logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡ଼ିଶା ଦିବସ ଉପଲକ୍ଷେ ବକୃତା ପ୍ରତିଯୋଗିତା ଆୟୋଜିତ

ଦେବଗଡ଼, ତା ୨୪/୦୩/୨୦୨୬ ରିଖ :- ଓଡ଼ିଶା ଦିବସ ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ପାଠାଗାରରେ ଓଡ଼ିଆ ବକୃତା ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଥିଲା।
ଏହି ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନେ ଆସନ୍ତା ଓଡ଼ିଶା ଦିବସ ସମାରୋହରେ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ପୁରସ୍କାର ଗ୍ରହଣ କରିବେ।
ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବର୍ଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦେବଗଡ଼ର ଡିଲେଶ୍ୱରୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ଶ୍ରିୟେଶ୍ୱରୀ ଗଡନାୟକ ଦ୍ୱିତୀୟ ଓ କେନ୍ଦ୍ରୀୟ ବିଦ୍ୟାଳୟର ଦେବସ୍ମିତା ପ୍ରଧାନ ତୃତୀୟ ସ୍ଥାନ ଅର୍ଜନ କରିଥିଲେ।
ଉଚ୍ଚ ବିଦ୍ୟାଳୟ ସ୍ତରରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଲୋପାମୁଦ୍ରା ବିଶ୍ୱାଳ ପ୍ରଥମ ସ୍ଥାନ ଲାଭ କରିଥିବାବେଳେ, ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ, ସୁଗୁଡାର ଦୀପ୍ତିମୟୀ ସ୍ୱାଇଁ ଦ୍ୱିତୀୟ ଓ ଶ୍ରାବଣୀ ସାମଲ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏହି ପ୍ରତିଯୋଗିତାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ଼ଃ ରାମଚନ୍ଦ୍ର ମହାପାତ୍ର, ଅଧ୍ୟାପକ ଚିତ୍ତରଞ୍ଜନ ଦାସ ଓ ଅଧ୍ୟାପକ ଡ଼ଃ ଭାରତ ଭୂଷଣ ନନ୍ଦ ବିଚାରକ ଭାବେ କାର୍ଯ୍ୟ ତୁଳାଇଥିଲେ।
ସମଗ୍ର କାର୍ଯ୍ୟକ୍ରମ ଉତ୍ସାହମୟ ପରିବେଶରେ ସମ୍ପନ୍ନ ହୋଇଥିଲା।

2
226 views

Comment