logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ସଠିକ୍ ଉପାୟ।

ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ସଠିକ୍ ଉପାୟ।
----------------------------------------------

ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ଯେଉଁ ପ୍ରଶସ୍ତ ମାର୍ଗ ଅନୁସରଣ କରିବା ଉଚିତ୍ ସେ ସମ୍ପର୍କରେ ସୁବିସ୍ତୃତ ଭାବରେ ନିମ୍ନରେ ଉଲ୍ଲେଖ କରାଯାଇଛି। ଏସବୁ ମୋର ମନଗଢ଼ା କାହାଣୀ ନୁହେଁ; ବିଦ୍ବାନ ଓ ବୁଦ୍ଧିଜୀବୀଙ୍କ ସୁପରାମର୍ଶ ଅନୁକ୍ରମରେ ସେ ବାବଦରେ ପ୍ରକାଶ କରାଯାଇଛି। ନିଜେ ପଢନ୍ତୁ, ଅନ୍ୟମାନଙ୍କୁ ପଢିବା ପାଇଁ ତାଙ୍କ ନିକଟକୁ ସେୟାର କରିବା ଉଚିତ୍। ତାପରେ ବିଚାର କରିବା ଉଚିତ୍ ଯେ, କଣ ଠିକ୍ ଓ କଣ ଭୁଲ୍ ରହିଛି! ଏହି ପରିପ୍ରେକ୍ଷୀରେ ଆପଣମାନଙ୍କୁ ସୁନିଶ୍ଚିତ କରୁଅଛି ଯେ, ମୋର ଉଦ୍ଦେଶ୍ଯ ନୁହେଁ କୌଣସି ପ୍ରକାରର ଶାସକଦଳ ତଥା ବିରୋଧୀ ଦଳ ଉଭୟ ଦଳ ବିରୁଦ୍ଧରେ ନିନ୍ଦା ଅଥବା ଅପମାନିତ କରିବା କିମ୍ବା କାହାରି ସପକ୍ଷରେ ଅଥବା ସୁହାଇଲା ଭଳି ବିଷୟ ଉପସ୍ଥାପନା କରୁନାହିଁ। ମୋର କେବଳ ଗୋଟିଏ ଉଦ୍ଦେଶ୍ଯ ଜିଲ୍ଲାର ହୀତ ତଥା ସାମୁହିକ ସ୍ବାର୍ଥ ପାଇଁ ଏହି ପ୍ରସଂଗ ପ୍ରକାଶ କରାଯାଇଛି। କୌଣସି ରାଜନୈତିକ ଦଳକୁ ନିନ୍ଦା ଅଥବା ପ୍ରଶଂସା ଗାନ କରିବା ମୋର ଆଦୌ ଅଭିପ୍ରାୟ ନୁହେଁ।

ସରକାରଙ୍କୁ ଧରଣୀଧର ବିଶ୍ବବିଦ୍ୟାଳୟ ଏବଂ ସ୍ବୟଂ ଶାସିତ ମହାବିଦ୍ୟାଳୟ ଉଭୟ ମଧ୍ଯରେ ଯେଉଁ ମାମଲା ବା ବିବାଦ ବା ସମସ୍ୟା ରହିଛି। ତାହା ସମାଧାନ ସୁରୁଖୁରୁରେ କରିବା ସହିତ ସଠିକ୍ ଓ ସମୁଚିତ ପଦକ୍ଷେପ ଗ୍ରହଣ କରିବା ନିତାନ୍ତ ଆବଶ୍ୟକତା ରହିଛି। ସଠିକ୍ ଉପାୟରେ ଯେପରି ସମସ୍ୟାର ସମାଧାନ କରାଯାଇପାରିବ, ଏଠାରେ ସେହି ବିଷୟକୁ ଉପସ୍ଥାପନା କରାଯାଇଛି।

