logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଏବଂ କୁଇଜ୍ ପ୍ରତିଯୋଗିତା।

*ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଏବଂ କୁଇଜ୍ ପ୍ରତିଯୋଗିତା*

କେନ୍ଦୁଝର,୨୪/୦୩: ସ୍ଥାନୀୟ ଏନ୍.ଏସ୍.ପୋଲିସ୍ ହାଇସ୍କୁଲ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଏବଂ କୁଇଜ୍ ପ୍ରତିଯୋଗିତା ମଙ୍ଗଳବାରରେ ଅନୁଷ୍ଠିତ ହୋଇଯାଇଛି।ପୂର୍ବାହ୍ନରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଯୋଗ ଦେଇ ବିଜ୍ଞାନକୁ ଆମର ବିକାଶ କ୍ଷେତ୍ରରେ କିପରି ବିନିଯୋଗ କରାଯାଇପାରିବ ସେଥିପାଇଁ ଉଦ୍ୟମ କରାଯିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମହାନ୍ତ,ରୁଦ୍ରନାରାୟଣ ସାମଲ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ୱର ମହାନ୍ତ,ପାଟଣା ବ୍ଲକ୍ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ,ଯୋଡ଼ା ବ୍ଲକ୍ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା,ସଦର ବ୍ଲକ୍ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ,ହରିଚନ୍ଦନପୁର ବ୍ଲକ୍ ଶିକ୍ଷା ଅଧିକାରୀ ଚିନ୍ମୟ କୁମାର ରାଉତ,ଏନ୍.ଏସ୍.ପୋଲିସ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ବେଳା ରାଉତ ଯୋଗ ଦେଇ ମଣିଷ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନର ଯଥେଷ୍ଟ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଯୋଗ ଦେଇ ସାମ୍ପ୍ରତିକ ଯୁଗରେ ବିଜ୍ଞାନର ଆବଶ୍ୟକତା ଓ ଏହାର ସୁବିନିଯୋଗକୁ ଗୁରୁତ୍ୱାରୋପ କରିଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସରୋଜ କୁମାର ମଲ୍ଲିକ କୁନି ବେଜ୍ଞାନିକ ମାନଙ୍କୁ ଉତ୍ସାହିତ କରିବା ସହ ଗବେଷଣାରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଘଟଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ହରେକୃଷ୍ଣ ନାୟକ,ପାଟଣା ବ୍ଲକ୍ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ,ଯୋଡ଼ା ବ୍ଲକ୍ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା,ହରିଚନ୍ଦନପୁର ବ୍ଲକ୍ ଶିକ୍ଷା ଅଧିକାରୀ ଚିନ୍ମୟ କୁମାର ରାଉତ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ୱର ମହାନ୍ତ,ଏନ୍.ଏସ୍.ପୋଲିସ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ବେଳା ରାଉତ ପ୍ରମୁଖ ଯୋଗ ଦେଇ ବିଜ୍ଞାନ ମନସ୍କ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।ଜିଲ୍ଲା ବିଜ୍ଞାନ ପରିଦର୍ଶକ ପରମେଶ୍ୱର ମହାନ୍ତ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ କୁଇଜ୍ ପ୍ରତିଯୋଗିତା ର ବିବରଣୀ ପ୍ରଦାନ କରିଥିଲେ।ପିଏମ୍ ଶ୍ରୀ ଝାଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଘଡ଼େଇ ମଞ୍ଚ ସଞ୍ଚାଳନ କରିଥିଲେ।ବିଚାରକ ଭାବେ ପି.ଏନ୍. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼. କୁଳମଣି ପ୍ରଧାନ,ବ୍ରଜବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟ,ହରିଚନ୍ଦନପୁର ରସାୟନ ବିଜ୍ଞାନ ଅଧ୍ୟାପକ ଟିକେଶ୍ୱର ବାରିକ,ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ପଦ୍ମପୁର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ସନତ କୁମାର ଦାସ,ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରସନ୍ନ କୁମାର ପ୍ରଧାନ ୭୮ ଟି ବିଜ୍ଞାନ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ।ବିଜ୍ଞାନ ପ୍ରକଳ୍ପ ଓ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ।ଏନ୍.ଏସ୍.ପୋଲିସ୍ ହାଇସ୍କୁଲର ଶିକ୍ଷକ ଗୁରୁଦେବ ମହାନ୍ତ,କମଳ ଲୋଚନ ପ୍ରଧାନ,ବିଜୟ କୁମାର ବେହେରା,ବିବେକାନନ୍ଦ ରାଉତ,ଶିକ୍ଷୟିତ୍ରୀ ମଧୁସ୍ମିତା ଚକ୍ର,ମମତାରାଣୀ ମହାନ୍ତ,ସାଗରିକା ସାହୁ,କଳାବତୀ ଦେହୁରୀ,ଭାଗ୍ୟଶ୍ରୀ ମହାନ୍ତ,ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟ,ଦେଓଝର ବିଜ୍ଞାନ ଶିକ୍ଷକ ସୋମ୍ୟପ୍ରକାଶ ସାହୁ,ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଜୟ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ହରିଚନ୍ଦନପୁର ବ୍ଲକ୍ ଶିକ୍ଷା ଅଧିକାରୀ ଚିନ୍ମୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

5
509 views

Comment