logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୋନାଲିସା ରଚନା : ମାନସ କୁମାର ମହାନ୍ତ

*|| ମୋନାଲିସା ||*
▪️ମାନସ କୁମାର ମହାନ୍ତ
•••••••••••••••••••••••••••
ଏତେ ଦିନ ପରେ ଦେଖ
ମହାକୁମ୍ଭର ସେଇ ନୀଳ ଆଖି
ମୋନାଲିସା ପୁଣିଥରେ ହସୁଛି,
ପ୍ଲାବନ ଭୂମିରୁ ବାହାରି
ଅନେକ ହୃଦୟରେ ରହିବା ପରେ
କେମିତି ସମସ୍ତଙ୍କ ନିଶ୍ୱାସରେ ଜଳୁଛି |

ତୁମ କାନ୍ଥରେ ଝୁଲୁଥିବା
ହସର ଦେବି ମୋନାଲିସାକୁ
ଥରେ ଭଲକରି ଦେଖ
ତାର ମାୟାବିନୀ ଆଖିକୁ,
ସେ ବୋଧେ ଅଟହସ୍ୟ କରୁଛି
ସମସ୍ତ ଅବୋଧ ମଣିଷ ଗୁଡାକୁ,
ନିର୍ବୋଧ ପରି ଗୁଣକୀର୍ତନ କରିଥିବା
ସମସ୍ତ ଶିକ୍ଷିତ ସମାଜକୁ |

ଆଜି ଦେହର ଛାଇ ମଧ୍ୟ ପଚାରେ
କୁହ କିଏ ତୁମେ !
କ'ଣ ତୁମର ପରିଚୟ !
ପ୍ରଶ୍ନଟିଏ କରେ ବାରମ୍ବାର
ଏଇ ଶରୀରଟା କାହାର !!

ପୁଣି ଥରେ ଅପେକ୍ଷା କର
ସେଇ ଭବ୍ୟ ମହାକୁମ୍ଭର ସମୟକୁ
ହେଲେ ସାବଧାନ,
ପୁଣି ଥରେ ଖୋଜିବ ନାହିଁ ଆଉ
ରଙ୍ଗ ବଦଳୁଥିବା ଆଖିକୁ,
ନିଜ ପରିଚୟକୁ ମିଛ ରଙ୍ଗ ବୋଳି
ରଙ୍ଗୀନ ଦିଶୁଥିବା ମଣିଷକୁ |
*******
▪️ନିଉଁଣ୍ଡି, ଚମ୍ପୁଆ, କେନ୍ଦୁଝର
ରିପୋର୍ଟ- ଡମ୍ବରୁ ମହାନ୍ତ
ସୌଜନ୍ୟ : ବାବୁଲାଲ ପଲେଇ ଆଇମା ମିଡିଆ

2
171 views

Comment