logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଶଙ୍କାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ ସଂଘର ଜରୁରୀ ବୈଠକ।

ଆଶଙ୍କାରେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ ସଂଘର ଜରୁରୀ ବୈଠକ।

ପାଟଣା:୨୪/୦୩, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ସଭାପତି ଶ୍ରୀଯୁକ୍ତ ହରିହର ମହାନ୍ତଙ୍କ ଅଧ୍ୟକ୍ଷତାରେ ସ୍ୱାମ୍ ପାଟଣା ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସଂଘର ସଂପାଦକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପରିଡା ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସୂଚନା ଅନୁଯାୟୀ ଗତବର୍ଷ ମାର୍ଚ୍ଚ ମାସ ୨୫ ତାରିଖ ୨୦୨୫ ରେ କେନ୍ଦ୍ରସରକାର ଙ୍କ ଦ୍ଵାରା ପାରିତ ସିଣିଲସର୍ଭସ ପେନସନ ଆକ୍ଟ ଦେଶର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ପେନସନ୍ ଅଧିକାର କୁ କ୍ଷୁର୍ଣ୍ଣ କରୁଥିବାରୁ ସଭାରେ ଥିବା ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ମାନେ ଗଭୀର ଉଦ୍ ବେଗ ପ୍ରକାଶ କରିଥିଲେ।ଏହାଦ୍ବାରା ଅଷ୍ଟମ ବେତନ କମିଶନ ପେନସନ୍ ଅଭିବୃଦ୍ଧର ସୁଯୋଗରୁ ୩୧/୧୨/୨୦୨୫ ମସିହା ପୂର୍ବରୁ ଅବସର ଗ୍ରହଣ କରିଥିବା ସରକାରୀ କର୍ମଚାରୀ ବୃନ୍ଦ ବଞ୍ଚିତ ହେବେ।ଏହା ଗଭୀର ଭାବେରେ ପେନସନ୍ ଭୋଗୀଙ୍କ ଜୀବନ ଶୈଳୀକୁ କରିବ ବୋଲି ସଭାରେ ଆଶଙ୍କପ୍ରକାଶ ପାଇଥିଲା।ପେନସନ୍ ସମାଜିକ ସୁରକ୍ଷାର ଏକ ମାଧ୍ୟମ ଏହାକୁ ସୁରକ୍ଷିତ ରଖିବା ପାଇଁ ସଂଘଟିତ ଆନ୍ଦୋଳନ ଏକାନ୍ତ ଆବଶ୍ୟକ ବୋଲି ଏହି ସଭାରେ ଆଲୋଚନା କରିଥିଲେ। ବୁଧବାର ଦିନ ୨୫ ମାର୍ଚ୍ଚ ୨୦୨୬ ଦିନ ଏହି ଆକ୍ଟ ପ୍ରତ୍ୟାହାର ନିମନ୍ତେ ପାଟଣା ଗୋଷ୍ଠୀଉନ୍ନୟନ ଅଧିକାରୀ ଙ୍କ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ଯଦି ଏ ସମାସ୍ୟା ର ସମାଧାନ ନହେଲେ ପରବର୍ତ୍ତୀ ସମୟରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ପ୍ରସ୍ତୁତ ରହିବା ପାଇଁ ସମସ୍ତଙ୍କ ସଭାରେ ସୂଚନା ଦିଆଯାଇଛି।ଏହି ସଭାରେ ଶାନ୍ତୁନୁ କୁମାର ସାହୁ ହୃଷୀକେଶ ମହାନ୍ତ କ୍ଷୀରୋଦ ଚନ୍ଦ୍ର ମିଶ୍ର ବିଦ୍ୟାଧର ମହାନ୍ତ ବସନ୍ତ କୁମାର ଘଣା ପ୍ରତାପ ଚନ୍ଦ୍ର ମହାନ୍ତ ତରଣୀସେନ ମହାନ୍ତ ଯତିନ୍ଦ୍ର କୁମାର ପଲେଇ ଙ୍କ ସହ ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ମାନେ ନିଜ ନିଜର ମତାମତ ପ୍ରଦାନ କରିଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

9
270 views

Comment