logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚବିଶ ପ୍ରହରୀ ନାମ ସଂକୀର୍ତନ ଧୁମ ଧାମ ରେ ପାଳିତ।

ଚବିଶ ପ୍ରହରୀ ନାମ ସଂକୀର୍ତନ ଧୁମ ଧାମ ରେ ପାଳିତ।

ହରିଚନ୍ଦନପୁର, ୨୪/୦୩ (ଖଣ୍ଡାଧାର ନିଉଜ) ରାମନାମ କୃଷ୍ଣ ନାମରେ ଉଛୁଳି ଉଠୁଛି, ବାଇଜାପଡା ଗାଁ ହରି ନାମକୁ ଶ୍ରବଣ କରିବାକୁ ଶ୍ରୋତାଙ୍କ ଲାଗିଛି ଭିଡ। ଭକ୍ତି ମୟ ପରିବେଶ ସୃଷ୍ଟି କରୁଛି ସମ୍ପୂର୍ଣ ଗାଁ, ଅଖଣ୍ଡ ନାମ ଯଜ୍ଞ ସାଙ୍ଗକୁ ଚାଲିଛି ଦିବା ରାତ୍ର ଅନ୍ନଛତ୍ର। ହରିଚନ୍ଦନପୁର ବ୍ଲକ ବାରିଗାଁ ପଞ୍ଚାୟତ ଅଧୀନସ୍ଥ ବାଇଜାପଡା ଗାଁ ଚବିଶ ପ୍ରହରୀ ନାମ ସଂକୀର୍ତନ ଚଳିତ ବର୍ଷ ୨୯ବର୍ଷରେ ପହଁଚିଲା। ଚଳିତ ବର୍ଷ ଉକ୍ତ ଗ୍ରାମ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ଆୟୋଜିତ ଅଖଣ୍ଡ ନାମ ଯଜ୍ଞରେ ଗାଁ ଠାକୁରାଣୀ ପୋଖରୀରୁ କଳସ ଆଣି କର୍ତ୍ତା ଭାବେ ଗୋବିନ୍ଦ ଦେହୁରୀ ଓ ପୂଜକ ଖଗେଶ୍ୱର ଦାସ ସମସ୍ତ ରୀତିନୀତି ନିୟମ ଅନୁଯାୟୀ ପୂଜା କାର୍ଯ୍ୟ ତୁଲାଉଛନ୍ତି। ଏହି ଅଖଣ୍ଡ ନାମ ଯଜ୍ଞରେ ଛଅ ଟି ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରିଛନ୍ତି। ସଂକୀର୍ତ୍ତନ ଦଳ ଗୁଡିକ ଯଥାକ୍ରମେ ବାଲିସାହି (ମୟୁରଭଞ୍ଜ) ଝିଅ ଦଳ, ଚୁଟିଆପଶି (ମୟୁରଭଞ୍ଜ) ଝିଅ ଦଳ, ରଘୁବେଡା (କେନ୍ଦୁଝର) ଝିଅ ଦଳ, ଗଳିଆ ନଳୀ (କେନ୍ଦୁଝର) ଝିଅ ଦଳ, ବଡ଼ପଶି (କେନ୍ଦୁଝର) ପୁଅ ଦଳ ଏବଂ ଗାଁ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରି ଶ୍ରୋତାଙ୍କୁ ଅନବରତ ହରି ନାମ ଶ୍ରବଣ କରାଉଛନ୍ତି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଦାୟିତ୍ୱରେ ମୋହନ ଦେହୁରୀ, ଭଗବାନ ବାରିକ ଓ ଜଗନ୍ନାଥ ନାଏକ ତୁଲାଉଥିବା ବେଳେ ତାଙ୍କୁ ସହଯୋଗ କରିଛନ୍ତି ପୂର୍ଣଚନ୍ଦ୍ର ବାରିକ, ଲୋଚନ ନାଏକ, ରମାକାନ୍ତ ଦେହୁରୀ, ଈଶ୍ୱର ନାଏକ, ସୁଶାନ୍ତ ଦେହୁରୀ, ଦୁଃଖବନ୍ଧୁ ନାଏକ, ସୁବର୍ଣ୍ଣ ଦେହୁରୀ ପ୍ରମୁଖ।

ଶୂନ୍ଯ ରଞ୍ଜନ ଘଣା ଙ୍କ ରିପୋର୍ଟ।

3
492 views

Comment