ବାଲି ବୋଝେଇ ଟ୍ରାକ୍ଟର ଜବଦ କଲା ବନବିଭାଗ।
ବାଲି ବୋଝେଇ ଟ୍ରାକ୍ଟର ଜବଦ କଲା ବନବିଭାଗ।
ପାଟଣା:୨୫/୦୩- ପାଟଣା ବନାଞ୍ଚଳ ଅଙ୍କୁରା ବୈତରଣୀ ନଦୀ ଘାଟରୁ ଆଜି ଏକ ବାଲି ବୋଝେଇ ଟ୍ରାକ୍ଟର କୁ ଜବତ କରିଛି ପାଟଣା ବନବିଭାଗ। ସୂଚନା ଅନୁଯାୟୀ ଆଜି ସକାଳ ୫:୩୦ ସମୟରେ ଅଙ୍କୁରା ବୈତରଣୀ ନଦୀ ଘାଟରେ ଟ୍ରାକ୍ଟରରେ ବାଲି ବୋଝେଇ ହେଉଥିବା ସମୟରେ କୈାଣସି ସୂତ୍ରରୁ ଖବର ପାଇ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ଙ୍କ ନିର୍ଦେଶ କ୍ରମେ
ପାଟଣା ବନପାଳ ନିରଞ୍ଜନ ସେଠୀ ଓ ଚିତ୍ତରଞ୍ଜନ ପରିଡ଼ା ଓ ପାରା ସ୍କାଡା ପ୍ରମୁଖ ଏହି ଚଢାଉ କରିଥିଲେ । ଜବଦ ଟ୍ରାକ୍ଟର କୁ ପାଟଣା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ଖଣି ବିଭାଗ କୁ ଖବର ଦେଇଥିବା ପାଟଣା ବନପାଳ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।