logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସିନ୍ଧ୍ରିମାଲ୍ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ନାମଲେଖା ପାଇଁ ସଚେତନତା:

ସିନ୍ଧ୍ରିମାଲ୍ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ନାମଲେଖା ପାଇଁ ସଚେତନତା: ଅତିଥି ଭାବେ ଯୋଗଦେଲେ ବ୍ଲକ ଶିକ୍ଷା ଅଧିକାରୀ
ତାରିଖ-25/3/26
​ମାଲକାନଗିରି:ଗରିବ ଓ ଅସହାୟ ବାଳିକାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସମଗ୍ର ଶିକ୍ଷା ଅଭିଯାନ ଅନ୍ତର୍ଗତ ସିନ୍ଧ୍ରିମାଲ୍ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV) ରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମାଲକାନଗିରିର ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ଶ୍ରୀମତୀ ମମତା ସାମଲ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ABEO) ଶ୍ରୀ ଅଶ୍ୱିନୀ ମାଝୀ ଏବଂ ABEO-cum-BRCC ଶ୍ରୀ ଗୌରାଙ୍ଗ ସଜ୍ଜନ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ସିନ୍ଧ୍ରିମାଲ୍ PM SHRI ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୁକ୍ତା ବେହେରା, SMC ସଭାପତି ଶ୍ରୀ ଶିବା ମାଡ଼କାମି ଏବଂ KGBV ହଷ୍ଟେଲ ଅଧୀକ୍ଷକ ବାସନ୍ତୀ ପୋତ ମଧ୍ୟ ଉପସ୍ଥିତ ରହି ବାଳିକାମାନଙ୍କ ଶିକ୍ଷା ଓ ଉନ୍ନତି ଉପରେ ଆଲୋକପାତ କରିଥିଲେ।
ବିଦ୍ୟାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଷଷ୍ଠ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ପାଇଁ ଆଗ୍ରହୀ ଛାତ୍ରୀମାନେ ଆସନ୍ତା ୦୫.୦୪.୨୦୨୬ ରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।
​ପାଠ ଅଧାରୁ ଛାଡ଼ିଥିବା ବାଳିକା।
​ଅନାଥ, ଅସହାୟ, ଦାଦନ ଶ୍ରମିକଙ୍କ ପିଲା।
​SC, ST, BPL କାର୍ଡଧାରୀ ଓ ଦିବ୍ୟାଙ୍ଗ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ।
​ଏହି ସଚେତନତା କାର୍ଯ୍ୟକ୍ରମରେ ମାଲକାନଗିରି ବ୍ଲକର ସମସ୍ତ ସି.ଆର.ସି.ସି (CRCC) ମଧ୍ୟ ସାମିଲ ହୋଇଥିଲେ। ଗ୍ରାମାଞ୍ଚଳର କୌଣସି ବି ଯୋଗ୍ୟ ବାଳିକା ଯେପରି ପାଠ ପଢ଼ାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ସମସ୍ତ ଅତିଥି ଓ ଶିକ୍ଷାବିତ୍ ମାନେ ଗୁରୁତ୍ୱାରୋପ କରିଛନ୍ତି। ଅଧିକ ସୂଚନା ପାଇଁ ଅଭିଭାବକମାନେ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ CRCC ମାନଙ୍କ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

5
431 views

Comment