ରନ୍ଧନ ଗ୍ୟାସ୍, ଖାଇବା ତେଲର ମୂଲ୍ୟବୃଦ୍ଧି ବନ୍ଦ ସମେତ ୧୦ଦଫା ଦାବିରେ
ଏସ୍.ୟୁ.ସି.ଆଇ (କମୁ୍ୟନିଷ୍ଟ)ର ବିକ୍ଷୋଭ ସମାବେଶ
ଅନୁଗୁଳ(କରୁଣାକର ନାୟକ )-୨୫/୦୩ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଭୀଷିକାର ଆଳରେ ରନ୍ଧନ ଗ୍ୟାସ୍, ଖାଇବା ତେଲ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧି ଯୋଗୁଁ ସାଧାରଣ ମଣିଷର ଜୀବନ ଜୀବିକା ବହୁ ଭାବରେ ପ୍ରଭାବିତ ହୋଇଛି । ରନ୍ଧନ ଗ୍ୟାସ୍ ଓ ଖାଇବା ତେଲର ମୂଲ୍ୟବୃଦ୍ଧି ବନ୍ଦ କରିବାରେ ସରକାର ସର୍ମ୍ପୂ ବିଫଳ ହୋଇଛନ୍ତି । ମୂଲ୍ୟବୃଦ୍ଧି ରୋକିବାରେ ସରକାରଙ୍କର ବିଫଳତା ଓ ଜନବିରୋଧୀ ନୀତି ପ୍ରତିବାଦରେ ଆଜି ଏସ୍.ୟୁ.ସି.ଆଇ (କମୁ୍ୟନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି । ରନ୍ଧନ ଗ୍ୟାସ୍, ଖାଇବା ତେଲ ସମେତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧି ବନ୍ଦ କରିବା, ଜିଲ୍ଲା ମୁଖ୍ୟ ଚିକିାଳୟ ସମେତ ସମସ୍ତ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର, କର୍ମ·ରୀ ଓ ଆନୁଷଙ୍ଗୀକ ଉପକରଣ ଯୋଗାଇଦେବା, ପରିବହନ ବିଭାଗ ପକ୍ଷରୁ ଯାନବାହାନ ଉପରେ ପ୍ରଦୂଷଣ ଓ ବିଭିନ୍ନ ଆଳରେ ଟିକସ ଆଦାୟ ଏବଂ ଜୁଲୁମ୍ ବନ୍ଦ କରିବା, ବିଦୁ୍ୟତ୍ ସେବା କ୍ଷେତ୍ରରେ ପ୍ରିପେଡ୍ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା ଏବଂ ଘରୋଇ ବିଦୁ୍ୟତ୍ ବିତରଣ କମ୍ପାନୀର ଜୁଲୁମ୍ ବନ୍ଦ କରିବା ସହିତ ଘରୋଇ ବିଦୁ୍ୟତ୍ ଉପଭୋକ୍ତାଙ୍କୁ ରିହାତି ମୂଲ୍ୟରେ ବିଦୁ୍ୟତ୍ସେବା ଯୋଗାଇଦେବା, ସମସ୍ତ ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ବସ୍ସେବା ଚଳାଚଳ କରାଇବାସହ ବର୍ଦ୍ଧିତ ବସ୍ ଭଡା ପ୍ରତ୍ୟାହାର କରିବା, ଜିଲ୍ଲାରେ ଖଣି, ଶିଳ୍ପ ସଂସ୍ଥାଦ୍ୱାରା ହେଉଥିବା ପ୍ରଦୂଷଣକୁ ବୈଜ୍ଞାନିକ ପ୍ରଣାଳୀରେ ନିୟନ୍ତ୍ରଣ କରାଯିବା ସହ ସ୍ଥାନୀୟ ଖଣି, କାରଖାନାରେ କ୍ଷତିଗ୍ରସ୍ତ ବିସ୍ଥାପିତ ପରିବାରର ଯୁବକ-ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସର୍ବସାଧାରଣ ପାଇଁ ଉିଷ୍ଟ ରାସ୍ତାରେ ଖଣି ଓ କାରଖାନାର ମାଲ୍ ବୋଝେଇ ଭାରିଯାନ ଚଳାଚଳ ବନ୍ଦ କରିବା ଏବଂ କୋଇଲା ପରିବହନ ପାଇଁ ସ୍ୱତନ୍ତ୍ର କରିଡର ନିର୍ମାଣ କରିବା, ଜିଲ୍ଲାରେ ପ୍ରସ୍ତାବିତ ସୁରେଶ୍ୱରୀ, ଧଉରାଗୋଠ ସମେତ ସମସ୍ତ ଜଳସେଚନ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା, ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଉପଦ୍ରବ ବନ୍ଦ କରି କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବା, ମଦ, ଡ୍ରଗ୍ସ, ଅଶ୍ଳୀଳତା, ଅପସଂସ୍କୃତିର ପ୍ର·ର ପ୍ରସାର ବନ୍ଦ କରିବାସହ ଛାତ୍ରୀ ଓ ମହିଳାମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ଦାବିରେ ଏସ୍.