logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମା'ବିମଳାଙ୍କ ମନ୍ଦିରରେ ମହାଷ୍ଟମୀ

ଦାମନଯୋଡି,୨୫/୦୩: ନାଲକୋ ଟାଉନସିପ ସେକ୍ଟର ୧ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା'ବିମଳାଙ୍କ ମନ୍ଦିରରେ ବୁଧବାର ମହାସପ୍ତମୀ ଓ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିଲା।ନବରାତ୍ର ଅବସରରେ ଆଜି ଅପରାହ୍ନରୁ ମହାଷ୍ଟମୀ ଆରମ୍ଭ ହୋଇଥିବାରୁ ସକାଳେ ସୂର୍ଯ୍ୟ ପୂଜା,ନବଗ୍ରହଙ୍କ ପୂଜା ପରେ ଅଷ୍ଟମାତୃକା ପୂଜା ଓ ମା'ଙ୍କର ଷୋଡଶ ଉପଚାର ପୂଜା,ଚଣ୍ଡୀ ପାଠ ଓ ଯଜ୍ଞ ହୋଇ ସନ୍ଧ୍ୟାରେ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା।ପୂଜକ ରାମକୃଷ୍ଣ ମିଶ୍ର ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ।ତପନ କୁମାର ମହପାତ୍ର ଓ ତାଙ୍କ ପତ୍ନୀ ସଂଗୀତା କୁମାରୀ ପାତ୍ର କର୍ତ୍ତା ଦାୟିତ୍ଵ ତୁଲାଇଥିଲେ।ପୂଜକ ଅମୀୟ କୁମାର ସାମନ୍ତରାୟ,ବିପିନ ବିହାରୀ ପଣ୍ଡା, ସୁଶାନ୍ତ କୁମାର ଦାଶ ଓ ବିଜୟ କୁମାର ଆଚାର୍ଯ୍ୟ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ।ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀ,ଆର.ଏନ.ମୁଦୁଲି,ଖଦାଳ ନାୟକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ବହୁ ଶ୍ରଦ୍ଧାଳୁ ଆଜି ଉପବାସ ବ୍ରତ ପାଳନ କରି ମା'ଙ୍କର ପୂଜାର୍ଚ୍ଚନା କରିଥିଲେ।

16
919 views

Comment