୧- ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ପୂର୍ବରୁ ଜାରି କରାଯାଇଥିବା ଅଧିସୂଚନା ପ୍ରତ୍ଯାବର୍ତ୍ତନ କରିବାକୁ ହେବ। ଅର୍ଥାତ୍ ପୁନର୍ବାର ସ୍ଥାପନ କରିବା ପାଇଁ ଭଲଭାବରେ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପଡିବ। ଏପରି କରିବା ଦ୍ବାରା ବିଶ୍ବ ବିଦ୍ୟାଳୟର ଅସ୍ତିତ୍ବ ରହିବ ନାହିଁ। କିନ୍ତୁ ବିଶ୍ବ ବିଦ୍ୟାଳୟର ଅସ୍ତିତ୍ବ ପୁନର୍ବାର ଫେରାଇ ଅଣାଯାଇ ପାରିବ। ଏଥିପାଇଁ କୌଣସି ପ୍ରକାରର ବିବାଦର ଆଦୌ ସ୍ଥାନ ରହିବ ନାହିଁ। ଏହା କିପରି ସମ୍ଭବ? ସେ ସମ୍ପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି।

ପୂର୍ବରୁ କେନ୍ଦୁଝର ରେ ଯେଉଁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କ୍ୟାମ୍ପସ ରହିଛି, ଅର୍ଥାତ୍ ବର୍ତ୍ତମାନର ଏମଏସସିବି ବିଶ୍ବବିଦ୍ୟାଳୟ ରହିଛି। ସେଠାରେ ନୂତନ ଭାବରେ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପାଇଁ ନିର୍ଣ୍ଣୟ ନିଆଯିବା ଉଚିତ୍। ତାହା ଯେକୌଣସି ଏକ ନୂତନ ନାମକରଣ କରାଯାଇପାରିବ। କାରଣ ବର୍ତ୍ତମାନ ଧରଣୀଧର ବିଶ୍ବବିଦ୍ୟାଳୟ ୟୁଜିସି ରେକର୍ଡ ଅନ୍ତର୍ଭୂକ୍ତ ହୋଇସାରିଛି। ଅଧିସୂଚନା ପ୍ରକାଶ କରିବା ପରେ ଧରଣୀଧର ବିଶ୍ବବିଦ୍ୟାଳୟ ରଦ୍ଦ ଏବଂ ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ପୂର୍ବବର୍ତ୍ତୀ ସ୍ଥିତିରେ ସ୍ଥାପନ କରିବା ପାଇଁ ଅନୁରୋଧ କରାଯିବା ଉଚିତ୍। କାରଣ:

(କ) ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମ ସ୍ପଷ୍ଟ କରୁଅଛି ଯେ ନୂତନ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ଭାବରେ ସ୍ଥାପନ କରାଯାଇ ପାରିବ। କିନ୍ତୁ କୌଣସି ସ୍ବୟଂ ଶାସିତ ମହାବିଦ୍ୟାଳୟ କୁ ବିଶ୍ବବିଦ୍ୟାଳୟ ରେ ରୂପାନ୍ତରିତ କରିବା ପାଇଁ ଅନୁମତି ଦିଆଯାଇ ନାହିଁ।

(ଖ) ଧରଣୀଧର ବିଶ୍ବବିଦ୍ୟାଳୟ ରେ ଥିବା ବ୍ୟତିକ୍ରମ ଗୁଡିକ ଜାଣିବା ନିତାନ୍ତ ଜରୁରୀ। ଯେପରି ରେଭେନ୍ସା ବିଶ୍ବବିଦ୍ୟାଳୟ, ରମାଦେବୀ ବିଶ୍ବବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ, ଗଙ୍ଗାଧର ବିଶ୍ବବିଦ୍ୟାଳୟ ପ୍ରଭ୍ରୁତି ୟୁନିଟାରି ବିଶ୍ବବିଦ୍ୟାଳୟ ନୁହେଁ। ଏସବୁ ବିଶ୍ବବିଦ୍ୟାଳୟ ନିଜ ନିଜର କ୍ୟାମ୍ପସ ରେ ସିମିତ ଅଟନ୍ତି ଏବଂ ଏମାନଙ୍କ ସମ୍ବନ୍ଧରେ ଅନ୍ୟ କୌଣସି ମହାବିଦ୍ୟାଳୟ ନାହିଁ। ଯାହାକି ଧରଣୀଧର ବିଶ୍ବବିଦ୍ୟାଳୟ ରେ ୩୬ ଗୋଟି ମହାବିଦ୍ୟାଳୟ ସହିତ ସମ୍ବନ୍ଧ ରହିଛି, ତେଣୁ ଏହି ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ଭାବରେ ରହିବା ଉଚିତ୍।

