logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବାସନ୍ତୀକ ଦୁର୍ଗାପୂଜା ପାଇଁ ସେଣ୍ଡକାପ ଅଞ୍ଚଳ ଉତ୍ସବ ମୁଖର।

ବାସନ୍ତୀକ ଦୁର୍ଗାପୂଜା ପାଇଁ ସେଣ୍ଡକାପ ଅଞ୍ଚଳ ଉତ୍ସବ ମୁଖର।

କେନ୍ଦୁଝର,ତା୨୪/୦୩- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସେଣ୍ଡକାପ ଠାରେ ବାସନ୍ତୀକ ଶ୍ରୀଦୁର୍ଗା ପୂଜା ମହା ଆଡମ୍ବର ସହିତ ପାଳିତ ହେଉଛି। ସ୍ଥାୟୀ ଭାବେ ପୂଜିତ ହେଉଥିବା ଶିବ ଦୁର୍ଗା ମନ୍ଦିରରେ ଶୁକ୍ରବାର ଚୈତ୍ର ଅମାବାସ୍ୟା ତିଥିରୁ ବାସନ୍ତୀକ ଦୁର୍ଗା ନବରାତ୍ର ପୂଜା ଆରମ୍ଭ ଓ ଘଟ ସ୍ଥାପନ ହୋଇଥିବା ବେଳେ ମଙ୍ଗଳବାର ନିକଟସ୍ଥ ଅରଡେ଼ଇ ନଦୀରୁ ଶ୍ରଦ୍ଧାର ସହିତ ଭକ୍ତମାନେ ଘଣ୍ଟଘଣ୍ଟା ମୃଦଙ୍ଗ ବଜାଇ ବଡ଼ ପଟୁଆର ସହିତ କଳସ ଯାତ୍ରାରେ ବାହାରି ଜଳ ଆଣି ମନ୍ଦିରରେ ସ୍ଥାପନ ସହିତ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜକ ଭକ୍ତ ରଞ୍ଜନ ଦାଶ, ସମ୍ୟରଂଜନ ଦାସ,ସୋମନାଥ ମିଶ୍ର ଓ ବାବୁ ପତିଙ୍କ ଦ୍ୱାରା ପ୍ରତ୍ୟେହ ଚଣ୍ଡୀପାଠ, ହୋମଯଜ୍ଞ ଆଦି ଯଥାରୀତି ଅନୁଷ୍ଠିତ ହେଉଥିବା ବେଳେ ବୁଧବାର ସପ୍ତମୀ, ଗୁରୁବାର ଅଷ୍ଟମୀ, ଶୁକ୍ରବାର ନବମୀ ଓ ଶନିବାର ଦିନ ଦୁର୍ଗା ଦେବୀଙ୍କ ଦଶହରା ପୂଜା ଅନୁଷ୍ଠିତ ହେବ। ସମଗ୍ର ମନ୍ଦିର ପରିସର ଆଲୋକମାଳାରେ ଝଲସୁ ଥିବା ବେଳେ ପ୍ରତିଦିନ ଭକ୍ତଙ୍କ ନିମନ୍ତେ କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ସନ୍ଧ୍ୟାରେ ଭଜନ ସମାରହ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ବସନ୍ତ ନାଏକ, ବାସନ୍ତୀ ନାଏକ, ସାଇବ ନାଏକ,ସୁଲୋଚନା ନାଏକ,ଚଞ୍ଚଳା ନାଏକ ପ୍ରମୁଖଙ୍କ ସମେତ ମନ୍ଦିର କମିଟି ସଦସ୍ୟଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ଅନୁଷ୍ଠିତ ହେଉଛି।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

10
712 views

Comment