ରାଷ୍ଟ୍ରିୟ ଆବିଷ୍କାର ଅଭିଯାନର ଚମ୍ପୁଆ ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା।
ରାଷ୍ଟ୍ରିୟ ଆବିଷ୍କାର ଅଭିଯାନର ଚମ୍ପୁଆ ବ୍ଲକ ସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତା।
ଚମ୍ପୁଆ -୨୫/୦୩ (ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ କରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ ବି. କେ କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ରାଷ୍ଟିୟ ଆବିଷ୍କାର ଅଭିଯାନ ବିଜ୍ଞାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମକୁ ବ୍ଲକ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାସଦା ଉଦଘାଟନ କରିଥିବା ବେଳେ ଏଥିରେ ୨୮୨ ବିଦ୍ୟାଳୟ ରୁ ମନୋନୀତ ହୋଇ ଆସିଥିବା ଛାତ୍ର ଛାତ୍ରୀମାନେ ବିଜ୍ଞାନ କୁଇଜ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ l ପୁରସ୍କାର ବିତରଣ ଉଦଯାପନୀ ସଭାରେ ବି. କେ କରଞ୍ଜିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନାଏକ ସଭାପତିତ୍ୱ କରିଥିବା ବେଳେ ଏଥିରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ସହକାରୀ ଶିକ୍ଷା ଅଧିକାରୀ ସୁମିତା ତ୍ରିପାଠୀ, ମୁଖ୍ୟବକ୍ତା ଭାବେ କରଞ୍ଜିଆ ସରପଞ୍ଚ ସୁପ୍ରିୟା ମୁଣ୍ଡା, ସମ୍ମାନିତ ଅତିଥି ଭାବେ ବ୍ଲକ ସହ ଶିକ୍ଷା ଅଧିକାରୀ ମୁକୁନ୍ଦ ଚରଣ ସାହୁ, କରଞ୍ଜିଆ ସମିତି ସଭ୍ୟ ଚନ୍ଦ୍ରମୋହନ ନାଏକ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀମାନେ ଜିଜ୍ଞାସୁ ମନୋଭାବ ନେଇ ଆଗକୁ ବଢିବାକୁ ଦିଗଦର୍ଶନ ଦେଇଥିଲେ l କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ବୀଣା ପ୍ରଧାନ, ପ୍ରତିଭା ମଞ୍ଜରୀ ଗିରି ସଂଯୋଜନା କରି ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ ଅତିଥିମାନେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀ ଉପ କନିଷ୍ଠ ବିଭାଗରେ ୧ମ ବଡନଈ ହରେଶ୍ବର ଉଚ୍ଚ ବିଦ୍ୟାଳୟ ଛାତ୍ରୀ ପ୍ରେରଣା ପ୍ରିୟଦର୍ଶିନୀ ମହାନ୍ତ, ୨ୟ ଟାଙ୍ଗରପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ର ତୁଷାର ମୁଣ୍ଡା, ୩ୟ ରରୁଆଁଗୋଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀ ଅର୍ଶୀତା ମହାନ୍ତ ଓ କନିଷ୍ଠ ବିଭାଗରେ ପ୍ରଥମ ପଡୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ରାଜ ରାଜେଶ୍ୱରୀ ମହାନ୍ତ, ଦ୍ୱିତୀୟ ବି. କେ କରଞ୍ଜିଆ ଉଚ୍ଚ ବିଦ୍ୟାଳୟ ଛାତ୍ର ବିଭୀଷଣ ମହାନ୍ତ, ତୃତୀୟ ଭୀମପୁର ଟିପଟପ ସରକାରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର କପିଳେଶ୍ୱର ମହାରଣା ଏବଂ ବରିଷ୍ଠ ବିଭାଗରେ ୧ମ ସଡ଼ଙ୍ଗୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ମନି ସିଂହ, ୨ୟ ରିମୁଳି ପି. ଏମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନନ୍ଦିନୀ ନାଏକ, ୩ୟ ରାମଲା ସରକାରୀ ଏସ. ଏସ. ଡି ଉଚ୍ଚ ବିଦ୍ୟାଳୟ ଛାତ୍ରୀ ବିନୋଦିନୀ ମୁଣ୍ଡାଙ୍କୁ ଅତିଥିମାନେ ସାଟିପିକେଟ ଇତ୍ୟାଦି ଦେଇ ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମକୁ ଚମ୍ପୁଆ ବ୍ଲକର ସମସ୍ତ କ୍ଳଷ୍ଟରର ସି. ଆର. ସି. ସି ମାନଙ୍କ ଉପସ୍ଥିତିରେ ତତ୍ଵାବଧାନ ଓ ବିଦ୍ୟାଳୟର ଅତିଥି ସ୍ୱlଗତ ସମ୍ଭlଷଣରେ ଶିକ୍ଷୟିତ୍ରୀ ନମିତାରାଣୀ ମୁଖାର୍ଜୀ, ହେମଲତା ନାଏକ, କନକଲତା ପାତ୍ର, ସାରଦା ସାମଲ, ବ୍ୟବସ୍ଥାରେ ଶିକ୍ଷକ ଲଳିତ କୁମାର ପାତ୍ର, ଶୁଭେନ୍ଦୁ ମହାନ୍ତ, କିଶୋର କୁମାର ମାଝୀ, ବେଣୁଧର ଚୌଧୁରୀ, ଅଖିଳ ଚନ୍ଦ୍ର କାରୁଆ ପ୍ରମୁଖଙ୍କ ସହଯୋଗୀତା ରେ କୁଇଜ ପ୍ରତିଯୋଗିତା ପରିଚାଳିତ ହୋଇଥିଲା l
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।