logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୁକୁନା ଶ୍ରୀରାମ ମନ୍ଦିରରେ ଭବ୍ୟ କଳସ ଶୋଭାଯାତ୍ରା ଆୟୋଜିତ।

*ମୁକୁନା ଶ୍ରୀରାମ ମନ୍ଦିରରେ ଭବ୍ୟ କଳସ ଶୋଭାଯାତ୍ରା ଆୟୋଜିତ*

ମୁକୁନା, ତା. ୨୫ ମାର୍ଚ୍ଚ: ଆଜି ମୁକୁନା ସ୍ଥିତ ପବିତ୍ର ଶ୍ରୀରାମ ମନ୍ଦିର ପରିସରରେ କଳସ ଶୋଭାଯାତ୍ରା ଯଥାବିଧି ଓ ଭବ୍ୟ ଭାବରେ ପାଳନ କରାଯାଇଛି। ଏହି ପବିତ୍ର ଅବସରରେ ଗ୍ରାମ ତଥା ଆସପାସର ବିଭିନ୍ନ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ମହିଳାମାନେ ଯୋଗଦେଇ ଯାତ୍ରାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ସଫଳ କରିଥିଲେ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବୈଦିକ ରୀତିନୀତିରେ ପୂଜା-ଅର୍ଚ୍ଚନା ସମ୍ପନ୍ନ ହୋଇଥିଲା। ପରେ ସ୍ଥାନୀୟ ପବିତ୍ର ରାମେଶ୍ୱର ଘାଟରୁ ଶ୍ରଦ୍ଧାଭକ୍ତି ସହିତ କଳସ ବୁଡାଇ ଏକ ବିଶାଳ ଶୋଭାଯାତ୍ରା ଆକାର ନେଇ ମନ୍ଦିର ପର୍ଯ୍ୟନ୍ତ ଆଣାଯାଇଥିଲା। ଭକ୍ତମାନଙ୍କର “ଜୟ ଶ୍ରୀରାମ” ଧ୍ୱନିରେ ପରିବେଶ ଭକ୍ତିମୟ ହୋଇଉଠିଥିଲା।

ମନ୍ଦିର ପରିସରରେ ପହଞ୍ଚିବା ପରେ ବିଧିବତ୍ ମନ୍ତ୍ରୋଚ୍ଚାରଣ ମଧ୍ୟରେ କଳସ ସ୍ଥାପନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସୁସଂଘଟିତ ଭାବେ ସଫଳ କରିବାରେ ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଓ ଡିଜିଟାଲ ସେଲର ସଦସ୍ୟମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ।

ଏହି ପବିତ୍ର କଳସ ଯାତ୍ରା ଗ୍ରାମର ଧାର୍ମିକ ପରିବେଶକୁ ଅଧିକ ସୁଦୃଢ଼ କରିବା ସହ ସମ୍ମିଳିତ ଆସ୍ଥା ଓ ଭକ୍ତିର ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛି।

କମଳଲୋଚନ ମହାନ୍ତ ଙ୍କ ରିପୋର୍ଟ।

14
616 views

Comment