଜନସଂଖ୍ୟା କାରଣରୁ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ କାର୍ଯ୍ୟକାରୀ କରିବାରେ ପଞ୍ଚାୟତ ପ୍ରଶାସନ ବିଫଳ ହେଉଥିବା ଦାବି ପତ୍ରରେ ଅଭିଯୋଗ କରାଯାଇଛି । ଏପରିକି ଅନେକ ହିତାଧିକାରୀ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ଏବଂ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଅନେକ ପରିବାର ଖାଦ୍ୟ ସୁରକ୍ଷା ଆଇନ-୨୦୧୪ ରୁ ବଞ୍ଚିତ ହୋଇ ଥିବାରୁ ଲୋକେ ଆଜି ବି ଭୋକ ଉପାସରେ କାଳାତିପାତ କରୁଥିବା ଅଭିଯୋଗ କରା ଯାଇଛି। ଗ୍ରାମରେ ଉତ୍କଟ ପାନୀୟ ଜଳର ସମସ୍ୟା ରହିଛି, ଗ୍ରାମରେ ଆବଶ୍ୟକ ପରିମାଣରେ ନଳକୂପ ଖୋଳା ଯାଇ ନ ଥିବାରୁ ଲୋକେ ଚୁଆରୁ ପାଣି ସଂଗ୍ରହ କରି ଏହାକୁ ଉଭୟ ପାନୀୟ ଏବଂ ରୋଷେଇ ପାଇଁ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ଗ୍ରାମ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିଲେ ସୁଦ୍ଧା ଏହାକୁ ନିର୍ଦ୍ଧାରିତ ସମୟରେ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରି ନ ଥିବା ମଧ୍ୟ ଅଭିଯୋଗ କରା ଯାଇଛି ଏବଂ ଏଥି ପାଇଁ ପଞ୍ଚାୟତର ବାସିନ୍ଦା ଗମନାଗମନରେ ନାହିଁ ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମନରେଗା(ପରିବର୍ଦ୍ଧିତ ବିଭିଜିରାମଜି) ଯୋଜନାରେ ପଞ୍ଚାୟତର ଅନେକ ଯୋଗ୍ୟ ହିତାଧିକାରୀ ଫାର୍ମ ଫଣ୍ଡ, ଜମି ଉନ୍ନତିକରଣ(Land Development) ଭଳି ଅନେକ ବ୍ୟକ୍ତିଗତ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି।
ଗୟଳମୁଣ୍ଡା ଗ୍ରାମ ପଞ୍ଚାୟତର “ବଡପୁରୁଣାପାଣି, ଉଲିବାସା, ମାରାଣାଢିହୀ, ମାଙ୍କଡବେଡା, ଓଲେଇକୁଣ୍ଡି, କୋଲ୍ହଢିହା ଏବଂ କୋଠାଢିହା ଏହି ୦୭ ଗୋଟି ଗ୍ରାମକୁ ନେଇ “ବଡପୁରୁଣାପାଣି" ଠାରେ ନୂତନ ଭାବେ ଗ୍ରାମ ପଞ୍ଚାୟତ ମାନ୍ୟତା ପ୍ରଦାନ କରାଯିବା ଦାବି କରା ଯାଇଛି। ବର୍ତ୍ତମାନ ସମଗ୍ର ଦେଶରେ ଜନଗଣନା କାର୍ଯ୍ୟ ଚାଲିବ ଏବଂ ଏହା ସରିବାର ଆଗାମୀ ୬ ମାସ ମଧ୍ୟରେ “ବଡ଼ପୁରୁଣାପାଣି"କୁ ନୂତନ ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରାଯିବା ନିମନ୍ତେ ସଚିବ ଶ୍ରୀ ପ୍ରଫୁଲ୍ଲ ସ୍ୱାଇଁ ପ୍ରତିଶ୍ରୁତି ଦେଇଥିବା ଆନ୍ଦୋଳନକାରୀମାନେ
ପ୍ରକାଶ କରିଛନ୍ତି। ତତସହିତ ପାନୀୟ ଜଳର ସମସ୍ୟା ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ କରିବା ନିମନ୍ତେ ସଚିବ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ଉପଜିଲ୍ଲାପାଳ ଏବଂ ଆନନ୍ଦପୁର ସଦର ବିଡିଓଙ୍କ ସହିତ ଫୋନ ଯୋଗେ କଥା ହୋଇ ସମସ୍ୟା ସମାଧାନ କରିବା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ।
ଅନୁଷ୍ଠିତ ହୋଇ ଥିବା ଏହି ଗଣଧାରଣାରେ ବିଶିଷ୍ଟ ସମାଜସେବୀ ଗାମାଏ ରୀମିଲ ସିଂ ଗୋଇପାଈ , ସାଧୁ ଚରଣ ଗାଗାରାଈ, ଗୋପୀନାଥ ଟୁଡୁ, ବୀର କିଶୋର ମୁର୍ମୁ, ଶ୍ୟାମ ଦରାଈ, ମଞ୍ଜୁଲତା ତିରିଆ, ସାମଲ ସିଂ ବିରୁଆ, ନରସିଂହ ଜଙ୍କ, ମହେଶ୍ୱର ବିରୁଆ ପ୍ରମୁଖ ନେତୃତ୍ଵ ନେଇଥିଲେ । ଦାବି ନ ପୂରଣ ହୋଇ ପାରିଲେ ପଞ୍ଚାୟତବାସୀ ପୁନର୍ବାର ଓଡ଼ିଶା ବିଧାନସଭା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ରିମିଲୀଗାମି ଙ୍କ ରିପୋର୍ଟ।

10
532 views

Comment