(ଗ) ଏପରି ନିଷ୍ପତ୍ତି ପୂର୍ବ ସରକାର ସମୟରେ ଅତର୍କିତ ଭାବରେ କେବଳ ପ୍ରଶାସନିକ ସ୍ତରରେ ନିର୍ଣ୍ଣୟ ନିଆଯାଇ, ସାଧାରଣ ନିର୍ବାଚନ ୨୦୨୪ ପୂର୍ବରୁ ଆରମ୍ଭ କରି ଧରଣୀଧର ବିଶ୍ବବିଦ୍ୟାଳୟ ବୋଲି କହି ଆରମ୍ଭ କରିଥିଲେ। ଏଥିପାଇଁ ଯେଉଁ ସବୁ ପ୍ରଶାସନିକ ସ୍ତରରେ ବିଭିନ୍ନ ପ୍ରକାରର ବିଭାଗ ରହିଛି। ଯଥା: ଉଚ୍ଚ ଶିକ୍ଷା ବିଭାଗ, ଆଇନ୍ ବିଭାଗ ଓ ଅର୍ଥ ବିଭାଗ ପ୍ରଭ୍ରୁତି ବିଭାଗର ବିନା ପରାମର୍ଶ ଓ ଅନୁମତିରେ ଧରଣୀଧର ବିଶ୍ବବିଦ୍ୟାଳୟ କରାଯାଇଥିଲା। ଯଦିଓ ପୂର୍ବ ସରକାର ସମୟରେ ଅତର୍କିତ ଭାବରେ କରିବାର ଉଦ୍ଦେଶ୍ଯ ରାଜନୈତିକ ମାଇଲେଜ ନେବାର ଥିଲା। କିନ୍ତୁ ସାଧାରଣ ନିର୍ବାଚନ ୨୦୨୪ ପରେ ସଂପୂର୍ଣ୍ଣ ସ୍ଥିତି ବଦଳି ଗଲା। ଏପରିକି ସରକାର ମଧ୍ଯ ପରିବର୍ତ୍ତନ ହେଇଗଲା। ଏହି ଅତର୍କିତ ଧରଣୀଧର ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପଛରେ ଯେଉଁସବୁ ତ୍ରୁଟିଗୁଡିକ ରହିଯାଇଛି। ସେସବୁ ବିଷୟକୁ କେନ୍ଦ୍ରକରି ବର୍ତ୍ତମାନର ଶାସନାଧିନ ସରକାରଙ୍କୁ ଦୋଷାରୋପଣ କରାଯାଇପାରିବ ନାହିଁ। କାରଣ ତ୍ରୁଟିକୁ ସୁଧାରିବା ପରିବର୍ତ୍ତେ ସେସବୁକୁ ଠିକ୍ ବୋଲି ବୁଝିବା, ବା ଠିକ୍ ବୋଲି ବିଚାର କରିବା, ବା ତାହା ହିଁ ଉଚିତ୍ ବୋଲି ମାନିନେଲେ। ସମସ୍ୟାର ସମାଧାନ ପରିବର୍ତ୍ତେ ସମସ୍ୟା ଅଧିକ ବିଗିଡି ଯିବାକୁ ବେଶୀ ସମୟ ଲାଗିବ ନାହିଁ।

