logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମା ତାରାତାରିଣୀଙ୍କ ତୃତୀୟ ପଳିରେ ଲକ୍ଷ୍ୟ ଧୀକ ଶ୍ରଦ୍ଧାଳୁ ଙ୍କ ସମାଗମ

ପୁରୁଷୋତ୍ତମପୁର ୨୪/୩(ଆଦିତ୍ୟ ମହାପାତ୍ର )ଗଞ୍ଜାମ ଜିଲ୍ଲା ର ପୁରୁଷୋତ୍ତମପୁର ଅଞ୍ଚଳରେ ଅବସ୍ଥିତ ମା ତାରାତାରିଣୀ ଙ୍କ ଆଜି ତୃତୀୟ ପାଳି ରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା l ମା ଙ୍କ ଯାତ୍ରାରେ ଲକ୍ଷ୍ୟ ଲକ୍ଷ୍ୟ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ l ଆଜି ଏତେ ସଂଖ୍ୟା ରେ ଗହଳି ହୋଇଥିଲେ ଯେ ଛୋଟ ଛୋଟ ଟ୍ରାଫିକ ସମସ୍ୟା ଦେଖା ଯାଇଥିଲା l ମୁଖ୍ୟତଃ ଆଛୁଲି ଠାରୁ ତାରାତାରିଣୀ ମୁଖ୍ୟ ରାସ୍ତାରେ ଏତେ ମାତ୍ରାରେ ଭିଡ ହୋଇଥଲା ଯେ ପୁରା ରାସ୍ତା ଟି କିଛି ସମୟ ପାଈଁ ଯିବା ଆସିବା କରିବା ମୁସ୍କିଲ ହୋଇପଡ଼ିଥିଲା l ଓ ଛୋଟ ଛୋଟ ଦୁର୍ଘଟଣା ବି ଦେଖିବାକୁ ମିଳିଥିଲା l ଏଠାରେ ସୂଚନା ଥାଉ କି ପୂର୍ବ ପ୍ରସ୍ତୁତି ବୈଠକ ମାନଙ୍କରେ ଆର ଡି ବିଭାଗ କୁ ଅଛୁଲି ଠାରୁ ତାରାତାରିଣୀ ରାସ୍ତା ଶୀଘ୍ର ମରାମତି କରିବାକୁ ପ୍ରଶାସନ ତରଫରୁ କଡା ନିର୍ଦେଶ ଦିଆଯାଇଥିଲା କିନ୍ତୁ ତୃତୀୟ ପାଳି ଶେଷ ସୁଦ୍ଧା ରାସ୍ତାଟି ଅତି କଦର୍ଯ୍ୟ ଅବସ୍ଥାରେ ପଡ଼ିରହିଛି ଏହି ରାସ୍ତାରେ ହଜାର ହଜାର ଗାଡି ଯିବାଆସିବା କରିବାର ଦେଖିବାକୁ ମିଳିଥିଲା l ଯାହାଫଳରେ ଦୁଇଚକିଆ ଜାନ ଗୁଡିକ ଭାରସାମ୍ୟ ହରାଇ ଦୁର୍ଘଟଣା ହେବାର ଦେଖା ଯାଇଥିଲା l
ଗଞ୍ଜାମ ଜିଲ୍ଲାପାଳ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମା ଙ୍କ ଯାତ୍ରା ଅନୁଷ୍ଠିତ ହେଉଛି ତତ ସଙ୍ଗେ ସଙ୍ଗେ ଉପଜିଲ୍ଲାପାଳ ଓ ସ୍ଥାନୀୟ ତହସିଲଦାରଙ୍କ ମିଳିତ ପ୍ରଚେଷ୍ଟା ରେ ମାଁ ଙ୍କ ଅତି ସୁନ୍ଦର ଭାବେ ପାଳିତ ହୋଇ ଆସୁଅଛି ତା ସହିତ ପୋଲିସ ପ୍ରଶାସନ ଙ୍କ ତୀକ୍ଷ୍ଣ ନଜର ରହିଛି ମାଆଙ୍କ ଯାତ୍ରାରେ l ଜିଲ୍ଲାର ସମସ୍ତ ବିଭାଗ ବି ପୂର୍ଣ୍ଣ ମାତ୍ରାରେ ସହଯୋଗ କରି ଚାଲିଛନ୍ତି l ମାଆଙ୍କ ପୂଜାରୀ ମାନେବି ଶ୍ରଦ୍ଧାଳୁଙ୍କୁ ମାଆଙ୍କ ଦର୍ଶନ କରାଇବାରେ କୌଣସି ଅବହେଳା କରୁନାହାନ୍ତି l ଯାହା ଫଳରେ ଏଠାରେ ଭକ୍ତ ମାନେ ଅତି ଆନନ୍ଦ ସହକାରେ ମାଙ୍କୁ ଦର୍ଶନ କରି ନିଜ ନିଜ ମନସ୍କାମନା ପୂରଣ କରି ପାରୁଛନ୍ତି l ଆଜି ର ଏହି ପାଳିରେ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଛାସେବୀ ସଂଗଠନ ମାନେ ମନପ୍ରାଣ ଦେଇ ଶ୍ରଦ୍ଧାଳୁଙ୍କ ସେବା କରିବାରେ ଲାଗିପଡ଼ିଥିଲେ ଯାହା ଫଳରେ ଦୂରଦୂରାନ୍ତରୁ ତଥା ଅନ୍ୟ ଜିଲ୍ଲା ରୁ ଆସିଥିବା ଭକ୍ତ ମାନେ ନିଜ ମନ ସ୍କାମନା ପୂରଣ କରିବାରେ କୌଣସି ଅସୁବିଧା ହୋଇନଥିଲା ବୋଲି କିଛି ଶ୍ରଦ୍ଧାଳୁ ନିଜ ବକ୍ତବ୍ୟ ରେ କହି ଛନ୍ତି l ଭକ୍ତଙ୍କ ପାଈଁ ପ୍ରଶାସନ ତରଫରୁ ବିନା ଶୁଳ୍କରେ ପ୍ରସାଦ ବଣ୍ଟନ କରାଯାଉଥିଲା ଲୋକ ମାନେ ଆନନ୍ଦ ବଜାରରେ ପ୍ରବଳ ଶ୍ରଦ୍ଧା ସହକାରେ ଧାଡି ବାନ୍ଧି ଖାଉଥିବାର ଦେଖା ଯାଉଥିଲା l

0
66 views

Comment