ମୈଦାନକେଲ ପଂଚାୟତରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ।
ମୈଦାନକେଲ ପଂଚାୟତରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ।
କେନ୍ଦୁଝର,ତା୨୪/୩- କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ, ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ ଓ ମୈଦାନକେଲ ପଂଚାୟତର ମିଳିତ ସହଯୋଗରେ ଆଞ୍ଚଳିକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ହେଲ୍ପଏଜ ଇଣ୍ଡିଆ ଓ ଉଇୟର ମିନରାଲ ପ୍ରାଇଭେଟ ଲିମିଟେଡ଼ର ସହାୟତାରେ ଆୟୋଜିତ ଚକ୍ଷୁ ଶିବିରକୁ ସରପଞ୍ଚ ଶ୍ରୀ ଭାଗିରଥି ସିଂହ ଉଦଘାଟନ କରିଥିଲେ। ବରିଷ୍ଠ ସମାଜସେବୀ ତଥା କେନ୍ଦୁଝର ନାଗରିକ ମଞ୍ଚର ଉପସଭାପତି ଶ୍ରୀ ଭକ୍ତବତ୍ସଳ ମହାନ୍ତିଙ୍କ ସଂଯୋଜନାରେ ଭୂମିକା ଚକ୍ଷୁ ଚିକିତ୍ସାଲୟ ରାଜ୍ୟ ପରିଚାଳକ ଶ୍ରୀ କର୍ଣ୍ଣାଟ କିଶୋର ଜେନା, ଅପ୍ଟମ ମଧୁସ୍ମିତା ମାଝୀ, ସ୍ୱାସ୍ଥ୍ୟ ସେବିକା ସରିତା ଜେନା, ସ୍ୱାସ୍ଥ୍ୟ ସଂଗଠକ ସରୋଜ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ୭୪ ଜଣ ବୟସ୍କ ନାଗରିକଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।ମୈଦାନକେଲ,ତlଳପଦା, ହରିହରପୁର,ବାସୁଦେବପୁର, କେରି,ଦେଓବନ୍ଧ, ଜଗନ୍ନାଥପୁର,ବଡପଶି, ଛେମୁଡିବିଲ ଆଦି ଗ୍ରାମରୁ ଆସିଥିବା ବରିଷ୍ଠ ନାଗରିକଙ୍କ ମଧ୍ୟ୍ୟରୁ ୧୮ଜଣଙ୍କର ମୋତିଆବିନ୍ଦୁ ରୋଗୀ ଚିହ୍ନଟ କରାଯାଇଛି। ୧୦ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ପ୍ରେରଣ କରାଯାଇଛି। ପ୍ରଗତି ଫାଉଣ୍ଡେସନର ସମ୍ପାଦିକା ରଞ୍ଜୁଲତା ମହାନ୍ତ, ଉପସଭାପତି କାଞ୍ଚନବାଳା ମହାନ୍ତ, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର କୋଷାଧ୍ୟକ୍ଷ ଶ୍ରୀ ସଂଜୀବ ପାଇକରାୟ, ଚେୟାରମ୍ୟାନ ଅଧିବକ୍ତା ଜଗ୍ଗଜିତା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେନ୍ଦୁଝର ଡେଭଲ୍ପମେଣ୍ଟ ଟ୍ରଷ୍ଟ ତରଫରୁ ଆବଶ୍ୟକ ରୋଗୀଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଛି।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।