ୟୁ.ସି.ଆଇ (କମୁ୍ୟନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ତହସିଲ ଅଫିସ ପାଶ୍ୱର୍ରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଛି । ବିକ୍ଷୋଭ ପୂର୍ବରୁ ଶତାଧିକ ପୁରୁଷ ମହିଳା ଏକ ଶୋଭାଯାତ୍ରାରେ ଗୋପବନ୍ଧୁ ପାର୍କ ଠାରୁ ବାହାରି ଅନୁଗୁଳ ବଜାର, ପୁରୁଣା ବସଷ୍ଟା, କାଞ୍ଚନ ଟକିଜ୍ ଛକ ଦେଇ ବିକ୍ଷୋଭ ସ୍ଥଳରେ ପହଞ୍ଚô ଥିଲେ । ସେଠାରେ ଏସ୍.ୟୁ.ସି.ଆଇ (କମୁ୍ୟନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ସଭ୍ୟ ପ୍ରହଲ୍ଲାଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ରାଜ୍ୟ କମିଟି ସଭ୍ୟ ଜୟସେନ୍ ମେହେର, ବ୍ରଜବନ୍ଧୁ ସାହୁ, ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ସଞ୍ଜୟ ସାହୁ, ରଣଜିତ ପ୍ରଧାନ, ସରୋଜିନୀ ନାୟକ, ମାନସୀ ସ୍ୱାଇଁ, ପରମାନନ୍ଦ ସାହୁ, ଟୁନା ନାଏକ, ଚିତ୍ତରଞ୍ଜନ ମେୁଳି, ପରିବେଶବିତ୍ ପ୍ରମୋଦ ବେହେରା ପ୍ରମୁଖ ବକ୍ତବ୍ୟଦେଇ ରନ୍ଧନ ଗ୍ୟାସ୍, ଖାଇବା ତେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ରୋକିବାରେ ରାଜ୍ୟ ସରକାର ଓ ପ୍ରଶାସନର ଅପାରଗତା ଉଦାସୀନତାକୁ ତୀବ୍ର ନିନ୍ଦା କରିଥିଲେ । ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ କୋଇଲା ଖଣି, ଶିଳ୍ପ ସଂସ୍ଥାର ପ୍ରଦୂଷଣରେ ଜିଲ୍ଲାବାସୀ ହନ୍ତସନ୍ତ ହେଉଥିବାବେଳେ ପ୍ରଦୂଷଣ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବାସ୍ତବ ପଦକ୍ଷେପ ନିଆଯାଉନାହିଁ । ଅପରପକ୍ଷରେ ପ୍ରଦୂଷଣ ଆଳରେ ପରିବହନ ବିଭାଗ ପକ୍ଷରୁ ଘରୋଇ ଦୁଇ ଚକିଆ, ତିନି ଚକିଆ ଯାନ ଉପରେ ବଳପୂର୍ବକ ଟିକସ ଆଦାୟକୁ ସେମାନେ ତୀବ୍ର ନିନ୍ଦା କରିଥିଲେ । ପ୍ରଦୂଷଣ ବନ୍ଦ ସହିତ ସର୍ବସାଧାରଣ ଚଳାଚଳ ରାସ୍ତାରେ କୋଇଲା ପରିବହନ ସର୍ମ୍ପୂ ବନ୍ଦ କରି ସ୍ୱତନ୍ତ୍ର କୋଲ୍ କରିଡର ନିର୍ମାଣ ପାଇଁ ସେମାନେ ଦାବି କରିଥିଲେ । ଟାଟା ପାୱାର ପକ୍ଷରୁ ବସାଯାଉଥିବା ସ୍ମାର୍ଟ ମିଟର ତୁରନ୍ତ ବନ୍ଦ କରିବା, ବିଦୁ୍ୟତ୍ ଉପରୋକ୍ତାଙ୍କ ଉପରେ ଜୁଲୁମ ବନ୍ଦ ପାଇଁ ମଧ୍ୟ ଦାବି କରିଥିଲେ । ଜିଲ୍ଲାର ଜ୍ୱଳନ୍ତ ୧୦ଦଫା ସମ୍ବଳିତ ସ୍ମାରକପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଶ୍ୟେରେ ବିକ୍ଷୋଭ ସ୍ଥଳରୁ ଏକ ପ୍ରତିନିଧି ମଳୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟଙ୍କୁ ପ୍ରଦାନ କରିଥିଲେ । ଦାବି ସମ୍ପର୍କରେ ରାଜ୍ୟ ସରକାର ବାସ୍ତବ ପଦକ୍ଷେପ ଗ୍ରହଣନକଲେ ଜିଲ୍ଲାବ୍ୟାପୀ ଆନେ୍ଦାଳନର ଚେତାବନୀ ଦେଇ ବିକ୍ଷୋଭ ସମାବେଶ ପ୍ରତ୍ୟାହୃତ ହୋଇଥିଲା ।