ବର୍ତ୍ତମାନ ର ଶାସନାଧିନ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରି ତ୍ରୁଟିକୁ ସୁଧାରିବା ସହିତ ତାହାର ରାଜନୈତିକ ମାଇଲେଜ ନେବାର ଯେଉଁ ମୌକା ମିଳିଛି। ତାହାର ଫାଇଦା ଅବଶ୍ଯ ଉଠାଇବା ଉଚିତ୍। ଏହା ଦ୍ବାରା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କର ହିଁ ମହାନତାକୁ ପ୍ରତିପାଦିତ କରିବା ସଙ୍ଗେ ସଙ୍ଗେ ଲୋକଙ୍କ ମୁଖ୍ୟମନ୍ତ୍ରୀ ତଥା ଲୋକଙ୍କ ସରକାରଙ୍କ ବିଶ୍ବାସଭାଜନ ଅଧିକ ବ୍ରୁଦ୍ଧି ହେବ, ଏଥିରେ ତିଳେମାତ୍ର ସନ୍ଦେହ କରିବା ଅନୁଚିତ।

ଏପରି ଏକ ସାମୁହିକ ସ୍ବାର୍ଥ, ଜିଲ୍ଲାର ହୀତ ତଥା ଭବିଷ୍ଯତ ବଂଶଧରମାନଙ୍କ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ନେତୃତ୍ବର ପରାକାଷ୍ଠାରେ ଏହି ସମସ୍ୟାର ସମାଧାନ କରିବା ସମ୍ଭବପର ହେବ। ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା କୌଣସି ଜଟିଳ ବିଷୟ ନୁହେଁ। କାରଣ ଏହା ଅତି ସହଜରେ କରାଯାଇ ପାରିବ। ବର୍ତ୍ତମାନ ର ଧରଣୀଧର ବିଶ୍ବବିଦ୍ୟାଳୟ ର ନିୟମିତ କୁଳପତି ନାହାଁନ୍ତି, ଏପରିକି ନିୟମିତ ଷ୍ଟାଫ୍ ମଧ୍ଯ ନାହାଁନ୍ତି! କେବଳ ବିଶ୍ବବିଦ୍ୟାଳୟ ର ନୂତନ ଭାବରେ ଇନଫାଷ୍ଟ୍ରକଚର ଉପଲବ୍ଧ ହୋଇଛି। ପୂର୍ବରୁ ସଂପୂର୍ଣ୍ଣ ରୂପରେ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ହିଁ ସବୁକିଛି ହିଁ ରହିଥିଲା, ତାହାସବୁ ଅଦ୍ଯାବଧି ରହିଛି। ବର୍ତ୍ତମାନ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ଯେଉଁ ନିଷ୍ପତ୍ତି ନେବାକୁ ପଡିବ ତାହା କେବଳ ସରକାରୀ ଡିଗ୍ରୀ କଲେଜ ରୂପରେ କାର୍ଯ୍ୟକାରୀ କରିବା ଦ୍ବାରା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କର ମହାନତାକୁ କେନ୍ଦୁଝର ଜିଲ୍ଲାବାସୀଙ୍କ ଦୃଷ୍ଟିରେ ସର୍ବଦା ସ୍ମରଣୀୟ ହୋଇରହିଥିବ। କାରଣ:-

