ଲୋକ ସମ୍ପର୍କର ଅନନ୍ୟ ଉଦାହରଣ: – ଧର୍ନୁଜ୍ଜୟ ମହାନ୍ତ।
ଲୋକ ସମ୍ପର୍କର ଅନନ୍ୟ ଉଦାହରଣ: – ଧର୍ନୁଜ୍ଜୟ ମହାନ୍ତ
ସମାଜରେ କେତେକ ବ୍ୟକ୍ତିତ୍ୱ ଏମିତି ଥାଆନ୍ତି, ଯେମାନେ ନିଜର ନିଷ୍ଠା, ଆଦର୍ଶ ଓ ସେବାଭାବ ଦ୍ୱାରା ଲୋକମାନଙ୍କ ହୃଦୟରେ ଅସିମ ସ୍ଥାନ ଗ୍ରହଣ କରିଥାଆନ୍ତି। ସେହିପରି ଜଣେ ଅସାଧାରଣ ବ୍ୟକ୍ତିତ୍ୱ ହେଲେ ଧର୍ନୁଜ୍ଜୟ ମହାନ୍ତ, ଯିଏ ସମସ୍ତଙ୍କ ପାଖରେ "ଧର୍ନୁଜ୍ଜୟ ଭାଇ" ଭାବେ ପରିଚିତ।
ଜୀବନର ଆରମ୍ଭ ଜଣେ ମେଧାବୀ ଛାତ୍ର ଭାବରେ କରିଥିବା ଧର୍ନୁଜ୍ଜୟ ଭାଇ ତାଙ୍କ ଛାତ୍ର ସମୟରୁହିଁ ଉଚ୍ଚ ଆଦର୍ଶ ଓ ସମାଜସେବାର ପ୍ରତି ଗଭୀର ଆଗ୍ରହ ରଖୁଥିଲେ। ତାଙ୍କ ଯୋଗ୍ୟତା ଓ ପ୍ରତିଭା ଦ୍ୱାରା ଅନେକଥର ସରକାରୀ ଚାକିରୀ ପାଇଁ ସୁଯୋଗ ମିଳିଥିଲା, କିନ୍ତୁ ସେ ସେହି ସୁବିଧାଜନକ ପଥକୁ ଛାଡ଼ି ସମାଜ ସେବାକୁ ନିଜ ଜୀବନର ଲକ୍ଷ୍ୟ ଭାବେ ବାଛିନେଇଥିଲେ। ତାଙ୍କ ମନରେ ରହିଥିବା "ଏକାତ୍ମ ମାନବବାଦ" ର ଉଚ୍ଚ ଧାରଣା ତାଙ୍କୁ ରାଷ୍ଟ୍ରସେବା ଓ ସମାଜ ସେବାରେ ନିରନ୍ତର ଅଗ୍ରସର କରିଥିଲା।
ତାଙ୍କର ଏହି ନିଷ୍ଠା ଓ ପରିଶ୍ରମ ତାଙ୍କୁ ଜନସାଧାରଣଙ୍କ ନିକଟରେ ଅତ୍ୟନ୍ତ ପ୍ରିୟ କରିଥିଲା। ଶଙ୍କିରୀ ଗ୍ରାମ ପଞ୍ଚାୟତରୁ ଆରମ୍ଭ କରି ସେ ଦୁଇଥର ସମିତି ସଭ୍ୟ ଭାବେ ଜୟଲାଭ କରିଥିଲେ ଏବଂ ପରେ ସଦର ବ୍ଲକ ଉପାଧ୍ୟକ୍ଷ ଭାବରେ ମଧ୍ୟ ଜନମତର ଆଶୀର୍ବାଦ ପାଇଥିଲେ। ଏହା ତାଙ୍କ ପ୍ରତି ଲୋକଙ୍କର ଅଗାଧ ଆସ୍ଥା ଓ ସମ୍ମାନର ସ୍ପଷ୍ଟ ପ୍ରତିଫଳନ। ବର୍ତ୍ତମାନ ସେ ଓଡ଼ିଶାର ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସଦର ବ୍ଲକ ପ୍ରତିନିଧି ଭାବେ କାମ କରୁଥିବା ସହିତ ବିଜେପି ଓବିସି ମୋର୍ଚ୍ଚା, କେନ୍ଦୁଝରର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମଧ୍ୟ ନିଜ ଦାୟିତ୍ୱକୁ ସଫଳତାର ସହ ପାଳନ କରୁଛନ୍ତି।
ଧର୍ନୁଜ୍ଜୟ ଭାଇଙ୍କର ଲୋକସମ୍ପର୍କ ସୃଷ୍ଟିର କୌଶଳ ଅତ୍ୟନ୍ତ ଅସାଧାରଣ। ତାଙ୍କର ମିଷ୍ଠା ଭାଷା, ନମ୍ର ବ୍ୟବହାର ଓ ପରୋପକାରୀ ମନୋଭାବ ଲୋକମାନଙ୍କୁ ସହଜରେ ଆକୃଷ୍ଟ କରେ। ସେ କେବଳ ଜଣେ ନେତା ନୁହେଁ, ବରଂ ଜଣେ ସତ୍ୟ ସମାଜସେବୀ ଓ ମାର୍ଗଦର୍ଶକ। ତାଙ୍କ ସଂସ୍ପର୍ଶରେ ଆସି ଅନେକ ଯୁବକ-ଯୁବତୀ ପ୍ରେରିତ ହୋଇ ସମାଜ ସେବା ଓ ରାଜନୀତିରେ ଯୋଗଦେଇ ନିଜ ଜୀବନର ନୂତନ ଦିଗ ଖୋଜିପାରିଛନ୍ତି।
ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ମଧ୍ୟ ପରିଚିତ। ଅନେକ ମନ୍ଦିର ଓ ଧାର୍ମିକ ଅନୁଷ୍ଠାନକୁ ସେ ସମୟୋପଯୁକ୍ତ ସହଯୋଗ ଓ ଦାନ ଦେଇ ଆସୁଛନ୍ତି। ସେହିପରି ସେ ସଦା ବିଶ୍ୱ ହିନ୍ଦୁ ପରିଷଦ, ଆରଏସଏସ ଓ ଭାରତୀୟ ଜନତା ପାର୍ଟିର ଆଦର୍ଶ ଓ କାର୍ଯ୍ୟକ୍ରମ ପ୍ରଚାର ପ୍ରସାରରେ ସକ୍ରିୟ ଭାବେ ନିଯୁକ୍ତ ରହୁଛନ୍ତି।
ଧର୍ନୁଜ୍ଜୟ ଭାଇଙ୍କ ଜୀବନର ସବୁଠୁ ବଡ଼ ବିଶେଷତା ହେଉଛି—ସେ ସମସ୍ତଙ୍କ ସୁଖ ଓ ଦୁଃଖରେ ସାଥୀ ହେବାକୁ ପସନ୍ଦ କରନ୍ତି। ସେ ପ୍ରାୟ ସମସ୍ତ ସମୟ ଲୋକମାନଙ୍କ ସମସ୍ୟା ଶୁଣିବା, ସମାଧାନ କରିବା ଓ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ସମ୍ପର୍କ ମଜବୁତ କରିବାରେ ବ୍ୟସ୍ତ ରହନ୍ତି। ପ୍ରତ୍ୟେକ ପ୍ରଭାତରେ ତାଙ୍କ ବାସଭବନରେ ସାଧାରଣ ଲୋକ ଠାରୁ ଆରମ୍ଭ କରି କାର୍ଯ୍ୟକର୍ତ୍ତାମାନଙ୍କ ପର୍ଯ୍ୟନ୍ତ ଅନେକ ଲୋକଙ୍କର ଭିଡ଼ ଲାଗିଥାଏ—ଏହା ତାଙ୍କ ପ୍ରତି ଲୋକମାନଙ୍କର ଅଗାଧ ଭରସାର ପ୍ରମାଣ।
ତାଙ୍କ ନୀତି, ଆଦର୍ଶ ଓ ସରଳ ଜୀବନ ଶୈଳୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଅକ୍ଷୟ ଉତ୍ସ। ସେ କେବଳ ଜଣେ ନେତା ନୁହେଁ, ବରଂ ଜଣେ ପଥପ୍ରଦର୍ଶକ ଓ ସମାଜର ସତ୍ୟ ସେବକ।
କମଳଲୋଚନ ମହାନ୍ତ ଙ୍କ ରିପୋର୍ଟ।