logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଧାପନ୍ତରିଆ ପାର୍କ ନିର୍ମାଣକୁ ନେଇ ତେଜୁଛି ଅସନ୍ତୋଷ

ଚମ୍ପୁଆ , ୨୫/୦୩ : ଚମ୍ପୁଆ ବ୍ଲକର ପ୍ରତି ପଞ୍ଚାୟତରେ ଜନସାଧାରଣଙ୍କ ଆମୋଦ
ପ୍ରମୋଦ ପାଇଁ ପଞ୍ଚାୟତ ମୁଖ୍ୟାଳୟ ମାନଙ୍କରେ ପାର୍କ ନିର୍ମାଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ କାର୍ଯ୍ୟାଦେଶ ଦିଆଯାଇ ଅନୁଦାନ ମଧ୍ୟ ଯୋଗାଇ ଦିଆ ଯାଇଥିବା ବେଳେ ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ପଞ୍ଚାୟତର ଚନ୍ଦ୍ରଶେଖରପୁର ଗ୍ରାମରେ ନିର୍ମାଣ ହେଉଥିବା ମୋଡେଲ ରୁରାଲ ପାର୍କ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଛି । ଠିକାଦାର କାମକୁ ଅଧାରେ ଛାଡି ଦେଇଥିବାରୁ କାର୍ଯ୍ୟର ସମ୍ପୂର୍ଣ୍ଣକରଣ ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ଦେଖା ଦେଇଛି । ସୂଚନା ଅନୁସାରେ, ଚମ୍ପୁଆ ବ୍ଲକ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମରେ ଆର୍ଥିକ ବର୍ଷ ୨୦୨୩-୨୪ରେ ଗ୍ରାମର ସରକାରୀଜମିରେ ୩୨ଲକ୍ଷ ୧୧ହଜାର ଅନୁଦାନରେ ଏଗ୍ରିମେଣ୍ଟ କୋଷ୍ଟ ୨୮ଲକ୍ଷ ୬୧ହଜାର ୯୮ ଟଙ୍କା ବ୍ୟୟ ଅଟକଳରେ ଏହି ପାର୍କ ନିର୍ମାଣ କରା ଯାଉଥିବା ବେଳେ ଠିକାଦାର ମାର୍କଣ୍ଡ ନାଏକ ଏହି ନିର୍ମାଣ କାର୍ଯ୍ୟର କାର୍ଯ୍ୟାଦେଶ ପାଇଥିଲେ । ତେବେ ଇତିମଧ୍ୟରେ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ପାର୍କ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡି ରହିଥିବା ଦେଖିବାକୁ ମିଳିଛି । ପାର୍କ ଭିତରେ କୌଣସି ଆଖି ଦୃଶିଆ କାର୍ଯ୍ୟ ହୋଇ ନ ଥିବାବେଳେ ଠିକାଦାର ଜଣଙ୍କ ପାର୍କ ର ପାଚେରି ନିର୍ମାଣ କାର୍ଯ୍ୟ ମଧ୍ୟ ସାରି ନାହାନ୍ତି କି ପାର୍କର ମୁଖ୍ୟ ଫାଟକ କାର୍ଯ୍ୟ ମଧ୍ୟ ନ କରି କାମକୁ ଅଧାରେ ଛାଡି ଦେଇ ଥିବାରୁ ଏବେ କାର୍ଯ୍ୟଟି ଅଧାପନ୍ତରିଆ ଭାବେ ପଡି ରହିଛି। ଠିକାଦାର କାମକୁ ଅଧାରେ ବନ୍ଦ ରଖି ଥିବାରୁ ଅସାମାଜିକ ବ୍ୟକ୍ତି ମାନେ ସନ୍ଧ୍ୟା ହେଲେ ଆସର ଜମାଉ ଥିବା କୁହା ଯାଉଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି । ଅନ୍ୟପକ୍ଷେ, ପାର୍କ ନିର୍ମାଣ ପାଇଁ ବିଲ ପାଶ ହେଉ ନ ଥିବାରୁ ପାର୍କ କାମ ଆଗେଇ ପାରୁ ନାହିଁ ବୋଲି ଠିକାଦାର ମହଲରୁ ପ୍ରକାଶ ପାଇଥିବା ବେଳେ ପାର୍କ ନିର୍ମାଣ ସମ୍ପୂର୍ଣ୍ଣ ହେବା ଦିଗରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବୀ ହେଉଛି। ଏ ସମ୍ପର୍କରେ ଚନ୍ଦ୍ରଶେଖରପୁର ପଞ୍ଚାୟତ ଦାଇତ୍ୱରେ ଥିବା ଚମ୍ପୁଆ ବ୍ଲକର କନିଷ୍ଠ ଯନ୍ତ୍ରୀ ବେବିନା ତରାଇଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରା ଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରି ନ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

14
575 views

Comment