ଏହାର ଅତୀତର ଅର୍ଜିତ ନାମ, ଯଶ, ଗୌରବ, କୀର୍ତ୍ତି କୁ ଅକ୍ଷୁର୍ଣ୍ଣ କରିବା କାରଣରୁ ତଥା କେନ୍ଦୁଝର ଜିଲ୍ଲାର ଐତିହାସିକ ରୂପରେ ସଂସ୍କୃତି ଓ ଭାବ ଯୋଡିତ ହୋଇରହିଛି। ଏପରି କିର୍ତ୍ତୀ ପୁନର୍ବାର ସ୍ଥାପିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲାବାସୀଙ୍କ ଦୃଷ୍ଟିରେ ଆହୁରି ଅଧିକ ମଜବୁତ ହୋଇଯିବ। ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ୟୁଜିସି ମାନ୍ୟତା ୨୦୨୬-୨୭ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ରହିଛି। ଏହା ସହିତ ଏନଏଏସି ମାନ୍ୟତା ମଧ୍ଯ ଅଦ୍ଯାବଧି ରହିଛି। ତେଣୁ ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ସହଜ ଏବଂ ଶୀଘ୍ର ହେବାକୁ ପ୍ରତିବନ୍ଧକ ରହିବ ନାହିଁ। କିନ୍ତୁ ବର୍ତ୍ତମାନ ଯେଉଁ ତ୍ରୁଟିଯୁକ୍ତ ନିଷ୍ପତ୍ତି ଅନୁସାରେ ବିଶ୍ବବିଦ୍ୟାଳୟ କରାଯାଇଥିଲା ତାହା ରଦ୍ଦ କରିବା ଦରକାର। ଏହାର ମାନେ ନୁହେଁ ବିଶ୍ବବିଦ୍ୟାଳୟ କୁ ସଂପୂର୍ଣ୍ଣ ରୂପରେ ବିଲୁପ୍ତ କିମ୍ବା ପରିତ୍ଯାଗ କରାଯିବ। ପୁନର୍ବାର ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ଭାବରେ 2F ମାନ୍ୟତା ନିମନ୍ତେ ଆବେଦନ କରି ସ୍ଥାପନ କରାଯାଇପାରିବ। ଏହିପରି ଭାବରେ ସ୍ବୟଂ ଶାସିତ ମହାବିଦ୍ୟାଳୟ କୁ ୟୁଜିସି ମାନ୍ୟତା ମିଳିବ ଏବଂ ୟୁଜିସି ଅନୁଦାନ ପ୍ରଦାନ କରିବ, ଯାହାକି ଗୋଟିଏ ଭଲ ମହାବିଦ୍ୟାଳୟ ପାଇଁ ନିତାନ୍ତ ଆବଶ୍ୟକତା ରହିଛି। ଏପରି କରିବା ଦ୍ବାରା କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ଲାଭର ଦୁଇଟି ଅଲଗା ଅଲଗା ଉଚ୍ଚ ଶିକ୍ଷା ସଂସ୍ଥାର ବହୁବିଧ ସୁବିଧା ଓ ଅବସର ମିଳିପାରିବ। ଏହା ସହିତ ବହୁବିଧ ରୋଜଗାରର ସୁଯୋଗ ମଧ୍ଯ ମିଳିପାରିବ। ଯଦିଓ ପୂର୍ବରୁ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀମାନଙ୍କୁ ଖାଲି କରିଦିଆଯାଇଛି। କିନ୍ତୁ ପୂର୍ବରୁ ନିଯୁକ୍ତ କଲେଜର ଷ୍ଟାଫ୍ ମାନଙ୍କୁ ଅନ୍ୟତ୍ର ବଦଳି କରାଯାଇନାହିଁ। ସେହିସବୁ ଷ୍ଟାଫ୍ ମାନେ ବର୍ତ୍ତମାନ ସମୟରେ ଧରଣୀଧର ବିଶ୍ବବିଦ୍ୟାଳୟ ରେ କାର୍ଯ୍ୟରତ ରହିଛନ୍ତି। ଏହାକୁ ହୁଏତ ବିଶ୍ବବିଦ୍ୟାଳୟ ରେ ନିଯୁକ୍ତି ବୋଲି ମଧ୍ଯ କୁହାଯାଇପାରେ। ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରି ପୁନର୍ବାର ସେହିସବୁ ସମସ୍ତ ଷ୍ଟାଫ୍ ମାନଙ୍କୁ ମହାବିଦ୍ୟାଳୟ ରେ ଅତି ସହଜରେ ପୁନଃ ନିୟୋଜିତ କରାଯାଇପାରିବ। ଯାହାଫଳରେ ସେହିସବୁ କର୍ମଚାରୀମାନଙ୍କୁ ପୁନର୍ବାର ମହାବିଦ୍ୟାଳୟ ରେ ନିଯୁକ୍ତି କରିବାରେ କୌଣସି ସମସ୍ୟା ରହିବ ନାହିଁ। ଏହା ବ୍ୟତୀତ ଗୋଟିଏ ମୁଖ୍ଯ ବିଷୟରେ ବିଚାର କରିବା ନିତାନ୍ତ ଆବଶ୍ୟକତା ରହିଛି। ଅର୍ଥାତ୍ ଧରଣୀଧର ବିଶ୍ବବିଦ୍ୟାଳୟ ରେ ଅଧ୍ୟୟନ ରତ ବର୍ତ୍ତମାନ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ଯତ, ଯାହାକି ଉଚ୍ଚଶିକ୍ଷା ବିଭାଗକୁ ଚିନ୍ତନ କରିବା ନିତାନ୍ତ ଆବଶ୍ୟକତା ରହିଛି। ବର୍ତ୍ତମାନ ଯେଉଁ ଛାତ୍ରଛାତ୍ରୀ ମାନେ ଧରଣୀଧର ବିଶ୍ବବିଦ୍ୟାଳୟ ରେ ଅଧ୍ୟୟନ ରତ ରହିଛନ୍ତି। ସେମାନଙ୍କୁ ଅନ୍ୟ କୌଣସି ବିଶ୍ବବିଦ୍ୟାଳୟ ରେ ଛାତ୍ରଛାତ୍ରୀ ସଂଖ୍ଯା ବ୍ରୁଦ୍ଧି କରି ଅସ୍ଥାୟୀ ରୂପରେ ଅଧ୍ୟୟନ ଜାରିରଖି ପାରନ୍ତି, ଅଥବା ନୂତନ ବିଶ୍ବବିଦ୍ୟାଳୟ କୁ ସ୍ଥାନାନ୍ତରିତ କରିବା ଦ୍ବାରା ଅଧ୍ୟୟନ ରେ ବ୍ୟାଘାତ ହେବନାହିଁ, ଅଥବା ଅନ୍ୟ କୌଣସି ବିକଳ୍ପ ପଦକ୍ଷେପ ଗ୍ରହଣ କରିବାକୁ ହେବ। ଯଦ୍ବାରା ବର୍ତ୍ତମାନ ଅଧ୍ୟୟନ କରୁଥିବା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ଯତ ଉପରେ କୌଣସି ପ୍ରକାରର କୁପ୍ରଭାବ ପଡିବ ନାହିଁ। ଏଥିପ୍ରତି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ସମୁଚିତ ପଦକ୍ଷେପ ଗ୍ରହଣ କରିବାକୁ ହେବ। ବର୍ତ୍ତମାନ ସମୟରେ ବିଶ୍ବବିଦ୍ୟାଳୟ ରେ ସ୍ଥାୟୀ ରୂପରେ କୂଳପତି ଏବଂ ଅନ୍ଯାନ୍ଯ ଷ୍ଟାଫ୍ ମାନଙ୍କୁ ନିଯୁକ୍ତି କରାଯାଇନାହିଁ। ଯେପର୍ଯ୍ୟନ୍ତ ସ୍ବୟଂ ଶାସିତ ମହାବିଦ୍ୟାଳୟ ପୁନର୍ବାର ସ୍ଥାପନ କରିବା ପାଇଁ ସଠିକ୍ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସେପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ରୂପରେ ନିଜସ୍ବ କ୍ୟାମ୍ପସ ରେ ନୂତନ ଭାବରେ କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ କୌଣସି ପ୍ରକାରର ବିଶ୍ବବିଦ୍ୟାଳୟ ରେ ବିଭିନ୍ନ ପ୍ରକାରର କର୍ମଚାରୀମାନଙ୍କୁ ନିଯୁକ୍ତି କରାଯିବା ଉଚିତ୍ ହେବନାହିଁ। ନୂତନ ଭାବରେ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପରେ ସ୍ଥାୟୀ ରୂପରେ କୂଳପତି ଏବଂ ଅନ୍ଯାନ୍ଯ ଷ୍ଟାଫ୍ ମାନଙ୍କୁ ନିଯୁକ୍ତି କରାଯିବା ଦ୍ବାରା କୌଣସି ପ୍ରକାରର ବିବାଦ ଅଥବା ସମସ୍ୟା ଉତ୍ପନ୍ନ ହେବନାହିଁ। ବିଭିନ୍ନ ସୂତ୍ରରୁ ଜାଣିବା ପାଇଁ ମିଳୁଅଛି କି ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଏଭଳି କିଛି ସମୁଚିତ ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ରହିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦ୍ଦେଶ ଅପେକ୍ଷାରେ ଏସବୁ ଯୋଜନାକୁ ସଠିକ୍ ଭାବରେ କାର୍ଯ୍ୟକ୍ଷମ କରାଯିବା ବୋଲି ଜାଣିବା ପାଇଁ ମିଳୁଅଛି। ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ନୂତନ ଶିକ୍ଷାବର୍ଷ ୧ ଜୁନ, ୨୦୨୬ ଆରମ୍ଭ ହେବା ପୂର୍ବରୁ ତ୍ବରିତ ନିର୍ଦ୍ଦେଶ ପ୍ରଦାନ କରନ୍ତି। ତେବେ ସ୍ବୟଂ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ଭାବରେ ସ୍ଥାପନ କରାଯାଇପାରିବ। ଆଉ ମାତ୍ର ଦୁଇ ତିନି ମାସ ସମୟ ବ୍ୟବଧାନ ରହିଛି। ଏସମ୍ପର୍କରେ ଜନସାଧାରଣ, ପାଠକବ୍ରୁନ୍ଦ, ବୁଦ୍ଧିଜୀବୀ ଚିନ୍ତନ କରିବା ସହିତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ରୁଷ୍ଟି ଆକର୍ଷିତ କରିବା ଉଚିତ୍।

ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ନିଜ ଜିଲ୍ଲାର ତଥା ନିର୍ବାଚନ ମଣ୍ଡଳୀର ଏପରି ଏକ ସାମୁହିକ ଓ ବ୍ରୁହତ୍ତର ସ୍ବାର୍ଥ ପାଇଁ ସଠିକ୍ ପଦକ୍ଷେପ ଗ୍ରହଣ କରି ସ୍ବୟଂ ଶାସିତ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ ଉଭୟ ସ୍ବତନ୍ତ୍ର ଭାବରେ ସ୍ଥାପନ କରିବାକୁ ସମର୍ଥ ହେବେ। ତେବେ କେନ୍ଦୁଝର ଜିଲ୍ଲାବାସୀଙ୍କ ଦୃଷ୍ଟିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗରିମାମୟ କିର୍ତ୍ତୀ ଓ ଯଶ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଯିବ। ଏପରି ମହାନତା କାର୍ଯ୍ୟ କରିବାର ଶ୍ରେୟ କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ହେବ। ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ଏପରି କରିବାକୁ ଅକ୍ଷମ ହୁଅନ୍ତି, ତେବେ ହୁଏତ ଅପାରଗତା ପାଇଁ କାଳ କାଳକୁ ନିଜର ଅପଯଶ ଶୁଣିବା ପାଇଁ ଏବେଠାରୁ ପ୍ରସ୍ତୁତ ରହିବା ଉଚିତ୍। କ୍ରମଶଃ...

(ଲେଖନୀ ଆଗକୁ ମଧ୍ଯ ଜାରି ରହିବ...)
ସୌଜନ୍ୟ: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର (ମୋବାଇଲ: 8456052876)

7
399 views

Comment